ETV Bharat / state

ନିରାଡମ୍ବରରେ ପାଳନ ହେଲା ବିଶ୍ୱର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ - freedom fighter bajirout birthday celebration

ବିଶ୍ୱର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଆଜି ଜୟନ୍ତୀ । ମହାମାରୀ କୋରୋନା କଟକଣା ପାଇଁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମଉତ୍ସଵକୁ କେବଳ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନରେ ସୀମିତ ରଖିବାକୁ ବାଧ୍ୟ ହୋଇଛି ପ୍ରଶାସନ ।

ନିରାଡମ୍ବରରେ ପାଳନ ହେଲା ବିଶ୍ୱର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମଜୟନ୍ତୀ

author img

By

Published : Oct 5, 2020, 6:36 PM IST

ଢେଙ୍କାନାଳ: ବିଶ୍ୱର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଆଜି ଜୟନ୍ତୀ । ମହାମାରୀ କୋରୋନା କଟକଣା ପାଇଁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମଉତ୍ସଵକୁ କେବଳ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛି ପ୍ରଶାସନ ।

୧୯୨୬ ମସିହା ଅକ୍ଟୋବର ୫ ତାରିଖ ଅର୍ଥାତ ଆଜିର ଦିନରେ ଏସିଆ ମହାଦେଶର ସର୍ବବୃହତ ଗ୍ରାମ କୁହାଯାଉଥିବା ଢେଙ୍କାନାଳ ଜିଲ୍ଲା ଭୁବନର ନୀଳକଣ୍ଠପୁରରେ ଜନ୍ମ ନେଇଥିଲେ ଏହି ବୀର ବାଜି ରାଉତ । ଆଉ ଢେଙ୍କାନାଳରୁ ଆରମ୍ଭ ହୋଇଥିବା ପ୍ରଜାମଣ୍ଡଳ ଆନ୍ଦୋଳନକୁ ଦମନ କରିବାକୁ ଆସୁଥିବା ବ୍ରିଟିଶ ସୈନ୍ୟମାନଙ୍କ ଗୁଳିରେ ଗତ ୧୯୩୮ ମସିହା ଅକ୍ଟୋବର ୧୧ ତାରିଖରେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ମାତ୍ର ୧୨ ବର୍ଷ ବୟସରେ ବାଜି ରାଉତଙ୍କ ଅସୀମ ସାହସ ଓ ବୀରତ୍ୱ ପାଇଁ ସେ ବିଶ୍ୱର ସର୍ବକନିଷ୍ଠ ଶହୀଦର ମାନ୍ୟତା ପାଇଛନ୍ତି । ଏହି ମହାନ ଶହୀଦଙ୍କ ଜୟନ୍ତୀ ଅବସରରେ ଆଜି ଢେଙ୍କାନାଳ ସହରର ବାଜିଚୌକସ୍ଥିତ ବାଜି ରାଉତଙ୍କ ଶହୀଦ ସ୍ତମ୍ଭରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ନିରାଡମ୍ବରରେ ପାଳନ ହେଲା ବିଶ୍ୱର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମଜୟନ୍ତୀ

ଏହା ପରେ ବାଜି ରାଉତଙ୍କ ଜନ୍ମସ୍ଥାନ ଭୁବନ ନୀଳକଣ୍ଠପୁରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏହି ଅବସରରରେ କେତେକ କୁନି କୁନି ପିଲାଙ୍କୁ ଜିଲ୍ଲାପାଳ ଚକୋଲେଟ ମଧ୍ୟ ବାଣ୍ଟିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.