ETV Bharat / state

ଜଳସଙ୍କଟ, ଗରା-ବାଲ୍ଟି ଧରି ମହିଳାଙ୍କ ରାସ୍ତା ଅବରୋଧ

author img

By

Published : Apr 26, 2021, 10:41 AM IST

Updated : Apr 26, 2021, 11:38 AM IST

ପାଣି ସମସ୍ୟାକୁ ନେଇ ତାତିଲେ ମହିଳା । ହାଣ୍ଡି ମାଠିଆ ଧରି 53 ନମ୍ବର ରାଜପଥକୁ କଲେ ଅବରୋଧ । ଅଧିକ ପଢନ୍ତୁ...

ହାଣ୍ଡି ମାଠିଆ ଧରି 53 ନମ୍ବର ରାଜପଥ ଅବରୋଧ କଲେ ମହିଳା

ଢେଙ୍କାନାଳ: ପାଣି ପାଇଁ ତାତିଲେ ମହିଳା । ହାଣ୍ଡି ମାଠିଆ ଧରି କଲେ ରାସ୍ତାରୋକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରଙ୍ଗମାଟିଆ ବନ୍ୟସାହି ବାସିନ୍ଦା 53 ନମ୍ବର ରାଜପଥକୁ ଅବରୋଧ କରିଥିଲେ ଶତାଧିକ ମହିଳା । ଫଳରେ ଶତାଧିକ ଗାଡି କାମାକ୍ଷାନଗର-ଯାଜପୁର ରୋଡ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆଜି ସକାଳୁ ମହିଳାମାନେ ଗୋରା, ବାଲ୍ଟି ଧରି ଜାତୀୟ ରାଜପଥ- ରାସ୍ତା ଅବରୋଧ କରିଛନ୍ତି ।

ରଙ୍ଗମାଟିଆ ବନ୍ୟାସାହିରେ ଗୋଟିଏ କୂଅ ଓ ଗୋଟିଏ ନଳକୂଅ ଉପରେ ସାହିର ପ୍ରାୟ ୧୫୦ଟି ପରିବାର ନିର୍ଭର କରିଥାନ୍ତି । ଗାଁ ପାଖରେ NH ସମ୍ପ୍ରସାରଣରେ ନିୟୋଜିତ ଥିବା ବାଲାଜୀ କମ୍ପାନୀର ଡମ୍ପୟାର୍ଡରୁ ନିର୍ଗତ ବିଷାକ୍ତ ପାଉଁଶ ଗୁଣ୍ଡ କୂଅ ଓ ପୋଖରୀରେ ପଡି ପାଣିକୁ ବିଷାକ୍ତ କରିଛି । ଗାଧୋଇବା ହେଉ କି ପାନୀୟ ପାଣି ପାଇଁ ଉପଯୋଗୀ ହେଉନାହିଁ ।

ଜଳସଙ୍କଟ, ଗରା-ବାଲ୍ଟି ଧରି ମହିଳାଙ୍କ ରାସ୍ତା ଅବରୋଧ

ଅନ୍ୟପଟେ, ଯେଉଁ ଗୋଟିଏ ନଳକୂଅ ଅଛି ସେଥିରେ ଭଲରେ ପାଣି ଆସୁନାହିଁ । ଗାଁର ମହିଳା ମାନେ ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ସମ୍ପର୍କରେ ବାରମ୍ବାର ବିଡିଓ, ସରପଞ୍ଚ ଓ ବାଲାଜୀ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥାନ ହେବାରୁ ଆଜି ଶତାଧିକ ମହିଳା ରଙ୍ଗମାଟିଆ ଛକରେ ରାସ୍ତାରୋକ କରିଥିଲେ l ସେପଟେ, ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଓ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଥିଲେ । ପାଣି ପାଇଁ ପ୍ରତିଶୃତି ମିଳିବା ପରେ ପ୍ରାୟ ୨ ଘଣ୍ଟା ପରେ ରାସ୍ତାରୋକ ହଟିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Apr 26, 2021, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.