ETV Bharat / state

ଏଯାଏଁ ହୋଇନି ‘ତିତିଲି’ର ଭରଣା, ପୁଣି ଡରାଇଲାଣି ‘ଫନି’

ଗଜପତି ଜିଲ୍ଲାରେ ତିତିଲିରେ ହୋଇଥିବା କ୍ଷୟକ୍ଷତିର ଭରଣା ଏଯାଏଁ ହୋଇନଥିବା ବେଳେ ପୁଣି ଥରେ ‘ଫନି’ ବାତ୍ୟା ଗଜପତିବାସୀଙ୍କ ନିଦ ହଜାଇ ଦେଇଛି ।

author img

By

Published : May 1, 2019, 5:50 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଡରାଉଛି ସାମୁଦ୍ରିକ ଝଡ ଫନି । ବଙ୍ଗୋପସାଗରରୁ ଶକ୍ତି ସଂଗ୍ରହ କରି ଓଡିଶା ଉପକୂଳ ମୁହାଁ ହେଉଥିବା ଏହି ବାତ୍ୟାକୁ ନେଇ ରାଜ୍ୟବାସୀ ଏବେ ଚିନ୍ତାରେ । ତେବେ ମାତ୍ର 7ମାସ ଆଗରୁ ସାମୁଦ୍ରିକ ଝଡ ତିତିଲିକୁ ସାମ୍ନା କରିଥିବା ଗଜପତି ବାସୀ ଆଉ ଏକ ବାତ୍ୟାର ନାଁ ଶୁଣିବା ପରଠାରୁ ଆତଙ୍କିତ ହୋଇପଡିଛନ୍ତି । ଗତ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଭରଣା ଏଯାଏଁ ହୋଇ ପାରିନଥିବା ବେଳେ ପୁଣି ଏକ ବାତ୍ୟାର ସମ୍ମୁଖୀନ ହେବେ ଜିଲ୍ଲାବାସୀ । ତେବେ ଭୟଭୀତ ନହୋଇ ସତର୍କ ରହିବାକୁ ପ୍ରଶାସନ ଆହ୍ବାନ ଜଣାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ପୂର୍ବରୁ ବାତ୍ୟାର ଭୟାବହତାକୁ ପାଖରୁ ଦେଖିନଥିବା ଗଜପତି ଜିଲ୍ଲା 7ମାସ ମଧ୍ୟରେ 2ଟି ବାତ୍ୟାର ଶିକାର ହେବା ନିଶ୍ଚିତ ଭାବେ ଲୋକଙ୍କୁ ଚିନ୍ତିତ କରିଛି । ଗତ ଅକ୍ଟୋବର ମାସରେ ହୋଇଥିବା ବାତ୍ୟା ତିତଲି ସିଧାସଳଖ ଗଜପତି ଜିଲ୍ଲାରେ ପ୍ରଭାବ ପକାଇଥିଲା । ଫଳରେ ଅନେକ ଧନଜୀବନ ନଷ୍ଟ ହୋଇଥିଲା । ତିତଲି ଯେମିତି ଗଜପତି ଜିଲ୍ଲାର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା ।

ତେବେ ‘ଫନି’ ଯଦିଓ ପୁରୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି, ତଥାପି ଗଜପତି ଜିଲ୍ଲାରେ ଏହା ପ୍ରଭାବରେ ପବନ ବହିବା ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଏଭଳି ସ୍ଥିତିରେ ପୁଣିଥରେ ସମସ୍ୟା ଦେଖାଦେବାକୁ ଥିବାରୁ ଲୋକେ ଅଧିକ ଆତଙ୍କିତ ହୋଇପଡିଛନ୍ତି । ବିଶେଷ କରି କଚ୍ଚା ଘରେ ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକେ ଏବଂ ଚାଷୀମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଥିବାରୁ ସେମାନଙ୍କ ଆଖିରୁ ଏବେ ନିଦ ହଜି ଯାଇଛି ।

ସେପଟେ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି । ତେଣୁ ଏହାକୁ ନେଇ ଭୟଭିତ ନହୋଇ, ସତର୍କତା ଅବଲମ୍ବନ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ଲୋକଙ୍କୁ ଆହ୍ବାନ ଜଣାଇଛନ୍ତି । ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ଖୋଲା ରହିଛି । ବିପଦ ଶଂକୁଳ ଅଞ୍ଚଳରେ ରହୁଥିବା ଲୋକେ ତୁରନ୍ତ ସେହି ସବୁ କେନ୍ଦ୍ରରେ ଆଶ୍ରୟ ନେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସେହିଭଳି ଗତ ତିତିଲି ସମୟରେ ଯେଉଁସବୁ ସ୍ଥାନ ବିପଦପୂର୍ଣ୍ଣ ସ୍ଥାନ ଭାବେ ଚିହ୍ନଟ ହୋଇଛି ସେହିସବୁ ଅଞ୍ଚଳର ଲୋକଙ୍କୁ ମଧ୍ୟ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି ।

ତେବେ 7 ମାସ ମଧ୍ୟରେ ଦ୍ୱିତୀୟ ଥର ବାତ୍ୟାକୁ ସାମ୍ନା କରୁଥିବା ଗଜପତି ଜିଲ୍ଲା ଫନି ଦ୍ବାରା କେତେ କ୍ଷତିଗ୍ରସ୍ତ ହେଉଛି ତାହା ଉପରେ ସଭିଙ୍କ ନଜର ।

ଗଜପତିରୁ ହରିହର ପଟନାୟକ, ଇଟିଭି ଭାରତ

Intro:Body:

gssdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.