ETV Bharat / state

ସାନିଟାଇଜ କାମରେ ନିୟୋଜିତ 2 ଯୁବକ, ମିଳିନି କୋଭିଡ ଯୋଦ୍ଧାର ମାନ୍ୟତା - ଗଜପତି

ଗଜପତି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାରୁ ଏଥିରେ କୋହଳ କରିଛନ୍ତି ସରକାର । ଏଥିପାଇଁ ସମସ୍ତେ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । ଯେଉଁମାନେ ପ୍ରକୃତରେ ଦିନରାତି ପରିଶ୍ରମ କରୁଛନ୍ତି ସେମାନଙ୍କୁ କେହି ଜାଣନ୍ତି ନାହିଁ । ଅଧିକ ପଢନ୍ତୁ...

ସାନିଟାଇଜ କାମରେ ନିୟୋଜିତ 2 ଯୁବକ, ମିଳିନି କୋଭିଡ ଯୋଦ୍ଧାର ମାନ୍ୟତା

author img

By

Published : Jun 13, 2021, 10:17 AM IST

ଗଜପତି: କୋରୋନାର ଦ୍ଵିତୀୟ ଲହରକୁ ନେଇ ଏବେବି ସାରା ଦେଶ ଚିନ୍ତାରେ । ରାଜ୍ୟରେ ମଧ୍ୟ ସେହି ସମାନ ଅବସ୍ଥା ତେଣୁ ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି କରିଛନ୍ତି । ଗଜପତି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାରୁ ଏଥିରେ କୋହଳ କରିଛନ୍ତି ସରକାର । ଏଥିପାଇଁ ସମସ୍ତେ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । ଯେଉଁମାନେ ପ୍ରକୃତରେ ଦିନରାତି ପରିଶ୍ରମ କରୁଛନ୍ତି ସେମାନଙ୍କୁ କେହି ଜାଣନ୍ତି ନାହିଁ । ସେମାନେ ହେଲେ ପାରଳାଖେମୁଣ୍ଡିର ଦୁଇ ଜଣ ସଫେଇ କର୍ମଚାରୀ-ସନ୍ତୋଷ ଏବଂ ଗୌର । ଯେଉଁମାନେ କି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି କଣ୍ଟେନମେଣ୍ଟ ଜୋନ୍ ଯାଏଁ ସବୁ କିଛି ସାନିଟାଇଜ୍ କରିଥାନ୍ତି ।

ସାନିଟାଇଜ କାମରେ ନିୟୋଜିତ 2 ଯୁବକ, ମିଳିନି କୋଭିଡ ଯୋଦ୍ଧାର ମାନ୍ୟତା

ପାରଳାଖେମୁଣ୍ଡି ପୌରପରିଷଦ ଅଧିନରେ ଦୈନିକ ମଜୁରୀରେ ସଫେଇ କର୍ମଚାରୀ ଭାବେ କାମ କରିଥାନ୍ତି । ଜିଲ୍ଲାରେ କୋଭିଡ ସ୍ଥିତି ଦେଖାଦେବା ପରଠାରୁ ଏ ଦୁହିଁଙ୍କ କାନ୍ଧରେ ରହିଛି ସାନିଟାଇଜର ଭାର । ଏମାନେ ପ୍ରତିଦିନ ସକାଳ ପ୍ରାୟ ୭ଟାରେ ପୌରପରିଷଦ କାର୍ଯ୍ୟାଳୟରେ ପହଞ୍ଚି ଧରି ନିଅନ୍ତି ନିଜର ଆବଶ୍ୟକୀୟ ଜିନିଷପତ୍ର ଏବଂ ବାହାରି ଯାଆନ୍ତି ନିଜ ଦାୟିତ୍ବ ସମ୍ପାଦନ ପାଇଁ । ଏମାନଙ୍କ ଚାକିରୀର କୌଣସି ସ୍ଥାୟୀତ୍ଵ ନାହିଁ କି ଏମାନେ କୋରୋନା ଯୋଦ୍ଧା ଭାବେ ଘୋଷିତ ହୋଇନାହାଁନ୍ତି । ତଥାପି ସେମାନେ ନିଜ ଜୀବନକୁ ବାଜି ଲଗାଇ ଏହି କାମ କରିଚାଲିଛନ୍ତି ।

କୋରୋନା ମହାମାରୀ ସମୟରେ ଯେତେବେଳେ ସାଧାରଣ ଲୋକେ ନିଜେ ବଞ୍ଚିବା କଥା ଚିନ୍ତା କରୁଛନ୍ତି ସେହି ସମୟରେ ଏହି ଦୁଇଜଣ ଯୁବକଙ୍କ ଏଭଳି କାର୍ଯ୍ୟ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ । ଏନେଇ ସନ୍ତୋଷ ଏବଂ ଗୌର କୁହନ୍ତି, ଆମେ ଏହି କାମ କରିବା ପାଇଁ ଦାୟିତ୍ବ ନେଇଛୁ ତେଣୁ କରିଚାଲିଛୁ । ଏହାକୁ ନେଇ ସେମାନେ କେବେବି ଭୟ କରିନାହାନ୍ତି ବରଂ ପ୍ରତିଦିନ ସକାଳୁ ସେମାନେ ପୌର କାର୍ଯ୍ୟାଳୟ ଠାରୁ ଆରମ୍ଭ କରି କଣ୍ଟେନମେଣ୍ଟ ଜୋନ୍ ଏବଂ ଟ୍ରେନିଂ ସେଣ୍ଟର ଆଦି ବିଭିନ୍ନ ସ୍ଥାନର ସାନିଟାଇଜ କରୁଥିବା କହିଛନ୍ତି ।

ସାରା ଦେଶ ଏବଂ ରାଜ୍ୟରେ ଏବେ ବି କୋରୋନାର ଦ୍ବିତୀୟ ଲହରକୁ ନେଇ ସମସ୍ତେ ଚିନ୍ତାରେ ରହିଥିବା ବେଳେ ଗଜପତି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିବା ପଛରେ ଅନେକ ଲୋକଙ୍କ ହାତ ରହିଛି । ଯେଉଁମାନଙ୍କ ମଧ୍ୟରେ ଏହି ଦୁଇଜଣଙ୍କ ପ୍ରମୁଖ ଭୂମିକା ରହିଛି । ତେଣୁ ଏମାନଙ୍କୁ ପ୍ରଶାସନ ଏବଂ ସରକାର ନିଶ୍ଚିତ ଭାବେ କୋରୋନା ଯୋଦ୍ଧାର ମାନ୍ୟତା ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.