ETV Bharat / state

ଗଜପତିରେ 26 ଶିକ୍ଷକ ଶିକ୍ଷୟତ୍ରୀ କୋରୋନା ପଜିଟିଭ, ଚିନ୍ତାରେ ଅଭିଭାବକ

ଗଜପତି ଜିଲ୍ଲାରେ ସ୍କୁଲ ଖୋଲିବା ପରେ 26 ଶିକ୍ଷକ ଶିକ୍ଷୟତ୍ରୀ କୋରୋନାରେ ଆକ୍ରାନ୍ତ ହେବା ଚିନ୍ତାର କାରଣ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jan 11, 2021, 12:08 PM IST

ନିୟମ ମାନି ଚାଲିଛି ପାଠପଢା
ନିୟମ ମାନି ଚାଲିଛି ପାଠପଢା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଦୀର୍ଘ ଦିନ ପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗତ 8ତାରିଖରୁ ସ୍କୁଲ ଖୋଲିଛି । ସ୍କୁଲ ଖୋଲିବାର ଦୁଇଦିନ ମଧ୍ୟରେ ଜିଲ୍ଲାରେ 31 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର କାରଣ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରେ 26ଜଣ ଶିକ୍ଷକ ଶିକ୍ଷୟୀତ୍ରୀ ହୋଇଥିବା ବେଳେ 3ଜଣ ସାଧାରଣ ଲୋକ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ପଷ୍ଟ କରିଛନ୍ତି ।

ନିୟମ ମାନି ଚାଲିଛି ପାଠପଢା

ସାରା ଦେଶରେ କୋରୋନା ତାଣ୍ଡବ ରଚିଥିବାରୁ ସମସ୍ତ ସ୍କୁଲ ବନ୍ଦ ରହିଥିଲା । ଦୀର୍ଘ 9ମାସ ପରେ ସରକାରୀ ନିର୍ଦ୍ଦେଶ ଅନୁସାରେ ଗତ 8ତାରିଖରୁ ଗଜପତି ଜିଲ୍ଲାର ସମସ୍ତ 172ଟି ସ୍କୁଲ ଏବଂ 28ଟି କଲେଜ ଖୋଲାଯାଇଛି । ପିଲାଙ୍କୁ ପଢାଇବା ପାଇଁ ପ୍ରାୟ 15ଶହ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି । ସେମାନଙ୍କ କୋରୋନା ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ 26ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଜିଟିଭ ଥିବା ଜଣାପଡ଼ିଛି । ସେହିପରି 2ଜଣ ଛାତ୍ର ମଧ୍ୟ ଆକ୍ରାନ୍ତ ଥିବା ଜଣାପଡିଛି । ଏହା ପରେ ଜିଲ୍ଲାବାସୀଙ୍କ ଚିନ୍ତା ବଡିବା ସହତି ଅଭିଭାବକମାନେ ମଧ୍ୟ ଚିନ୍ତାରେ ରହିଛନ୍ତି । ଏଥିପାଇଁ ସ୍କୁଲରେ ସାନିଟାଇଜ, ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ଆଦି ନିୟମକୁ ଗୁରୁତ୍ବ ଦିଆଯାଉଥିବା ଶିକ୍ଷକମାନେ କହିଛନ୍ତି । ସ୍କୁଲର ସମସ୍ତ ନିଯମକୁ ମାନି ଚଳୁଥିବା ଛାତ୍ରଛାତ୍ରୀମାନେ କହିଛନ୍ତି । ତେବେ ଏ କୋରାେନାର ପ୍ରତ୍ୟାବର୍ତ୍ତନ ପାଠପଢା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ସ୍କୁଲ ଖୋଲିବାର ଦୁଇଦିନ ପରେ ଏପରି କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ଉଭୟ ପ୍ରଶାସନ ଏବଂ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କୁ ସ୍କୁଲ ଆସିବା ପାଇଁ ବାରଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ହୋଇଛି । ଏନେଇ କୌଣସି ସ୍କୁଲ ବନ୍ଦ ହେବ ନାହିଁ କି ପାଠପଢାରେ କୌଣସି ବାଧା ସୃଷ୍ଟି ହେବନି ବୋଲି କହିଛନ୍ତି ଉପଜିଲ୍ଲାପାଳ । ଜିଲ୍ଲାରେ ପ୍ରଥମରୁ ହିଁ ଟ୍ରେସିଂ,ଟେଷ୍ଟି ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ଵ ଦିଆଯାଉଛି । ପରିସ୍ଥିତି ବର୍ତ୍ତମାନ ବି ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ।

ତେବେ ଗଜପତି ଜିଲ୍ଲାରେ ମେ 23ତାରିଖରେ ପ୍ରଥମ 4ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ ଜୁନ ମାସରୁ କୋରୋନା ସଂକ୍ରମଣ ବଢିବାରେ ଲାଗିଥିଲା । ଡିସେମ୍ବର ମାସ ଶେଷ ସୁଦ୍ଧା 3970ରେ ପହଞ୍ଚିଥିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଜାନୁଆରୀ ମାସର ପ୍ରଥମ 10ଦିନରେ 36ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା 4006ରେ ପହଞ୍ଚିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.