ETV Bharat / state

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ମହିଳାଙ୍କ ମୃତ୍ୟୁ - ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ଢେଙ୍କାନାଳରେ ଲଗାଣ ବର୍ଷା ପ୍ରଭାବରେ ମାଟି କାନ୍ଥ ଭୁଶୁଡ଼ି ଅସହାୟ ମହିଳାଙ୍କ ମୃତ୍ୟୁ । ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଁଇ ପଠାଇଛି ପୋଲିସ । ଅଧିକ ପଢନ୍ତୁ

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ମହିଳାଙ୍କ ମୃତ୍ୟୁ

author img

By

Published : Aug 15, 2022, 6:51 AM IST

ଢେଙ୍କାନାଳ: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ତେବେ ତୁମୁସିଙ୍ଗା ଥାନା ସୋଗର ଗ୍ରାମ ଅନ୍ତର୍ଗତ କବର ସାହିରେ ଲଗାଣ ବର୍ଷା ପ୍ରଭାବରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ଅସହାୟ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଉଛନ୍ତି ଗୁନେଇବିଲ ଗ୍ରାମର ଶାନ୍ତିଲତା ଭୋଇ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ ଶାନ୍ତିଲତା ଦୀର୍ଘ ଦିନ ଧରି ସୋଗର ଗ୍ରାମରେ ରହୁଥିବା ତାଙ୍କ ଭଉଣୀଙ୍କ ଘରେ ରହି ଆସୁଥିଲେ । ତେବେ ଲଗାଣ ବର୍ଷା କାରଣରୁ ସେ ଘରେ ବସି ଥିବା ବେଳେ ମାଟି କାନ୍ଥ ଖସି ପଡିଥିଲା । ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ଏନେଇ ସମସ୍ତ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ । ସେପଟେ ବିଭିନ୍ନ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ରାଜ୍ୟରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ବୌଦ୍ଧ, ସୁବର୍ଣ୍ଣପୁର ଭଳି ଅନେକ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳବନ୍ଦୀ ମଧ୍ୟ ହୋଇଛି । ସେଥିପାଇଁ ମାଟିଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶାବଳୀ ଲାଗୁ ହୋଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.