ETV Bharat / state

ମହଣ ମହଣ ଘିଅରେ ହେବ ଆହୁତି, କାଲିଠୁ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମାଘ ମେଳା - ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ

କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଜୋରନ୍ଦା ମାଘ ମେଳା। ଏହି ମେଳାକୁ ମହିମା ସାଧୁ ମାନେ ତିନି ଦିନ ଧରି ପାଳୁଥିବା ବେଳେ ପାଞ୍ଚ ଛଅ ଦିନ ଧରି ବେଶ ଧୁମ ଧାମରେ ପାଳିବେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

World famous Joranda Magha Mela
World famous Joranda Magha Mela
author img

By

Published : Feb 3, 2023, 5:42 PM IST

Updated : Feb 3, 2023, 6:00 PM IST

କାଲିଠୁ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମାଘ ମେଳା

ଢେଙ୍କାନାଳ: ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା। ସାରା ଭାରତର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଏହି ଜୋରନ୍ଦା ମହିମଗାଦୀ ମୁହାଁ ହୋଇଛନ୍ତି । ତେବେ ଗାଦୀ ପୀଠରେ ଲାଗି ରହିଥିବା ବିବାଦର ଅସ୍ଥାୟୀ ସମାଧାନ ପରେ ମେଳା ପାଇଁ ବେଶ ପ୍ରସ୍ତୁତି କରିଛନ୍ତି ଉଭୟ ସାଧୁ ଗୋଷ୍ଠୀ । ସୂଚନା ଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ପରି ଆସନ୍ତା କାଲି ୪ତାରିଖ ଅର୍ଥାତ ମାଘ ଶୁକ୍ଳ ଚତୁର୍ଦଶୀ ଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ଏହି ମେଳାକୁ ମହିମା ସାଧୁ ମାନେ ତିନି ଦିନ ଧରି ପାଳୁଥିବା ବେଳେ ପାଞ୍ଚ ଛଅ ଦିନ ଧରି ବେଶ ଧୁମ ଧାମରେ ପାଳିବେ ସ୍ଥାନୀୟ ବାସିନ୍ଦା । ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ୧୫୦ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମହିମା ସାଧୁ । ଗାଦୀ ମନ୍ଦିର ପରିସରରେ ଅଖଣ୍ଡ ଧୁନୀ ଜାଳିବା ସାଙ୍ଗକୁ ସାରାବିଶ୍ୱର କଲ୍ୟାଣ ପାଇଁ ପ୍ରତ୍ୟେକ ବର୍ଷ ପରି ମୁଖ୍ୟ ଗାଦୀ ମନ୍ଦିର ଚତୁପାର୍ଶ୍ଵରେ ବିଶାଳକାୟ ଝଡବତୀ ଜାଳିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି ବକଳ ଧରି ମହିମା ସାଧୁ । ଫଳରେ ସାରା ବିଶ୍ୱରେ ପ୍ରସାରିତ ଏହି ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦାର ମହିମା ଗାଦୀକୁ ଦେଶ ବ୍ୟାପି ମହିମା ସାଧୁ ଓ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିବାରେ ଲାଗିଛି । ଏନେଇ ସଜେଇ ହେଲାଣି ମହିମା ଗାଦୀ ।

କୌପିନୀ ସାଧୁ ଗୋଷ୍ଠୀଙ୍କ ସାଧନା ପୀଠକୁ ଉଚ୍ଛେଦ ପରେ ମେଳାରେ ଅସହଯୋଗ ବିବାଦର ଆସ୍ଥାୟୀ ସମାଧାନ ହୋଇଛି । ଏହାପରେ ମହିମା ଗାଦୀ ଅଧିକ ଚଳଚଞ୍ଚଳ ହୋଇ ଉଠିଛି । ଅଖଣ୍ଡ ବତୀ ମନ୍ଦିରରେ କୌପନୀ ଗୋଷ୍ଠୀ ଅଖଣ୍ଡ ଧୁନୀ ଜାଳିବା ସହ ଏହି ମନ୍ଦିର ନିକଟସ୍ଥ ଜାଗାରେ ଅସ୍ଥାୟୀ ମଣ୍ଡପରେ ମହିମା ସାଧୁ ମାନେ ଭଜନ କୀର୍ତ୍ତନ କରିବା ପାଇଁ ପ୍ରସ୍ତୁତି କରାଯାଇଛି । ମହିମା ପରମ୍ପରା ମୁତାବକ ୪ତାରିଖରେ ପ୍ରଭୁ ପୂର୍ଣ୍ଣିମା ଓ ୫ ତାରିଖରେ ଗୁରୁପୁର୍ଣ୍ଣିମା ବା ଅଗ୍ନିଉତ୍ସଵକୁ ପାଳିବେ ମହିମା ସାଧୁ । ଫଳରେ ସମଗ୍ର ଦେଶବ୍ୟାପୀ ମହିମା ସାଧୁ ସନ୍ନ୍ୟାସୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ମହିମା ଗୋସାଇଁଙ୍କ ଏହି ସମାଧିସ୍ଥଳ ଗୁରୁଧାମ ମହିମା ଗାଦୀକୁ ଆସୁଛନ୍ତି ।

ସେପଟେ ମେଳାରେ ଲକ୍ଷଲକ୍ଷ ଜନ ସମାଗମ ଓ ବ୍ୟବସାୟକୁ ଆଖି ଆଗରେ ରଖି ବିଭିନ୍ନ କିସମର ଦୋକାନୀମାନେ ବ୍ୟବସାୟର ପସରା ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଅପରପକ୍ଷରେ ଚଳିତ ବର୍ଷ ମେଳାରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ଯାତ୍ରା, ମୀନା ବଜାର ଓ ବିଭିନ୍ନ ଦୋଳି ଆଦି ପ୍ରସ୍ତୁତି ମେଳାକୁ ଆହୁରି ସରଗରମ କରିବ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ପୋଲିସ ଅଧିକାରୀମାନେ ମଧ୍ୟ ମେଳାରେ ସାମିଲ ହେବେ । ସେପଟେ ଟ୍ରାଫିକ ପରିଚାଳନା, ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ଆଦି ଉପରେ ବାରମ୍ବାର ବୈଠକ ମାଧ୍ୟମରେ ବିଶେଷ ଗୁରୁତ୍ବ ଦିଆଯାଇଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ଜୋରନ୍ଦା ସରପଞ୍ଚ ତଥା ମେଳା ପରିଚାଳନା କମିଟିର ସମ୍ପାଦକ ଆରତୀ ନାୟକ । ଏପରିସ୍ଥଳେ ଗତ ଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ମେଳାରେ ବେଶ ଧୁମ ଧାମରେ ପାଳିବେ ମହିମା ସାଧୁ ଓ ଶ୍ରଦ୍ଧାଳୁ । ଆଉ ଚଳିତ ବର୍ଷ ଅନୁକୂଳ ପାଗ ନେଇ ଏହି ମେଳାରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ ହେବାର ଆଶା କରାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Feb 3, 2023, 6:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.