ଗଜପତି: ପାରଳାଖେମୁଣ୍ଡି ସହରକୁ ତିନି ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ସପ୍ତାହର ଶୁକ୍ରବାର, ଶନିବାର ଓ ରବିବାର ତିନି ଦିନ ପାଇଁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗର 60ଟି ଟିମ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ଜିଲ୍ଲାକୁ ଯୋଗାଯୋଗ କରୁଥିବା ସମସ୍ତ ରାୟଗଡ, ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ରାସ୍ତାକୁ ସମ୍ପୂର୍ଣ୍ଣ ଭାବରେ ସିଲ କରି ଦିଆଯିବ ବୋଲି ସୁଚନା ଦେଇଛନ୍ତି ଜିଲ୍ଲାପାଳ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ