ETV Bharat / state

ସରିଲା 5T ସଚିବଙ୍କ ଗଜପତି ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଲେ - ଆଜି ଭୁବନେଶ୍ବର ଫେରିଯାଇଛନ୍ତି 5T ସଚିବ

ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତ ଶେଷ କରି ଆଜି ଭୁବନେଶ୍ବର ଫେରିଯାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ ଓ ଟିମ୍‌ । ଟିମରେ ଥିଲେ 5T ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ଓ ଭିଭି ଯାଦବ । ଦ୍ବିତୀୟ ଦିନରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ଏହି ସ୍ବତନ୍ତ୍ର ଟିମ୍‌ । ଅଧିକ ପଢ଼ନ୍ତୁ

ସରିଲା 5T ସଚିବଙ୍କ ଗଜପତି ଗସ୍ତ
ସରିଲା 5T ସଚିବଙ୍କ ଗଜପତି ଗସ୍ତ
author img

By

Published : May 10, 2023, 9:08 PM IST

ସରିଲା 5T ସଚିବଙ୍କ ଗଜପତି ଗସ୍ତ

ଗଜପତି: ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା 5T ସଚିବ ଭିକେ ପାଣ୍ଡିଆନ୍ ବୁଧବାର ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଛନ୍ତି । ଜିରାଙ୍ଗସ୍ଥିତ ବୌଦ୍ଧ ମନ୍ଦିରରେ ଦର୍ଶନ କରିବା ସହ କିଛି ସମୟ ପାଇଁ ଧ୍ୟାନ କରିଥିଲେ 5T ସଚିବ । ଏହାପରେ ଛେଳିଗଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିବା ସହ ଅନ୍ୟାନ୍ୟ ଉନ୍ନୟମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । 5T ସଚିବଙ୍କ ସହ ସାକ୍ଷାତ କରି ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା କରି ବେଶ୍ ଖୁସି ପ୍ରକାଶ କରିଛନ୍ତି ସ୍ଥାନୀୟ କାଉନସିଲର । ଏହାପରେ ସେ ଭୁବନେଶ୍ବର ଫେରି ଯାଇଥିଲେ । 5T ସଚିବଙ୍କ ଗସ୍ତ ସଫଳତାର ଶେଷ ହୋଇଛି ଏବଂ ତାଙ୍କ ଗସ୍ତ ସମୟରେ ଅନୁଧ୍ୟାନ କରିଥିବା ପ୍ରକଳ୍ପ ନିର୍ମ।ଣ ପାଇଁ ଅତିଶୀଘ୍ର ପାଣ୍ଠି ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିବା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୨ ଦିନିଆ ଗଜପତି ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ଟିମ । ଟିମରେ ଥିଲେ 5T ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ଓ ଭିଭି ଯାଦବ । ଦ୍ଵିତୀୟ ଦିନରେ ଆଜି ଏହି ଟିମ୍‌ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରିଛନ୍ତି । ଗଞ୍ଜାମ ଓ ଗଜପତିରେ ପାଣି ଯୋଗାଇବା ପାଇଁ ପାହାଡ ଖୋଳି ଟନେଲ ତିଆରି କରି ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟିମ ଆଜି ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ତୁରନ୍ତ କାମ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଏକ୍ସପ୍ରେସ ୱେ-୨ର ନିର୍ମାଣ ପାଇଁ ପାହାଡ କାଟି ଟନେଲ୍‌ ଜରିଆରେ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ଦକ୍ଷିଣ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏବେ ଗଞ୍ଜାମ ଓ ଗଜପତିରେ ପାଣି ଯୋଗାଇବା ପାଇଁ ପାହାଡ ଖୋଳି ଟନେଲ ତିଆରି କରି ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟିମ୍‌ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ତୁରନ୍ତ କାମ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ଛେଳିଗଡ ଜଳସେଚନ ପ୍ରକଳ୍ପ ଗଜପତି ଜଲ୍ଲାର ଆର. ଉଦୟଗିରି ବ୍ଲକସ୍ଥିତ ଛେଳିଗଡ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିପାଇଁ ୧୨୮୦ ମିଟର ଦୀର୍ଘ ଏକ ଲମ୍ବା ଟନେଲ୍‌ ଖୋଳାଯାଇଛି । ଏହାଦ୍ବାରା ଗଞ୍ଜାମ ଜିଲ୍ଲାକୁ ପାଣି ଯାଇପାରିବ । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ । ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଓ ଗଜପତିର ୫୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଏହାଦ୍ବାରା ବ୍ରହ୍ମପୁର ସହରକୁ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯିବ । ବ୍ରହ୍ମପୁର ସହରକୁ ପ୍ରତି ସେକେଣ୍ଡରେ ଏକ କ୍ୟୁବିକ୍‌ ମିଟର (1 Cumecs) ପାଣି ମିଳିପାରିବ । ଏହା ସହିତ ଗଜପତି ଜିଲ୍ଲାର ଶିଆଳିଲଟି, କନକତା ଓ ଡେକିଲି ଆଦି ୩ଟି ସ୍ଥାନରେ ମିନି ହାଇଡେଲ ପ୍ରକଳ୍ପ ଜରିଆରେ ୩୬ ମେଗାୱାଟ ବିଦ୍ୟୁତ ମଧ୍ୟ ଉତ୍ପାଦନ କରାଯାଇପାରିବ ।

ଏଥିରେ ୧୫ଟି ଗାଁର କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ୭ଟି ପୁନର୍ବାସ ଓ ଥଇଥାନ କଲୋନୀ କରାଯିବ । ୩ଟି ଥଇଥାନ କଲୋନୀର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଏଠାରେ ଲୋକମାନେ ରହିବା ଆରମ୍ଭ କଲେଣି । ବାକି ୪ଟିର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଟିମ୍‌ ପରାମର୍ଶ ଦେଇଛି । ୨୦୨୫-୨୬ ସୁଦ୍ଧା ଏହା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ଏହାପରେ ଟିମ୍‌ ଗୁମ୍ମାରେ ନିର୍ମାଣାଧୀନ ଏକ ବସଷ୍ଟାଣ୍ଡର କାର୍ଯ୍ୟ ଦେଖିଛନ୍ତି । ଏହାର କାର୍ଯ୍ୟର ମାନକୁ ଉଚ୍ଚକୋଟିର କରିବା ପାଇଁ ଟିମ୍‌ ପରାମର୍ଶ ଦେଇଛି । ଉପସ୍ଥିତ ମିଶନ ଶକ୍ତି ମହିଳାମାନଙ୍କ ରୁପାନ୍ତରିତ ଆଲୋଚନା କରି ସେମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଛନ୍ତି । ଏହାପରେ ଗୁମ୍ମାରେ ଏକ ରୂପାନ୍ତରିତ ହାଇସ୍କୁଲକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଛି ଟିମ୍‌ । ସ୍କୁଲରେ ନିର୍ମିତ ହୋଇଥିବା ନୂତନ ଆସେଟ୍‌ଗୁଡିକୁ ନିଜର ସମ୍ପତ୍ତି ପରି ସୁରକ୍ଷିତ ରଖିବା ପାଇଁ ଟିମ୍‌ ପରାମର୍ଶ ଦେଇଛନ୍ତି । ଭଲ ପାଠ ପଢି ଓଡ଼ିଶାର ସୁନାମ କରିବାକୁ ପିଲାଙ୍କୁ ଟିମ୍‌ ଉତ୍ସାହିତ କରିଛି ।

ଏହାପରେ ଟିମ୍‌ ପ୍ରସ୍ତାବିତ ପାରଳାଖେମୁଣ୍ଡି ବାଇପାସ ରୋଡ୍‌ ଅଞ୍ଚଳକୁ ଯାଇଥିଲେ । କାମ ଶୀଘ୍ର ଆରମ୍ଭ ପାଇଁ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଟିମ୍‌ ପରାମର୍ଶ ଦେଇଛି । ଏହି ବାଇପାସ ପାଇଁ ୪୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପରେ ନିର୍ମାଣାଧୀନ ଏକ ନୂତନ ଟାଉନ ହଲକୁ ଟିମ୍‌ ମଧ୍ୟ ବୁଲି ଦେଖିଛି । ଟାଉନ ହଲ କାମ ଶେଷ କରିବା ପାଇଁ ଦେଢ଼ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ଟିମ ସୂଚନା ଦେଇଛି । ଗଜପତି ଜିଲ୍ଲା କଳା ଓ ସଂସ୍କୃତିର ଭୂମି । ତେଣୁ ପାରଳାଖେମୁଣ୍ଡିରେ ପାଞ୍ଚ କୋଟି ଟଙ୍କା ବ୍ୟୟରେ ଏକ ସୁଦୃଶ୍ୟ ସଂସ୍କୃତି ଭବନ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଟିମ ସୂଚନା ଦେଇଛି । ମଧ୍ୟାହ୍ନରେ ରାମସାଗର ଓ କୃଷ୍ଣସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀଙ୍କ ସହ ଟିମ ଆଲୋଚନା କରିଛି । ଜଳସେଚିତ ଅଞ୍ଚଳର ଚାଷୀ ମାନଙ୍କୁ ସହିତ ଆଲୋଚନା କରି ସେମାନଙ୍କ ପାଇଁ ଅଧିକ ସୁବିଧା କରିବାକୁ ପଦକ୍ଷେପ ନିଆଯିବ ବୋଲି ଟିମ କହିଛି । ରାମ ସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ୧୫ ଦିନ ଭିତରେ DPR ପ୍ରସ୍ତୁତ କରିବା ପାଇଁ ଟିମ ପରାମର୍ଶ ଦେଇଛି । ସେହିପରି ଗୋସାଣୀ ନୂଆଗାଁ ବ୍ଲକର କୃଷ୍ଣ ସାଗରର ପୁନରୁଦ୍ଧାର ୧୫ କୋଟି ଟଙ୍କାରେ କରାଯିବ । ଏହା ଦ୍ବାରା ୨ ହଜାର ହେକ୍ଟର ଜମି ପାଣି ପାଇପାରିବ । ଏହି ଯୋଜନା ପାଇଁ ୧୫ ଦିନ ଭିତରେ DPR କରିବାକୁ ଟିମ ପରାମର୍ଶ ଦେଇଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.