ETV Bharat / state

ପୋଲିସ ଭୟରେ ନାଳରେ ଖସି ପଡ଼ିଲେ ବୃଦ୍ଧ, ଉଦ୍ଧାର କଲା ପୋଲିସ - police fear

ପାରଳାଖେମୁଣ୍ଡି ଖଞ୍ଜା ସାହି ନିବାସୀ ପି.ଶିବ ପ୍ରସାଦ ରେଡ୍ଡୀ ନାମକ ଜଣେ ବୃଦ୍ଧ ପୋଲିସ ଭୟରେ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପୋଲିସ ଭୟରେ ନାଳରେ ଖସି ପଡ଼ିଲେ ବୃଦ୍ଧ, ଉଦ୍ଧାର କଲା ପୋଲିସ

author img

By

Published : Apr 26, 2021, 10:28 AM IST

ପାରଳାଖେମୁଣ୍ଡି: ପୋଲିସ ଭୟରେ ଗୁରୁତର ଆହତ ବୃଦ୍ଧ । ତେବେ କୋରୋନା ଦାଉରୁ ରକ୍ଷା ପାଇଁ ଦେଶବ୍ୟାପି ଲକଡାଉନ ସଟଡାଉନ, ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏହା ସହ ପୋଲିସର କଡ଼ା ଚେକିଙ୍ଗ୍ । କିନ୍ତୁ ଏଠାରେ ପୋଲିସ ଭୟରେ ଜଣେ 60 ବର୍ଷର ବୃଦ୍ଧ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।

ପୋଲିସ ଭୟରେ ନାଳରେ ଖସି ପଡ଼ିଲେ ବୃଦ୍ଧ, ଉଦ୍ଧାର କଲା ପୋଲିସ

ସୂଚନାମୁତାବକ, ପାରଳାଖେମୁଣ୍ଡି ଖଞ୍ଜା ସାହି ନିବାସୀ ପି.ଶିବ ପ୍ରସାଦ ରେଡ୍ଡୀ ନାମକ ଜଣେ ବ୍ୟକ୍ତି ସବୁଦିନ ପରି କ୍ଷୀର ବିକିବାକୁ ଯାଇଥିବା ବେଳେ ପୋଲିସ ସାଇରନ ଶୁଣି ଭୟରେ ନିକଟରେ କାମ ଚାଲିଥିବା ଏକ ନାଳରେ ପଡ଼ିଯାଇଥିଲେ । ହେଲେ ଶେଷରେ ସେହି ପୋଲିସ ହିଁ ତାଙ୍କୁ ନାଳରୁ ଉଦ୍ଧାର କରି ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲେ । ହେଲେ ଡାକ୍ତରଙ୍କ କହିବା ମୁତାବିକ ବୃଦ୍ଧଙ୍କର ଗୋଡ଼ ଭାଙ୍ଗିଛି ଏବଂ ଏବେ ତାଙ୍କର ଅସ୍ତ୍ରୋପଚାର ହେବ ।

ତେବେ ମାତ୍ରାଧିକ ଭୟ ଓ ଅସାବଧାନତା ପାଇଁ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଏକ ବଡ ଦୁର୍ଘଟଣାରୁ ମଧ୍ୟ ବଞ୍ଚିଯାଇଛନ୍ତି ଏହି ୬୦ ବର୍ଷର ବୃଦ୍ଧ । ଏପଟେ ପାରଳାଖେମୁଣ୍ଡି ପୋଲିସର ଏଭଳି ସାହାଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.