ETV Bharat / state

ସେବେ ସୂର୍ଯ୍ୟ ଏବେ ଲବଙ୍ଗ: ଭତ୍ତା ପାଇଁ ଟ୍ରଲିରେ ବୁହା ହେଲେ ୯୫ ବର୍ଷୀୟା ବୃଦ୍ଧା - ଭତ୍ତା ପାଇଁ ଟ୍ରଲିରେ ଗଲେ

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରଲିରେ ବୁହାହେଲେ ୯୫ ବର୍ଷୀୟା ବୃଦ୍ଧା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ସାମ୍ନାକୁ ଆସିଲା ସରକାରୀ ବ୍ୟବସ୍ଥାର ଦୟନୀୟ ଚିତ୍ର । ଅଧିକ ପଢନ୍ତୁ

95 year old woman carried on trolley to receive old age pension
ଭତ୍ତା ପାଇଁ ଟ୍ରଲିରେ ବୁହାହେଲେ ୯୫ ବର୍ଷୀୟା ବୃଦ୍ଧା
author img

By

Published : Aug 18, 2023, 1:19 PM IST

Updated : Aug 18, 2023, 2:47 PM IST

ଭତ୍ତା ପାଇଁ ଟ୍ରଲିରେ ବୁହା ହେଲେ ୯୫ ବର୍ଷୀୟା ବୃଦ୍ଧା

ଗଜପତି: ପୁଣି ପଦାରେ ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରଲିରେ ବୁହାହେଲେ ୯୫ ବର୍ଷୀୟା ବୃଦ୍ଧା । ୩ ମାସ ହେଲା ଭତ୍ତା ପାଇନଥିବାରୁ ବୃଦ୍ଧାଙ୍କୁ ଟ୍ରଲିରେ ବୋହି ପୌର ପରିଷଦରେ ପହଞ୍ଚିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ । ଅସହାୟଙ୍କୁ ଘରେ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା ହୋଇଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ସେଠି ଜଣେ ବୃଦ୍ଧା କାହିଁକି ଟ୍ରଲିରେ ବୁହା ହେଲେ, ସେନେଇ ପ୍ରଶ୍ନ ଉଠିଛି ।

ପାରଳାଖେମୁଣ୍ଡି ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା । ବାୟସ ପ୍ରାୟ ୯୫ ବର୍ଷ ହେବ । ଚାଲିବା ପାଇଁ ପାଦରେ ଜମାରୁ ବଳ ନାହିଁ । ଅଣ୍ଟା ସଳଖି ଛିଡା ହୋଇପାରୁ ନାହାନ୍ତି । ଅଭାବ ଅନଟନ ଭିତରେ ଘାଣ୍ଟି ହେଉଥିଲେ ମଧ୍ୟ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିଲା । ଗତ ତିନି ମାସ ହେଲା ସେ ଭତ୍ତା ପାଉନଥିଲେ । ଭତ୍ତା ପାଇଁ ଲବଙ୍ଗଙ୍କ ନାତି ବହୁବାର ବ୍ୟାଙ୍କ ଯାଇ ଖାଲି ହାତରେ ଫେରିଛନ୍ତି । ଭତ୍ତା ଟଙ୍କା ପୌର ପରିଷଦର କାର୍ଯ୍ୟାଳୟକୁ ଫେରି ଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ନାତିକୁ କହିଥିଲେ । ଏହାପରେ ବୃଦ୍ଧାକୁ ତାଙ୍କ ଝିଅ ଡାଳିମ୍ବ ବେଣିଆ ଏକ ଟ୍ରଲିରେ ବୋହି ନେଇଥିଲେ ପୌର ପରିଷଦର କାର୍ଯ୍ୟାଳୟକୁ ।

ରାସ୍ତା ଉପରେ ଏହି ଦୃଶ୍ୟ ସମସ୍ତଙ୍କ ହୃଦୟଙ୍କୁ ଆନ୍ଦୋଳିତ କରିବା ଭଳି ଥିଲା । କାଠ ପଟା ପଡ଼ିଥିବା ଅଣଓସାରିଆ ଟ୍ରଲିରେ ଜାକିଜୁକି ହୋଇ ଶୋଇଥିଲେ ୯୫ ବର୍ଷୀୟା ଲବଙ୍ଗ । କାଳେ ଆଈର ମୁଣ୍ଡ ଟ୍ରଲି ପଟାରେ ବାଡେଇଯିବ ବୋଲି ନାତି ମୁଣ୍ଡକୁ ଧରିଥିଲା । ଏମିତି ଟ୍ରଲିରେ ବୁହାହୋଇ ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟାଳୟକୁ ଆସିବା ପରେ ଲବଙ୍ଗଙ୍କୁ ବକେୟା ଭତ୍ତା ମିଳିଥିଲା ।

ଏହାମଧ୍ୟ ପଢନ୍ତୁ: ପେନସନ ପାଇଁ ହଟହଟା, ଘୋଷାଡ଼ି ହୋଇ ଭତ୍ତା ଟଙ୍କା ଆଣିବାକୁ ଗଲେ ବୃଦ୍ଧା

ଏହା ମଧ୍ୟ ପଢନ୍ତୁ: ଜୀବନ ଯୁଦ୍ଧରେ ହାରିଗଲେ ସୂର୍ଯ୍ୟ; ଚୌକି ନେଇ ଭତ୍ତା ପାଇଁ ଯାଇଥିଲେ, ସୀତାରମଣ ନେଇଥିଲେ ବଡ ପଦକ୍ଷେପ

ଡିବିଟି ସିଷ୍ଟମ ହଟାଇ ହିତାଧିକାରୀଙ୍କ ହାତରେ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ଯେଉଁ ହିତାଧିକାରୀମାନେ ଚାଲି ପାରିପାରୁ ନାହାନ୍ତି, ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା । ହେଲେ ରାଜ୍ୟ ସରକାରଙ୍କ ଏହି ଘୋଷଣା କେବଳ ଘୋଷଣାରେ ରହିଗଲା ପରି ମନେ ହେଉଛି । କାରଣ ଯଦି ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଘରେ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା ହୋଇଥିଲା, ତାହାହେଲେ ମୃତ୍ୟୁଶଯ୍ୟାରେ ପଡିଥିବା ୯୫ ବର୍ଷୀୟା ଲବଙ୍ଗ ଗୟାଙ୍କୁ କାହିଁକି ଟ୍ରଲିରେ ବୁହା ହେବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । ଏହି ଘଟଣା ପ୍ରଘଟ ହେବା ପରେ ପାରଳାଖେମୁଣ୍ଡି ପୌର ପରିଷଦର ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ କହିଛନ୍ତି, ଏହାର ଅନୁଧ୍ୟାନ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ।

ଇଟିଭି ଭାରତ, ଗଜପତି

Last Updated : Aug 18, 2023, 2:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.