ETV Bharat / state

ଚାଉମିନ ଫ୍ୟାକ୍ଟ୍ରିରେ ଅଘଟଣ: ଶ୍ବାସରୁଦ୍ଧ ହୋଇ ୩ ମୃତ

ଚାଉମିନ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ନାରାୟଣ ନଗରରୁ । ଅଧିକ ପଢନ୍ତୁ

author img

By

Published : Jul 7, 2022, 10:52 AM IST

ଘରେ ଶୋଇଥିବା ବେଳେ ଅଘଟଣ: ଶ୍ବାସରୁଦ୍ଧ ହୋଇ ୩ ମୃତ

ଗଜପତି: ଚାଉମିନ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ନାରାୟଣ ନଗରରୁ । ମୃତକମାନେ ନାରାୟଣନଗର ସ୍ଥିତ ଏକ ଚାଉମିନ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ମୃତକଙ୍କ ମଧ୍ୟରେ ଜଣେ ଫ୍ୟାକ୍ଟ୍ରି ମାଲିକ ଓ ଦୁଇଜଣ ମୂଲିଆ ରହିଥିବା ସୂଚନା ।

ଚାଉମିନ ଫ୍ୟାକ୍ଟ୍ରିରେ ଅଘଟଣ: ଶ୍ବାସରୁଦ୍ଧ ହୋଇ ୩ ମୃତ

ସୂଚନାଅନୁସାରେ, ନାରାୟଣନଗରସ୍ଥିତ ଏକ ଚାଉମିନ ଫ୍ୟାକ୍ଟ୍ରିରେ ଏହି ୩ଜଣ ମୃତକ କାମ କରୁଥିଲେ । ଗତକାଲି ରାତିରେ ୩ ଶ୍ରମିକ ଚାଉମିନ ଫ୍ୟାକ୍ଟ୍ରିରେ କାମସାରି ରାତିରେ ଶୋଇଥିବା ବେଳେ ଗ୍ୟାସ୍ ଲିକେଜ୍ରୁ ଶ୍ୱାସରୁଦ୍ଧ ହୋଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମୋହନା ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।

ଗ୍ୟାସ ଲିକ ହୋଇ ଏଭଳି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୋଷ୍ଟମର୍ଟମ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.