ETV Bharat / state

ବିଶ୍ୱ ପାଇଖାନା ଦିବସରେ ଶୌଚ ପାଇଁ ସଚେତନତା

author img

By

Published : Nov 19, 2020, 10:23 PM IST

ଆଜି ବିଶ୍ବ ପାଇଖାନା ଦିବସ ଅବସରରେ ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ଅଭିନବ ଢଙ୍ଗରେ ଲୋକମାନଙ୍କୁ ସଚେତନତା କରାଯାଇଛି । ପଢନ୍ତୁ ଅଧିକ....

ବିଶ୍ୱ ପାଇଖାନା ଦିବସରେ ଶୌଚ ପାଇଁ ସଚେତନତା
ବିଶ୍ୱ ପାଇଖାନା ଦିବସରେ ଶୌଚ ପାଇଁ ସଚେତନତା

ଢେଙ୍କାନାଳ: ଆଜି ବିଶ୍ବ ପାଇଖାନା ଦିବସ ଅବସରରେ ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ଅଭିନବ ଢଙ୍ଗରେ ଲୋକମାନଙ୍କୁ ସଚେତନତା କରାଯାଇଛି । ଲୋକମାନେ କିଭଳି ବାହାରେ ଶୌଚ ନ କରି ପରିବେଶକୁ ସଫା ସୁତୁରା ରଖିବେ ଓ ସ୍ବଚ୍ଛତା ଉପରେ ଧ୍ୟାନ ଦେବେ ସେ ନେଇ ଏହି ନିଆରା ପଦକ୍ଷେପ ନିଆଯାଇଛି ।

ବିଶ୍ୱ ପାଇଖାନା ଦିବସରେ ଶୌଚ ପାଇଁ ସଚେତନତା

ଏହି କାର୍ଯ୍ୟକ୍ରମରେ ପୌର ପ୍ରଶାସନ ପକ୍ଷରୁ କିଛି ମହିଳା ସ୍ବଚ୍ଛ ସାଥୀ ଏବଂ ଚକୁଳିଆ ପଣ୍ଡା ବେଶରେ ରାଲି କରି ସହରର ଗଳିକନ୍ଦି, ସାହି ବସ୍ତିରେ ବୁଲି ବୁଲି ମାଇକ ମାଧ୍ୟମରେ ଗୀତ ବୋଲି ସଚେତନତା ପ୍ରଚାର କରିଛନ୍ତି ।

ଏହି ଅବସରରେ ପୌରସଂସ୍ଥାକୁ ସ୍ବଚ୍ଛତା ନେଇ ଉଦ୍ୟମ କରାଯାଉଥିବା କାର୍ଯ୍ୟକ୍ରମରୁ ଜଣାପଡିଛି । ଢେଙ୍କାନାଳ ପୌରାଞ୍ଚଳକୁ ରାଜ୍ୟର ଏକ ନମ୍ବର ପୌରାଞ୍ଚଳ ଭାବେ ଗଢି ତୋଳିବା ପାଇଁ ଢେଙ୍କାନାଳ ପୌରପାଳିକା ପକ୍ଷରୁ ଏହି ଅଭିନବ ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.