ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗରରେ ଏସିଡ୍ ମାଡରେ ଜଣେ ବିବାହିତା ମହିଳା ଗୁରୁତର । ଗୁରୁତର ମହିଳାଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳାଙ୍କ ହେଲେ କାମାକ୍ଷାନଗରର ସୁନିତା ବେହେରା ।
ସୂଚନା ଅନୁସାରେ ଆଜି(ଶନିବାର) ସଂନ୍ଧ୍ୟାରେ କାମାକ୍ଷାନଗର ଥାନା ଜାତୀୟ ରାଜପଥ ମୁକ୍ତାପଶି ଗ୍ରାମ ରାସ୍ତା କଡରେ ମହିଳା ଜଣଙ୍କ ମୁର୍ମୂଷ ଅବସ୍ଥାରେ ପଡିରହିଥିବାବେଳେ ବାଟରେ ଯାଉଥିବା କିଛି ଲୋକେ ଦେଖି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲକୁ ପଠାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ମହିଳା ଜଣକ ଗୁରୁତର ଥିବାରୁ କୌଣସି କଥା କହିପାରୁ ନାହାନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ