ETV Bharat / state

ରାଣୀପେଣ୍ଠ ଛକରୁ 1 ଲକ୍ଷ 50 ହଜାର ଟଙ୍କା ଜବତ, ସରପଞ୍ଚ ଅଟକ - ଗଜପତି

ନିର୍ବାଚନ ପାଖେଇ ଆସିବା ସହ ଯାନବାହାନ ଯାଞ୍ଚବେଳେ ବିପୁଳ ପରିମାଣର ଟଙ୍କା ଜବତ କରୁଛି ପୋଲିସ । ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଛକରେ 2ଟି କାରରୁ 1 ଲକ୍ଷ 50 ହଜାର ଟଙ୍କା ଜବତ ହୋଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି
author img

By

Published : Apr 5, 2019, 3:11 AM IST

ଗଜପତି: ନିର୍ବାଚନ ପାଖେଇ ଆସିବା ସହ ଯାନବାହାନ ଯାଞ୍ଚବେଳେ ବିପୁଳ ପରିମାଣର ଟଙ୍କା ଜବତ କରୁଛି ପୋଲିସ । ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଛକରେ 2ଟି କାରରୁ 1 ଲକ୍ଷ 50 ହଜାର ଟଙ୍କା ଜବତ ହୋଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଠାରୁ କାଶୀନଗର ବ୍ଲକ ଖାଣ୍ଡବା ଗାଁକୁ ଯାଉଥିବା କାର ନଂ (ଓଡି -18-1818)ରୁ 1 ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସେହିପରି ପଡୋଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କତ୍ତୁର ଗାଁରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ଟ୍ରାଭେରା ଗାଡି ନଂ (ଏପି 30ଏ-ଏଚ୍ 5300) ଗାଡିରୁ 50 ହଜାର ଟଙ୍କା ଜବତ ହୋଇଛି। ଏଥିସହ ମାମଲାରେ କାଶୀନଗର ବ୍ଲକ ଖାଣ୍ଡବା ସରପଞ୍ଚ ଜଗନ୍ନାଥ ଦେରା ଓ ଟି ପ୍ରସାଦ ରାଓଙ୍କୁ ପାରଳାଖେମୁଣ୍ଡି ଥାନାରେ ଅଟକ ରଖାଯାଇଛି।

ତେବେ ଜବତ ଟଙ୍କା ଗୁଡିକ କେଉଁ କାର୍ଯ୍ୟ ପାଇଁ ଯାଉଥିଲା, ସେନେଇ ତଦନ୍ତ ଜାରି ରହିଛି । ଗୁରୁବାର ପାରଳାଖେମୁଣ୍ଡି ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଥିଲେ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.