ETV Bharat / state

କାଶୀନଗରର ନିଖୋଜ ଶିଶୁ ଉଦ୍ଧାର, ଅପହରଣର କାରଣ ଖୋଜୁଛି ପୋଲିସ - a missing child rescued

ଗଜପତି କାଶୀନଗରରୁ ନିଖୋଜ 7 ବର୍ଷର ବାଳକ ଉଦ୍ଧାର ହୋଇଛି । କାଶୀନଗର ନିକଟ କଇଠପଦରର ଏକ ଗୋଦାମ ଘରୁ ତାକୁ ଉଦ୍ଧାର କରାଯାଇଛି । ଅଧିକ ପଢ଼ନ୍ତୁ...

a missing child rescued in gajapati
କାଶୀନଗରରୁ ମିଳିଲା ନିଖୋଜ 7 ବର୍ଷର ଶିଶୁ
author img

By

Published : Dec 18, 2020, 2:15 PM IST

Updated : Dec 18, 2020, 7:43 PM IST

ଗଜପତି: ଉଦ୍ଧାର ହେଲା କାଶୀନଗରରୁ ନିଖୋଜ 7 ବର୍ଷର ଶିଶୁ ଜାମି ହାର୍ଦ୍ଦିକ । କାଶୀନଗର ନିକଟ କଇଠପଦରର ଏକ ପୁରୁଣା ଘରୁ ତାକୁ ଉଦ୍ଧାର କରାଯାଇଛି । ଶିଶୁଟି ଉଦ୍ଧାର ହେବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ପରିବାରର ଜଣେ ସମ୍ପର୍କୀୟ ଶିଶୁଟିକୁ ଉଦ୍ଧାର କରିଥିବା ନେଇ ପୋଲିସ ସୂଚନା ଦେଇଛି।

କାଶୀନଗରର ନିଖୋଜ ଶିଶୁ ଉଦ୍ଧାର, ଅପହରଣର କାରଣ ଖୋଜୁଛି ପୋଲିସ

ଗତ ବୁଧବାର ଗଜପତି ଜିଲ୍ଲା କାଶୀନଗର କୁମୁଟି ସାହିର 7 ବର୍ଷର ବାଳକ ହାର୍ଦ୍ଦିକ ଘର ନିକଟରେ ଖେଳୁଥିଲା । ହଠାତ ଦୁଇଜଣ ଅଜଣା ବ୍ୟକ୍ତି ବାଇକରେ ଆସି ବାଳକଟିକୁ ନେଇ ଯାଇଥିଲେ । ଏନେଇ ହାର୍ଦ୍ଦିକ ସହ ଖେଳୁଥିବା ଶିଶୁକୁ ପଚାରିବାରୁ ସୂଚନା ମିଳିଥିଲା। ବହୁ ରାତି ପର୍ଯ୍ୟନ୍ତ ପୁଅ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜଖୋଜି ଆରମ୍ଭ କରିଥିଲେ। ଏହାପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପରିବାରର ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ କରିଥିଲା ପୋଲିସ। ଏହାସହ ହାର୍ଦ୍ଦିକର ପତ୍ତା ଲଗାଇବାକୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ପୋଲିସକୁ ମଧ୍ୟ ଖବର ଦିଆଯାଇଥିଲା ।

ବିଭିନ୍ନ ସ୍ଥାନରେ ସାରା ପରିବାର ଲୋକେ ମଧ୍ୟ ଖୋଜା ଖୋଜି ଜାରି ରଖିଥିଲେ। କାଶୀନଗରଠାରୁ ପ୍ରାୟ 3କିମି ଦୂରରେ ଥିବା କଇଠପଦରରେ ଗୋପୀଙ୍କର ଏକ ଗୋଦାମ ଘର ରହିଥିଲା । ଘର କାମ ପାଇଁ ସିମେଣ୍ଟ ଏବଂ ଲୁହା ରଖିବା ପାଇଁ ଗୋଦାମ ନିର୍ମିତ ହୋଇଥିଲା। ତେବେ ହାର୍ଦ୍ଦିକର ମଉସା କେ.ନରେଶ ସନ୍ଦେହ କରି ସେହି ଘରେ ଦେଖିବା ବେଳକୁ ହାର୍ଦ୍ଦିକକୁ ସେଠାରେ ଶୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଗୋଦାମ କବାଟ ଭାଙ୍ଗି ତାକୁ ଉଦ୍ଧାର କରିଥିଲେ ।

ଘଟଣାସ୍ଥଳରେ ପୋଲିସ କେତେକ ଖାଦ୍ୟ ପୁଡିଆ ଉଦ୍ଧାର କରିଛି । ଏହାସହ ହାର୍ଦ୍ଦିକର ବାପା ଗୋଦାମ ଘରେ ପକାଇଥିବା ତାଲାକୁ ବଦଳା ଯାଇଛି । ଅପହରଣକାରୀମାନେ ଏଠାରେ ହାର୍ଦ୍ଦିକକୁ ଲୁଚାଇ ରଖିଥିବା ନେଇ ପୋଲିସ ସନ୍ଦେହ କରୁଥିଲା । ଶିଶଟିକୁ ଉଦ୍ଧାର କରିବା ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାକୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା । ତେବେ ଶିଶୁଟି ସମ୍ପୁର୍ଣ୍ଣ ସୁସ୍ଥ ଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି ।

ହାର୍ଦ୍ଧିକୁ କିଏ ଓ କାହିଁକି ଅପହରଣ କରିଥିଲା ତାହା ଉପରୁ ପରଦା ଉଠିପାରିନାହିଁ। ଏନେଇ ପୋଲିସର ତଦନ୍ତ ଜାରି ରହିଛି। ସେହିଭଳି ପୋଲିସ ଖୋଜି ପାଇବା ପୂର୍ବରୁ ଶିଶୁଟିକୁ ସମ୍ପର୍କୀୟ ପାଇବା ଘଟଣା ମାମଲାକୁ ଅଧିକ ଜଟିଳ କରିଛି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Dec 18, 2020, 7:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.