ETV Bharat / state

ତାଲାବନ୍ଦରେ ବଢୁଛି LPG ସିଲିଣ୍ଡର ମୂଲ୍ୟ, ଚିନ୍ତାରେ ମଧ୍ୟବିତ୍ତ ପରିବାର

ପ୍ରାୟ ଦୁଇ ମାସରୁ ଉର୍ଦ୍ଧ୍ବ ସମୟର ଲକଡାଉନରେ ଘରେ ଘରେ ବଢି ଚାଲିଛି ଗ୍ୟାସ ବା ଏଲପିଜିର ବ୍ୟବହାର । ସରକାର ଲୋକଙ୍କ ସୁବିଧା ଅନୁଯାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀର ସହଜ ଉପଲବ୍ଧି ପାଇଁ କରିଛନ୍ତି ବିଭିନ୍ନ ବ୍ୟବସ୍ଥା । ହେଲେ କୋଟି କୋଟି ଟଙ୍କାର ଯୋଜନାରୁ ବାଦ ପଡିଯାଇଛି ସାଧାରଣ ଗୃହିଣୀଙ୍କ ଆବଶ୍ୟକତା । କମିବା ବଦଳରେ ବଢି ଚାଲିଛି ଏଲପିଜି ସିଲିଣ୍ଡରର ମୂଲ୍ୟ ।

LPG cyllinder price, dhenkanal latest news, LPG cyllinder price in dhenkanal, lockdown, middle class family's problem in dhenkanal, LPG cyllinder distribution in dhenkanal, ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ଢେଙ୍କାନାଳରେ ଏଲପିଜି ସିଲିଣ୍ଡର ମୂଲ୍ୟ, ଲକଡାଉନ, ଢେଙ୍କାନାଳରେ ମଧ୍ୟବିତ୍ତ ପରିବାରଙ୍କ ଦୁଃଖ, ଢେଙ୍କାନାଳରେ ଏଲପିଜି ସିଲିଣ୍ଡର ବିତରଣ
ତାଲାବନ୍ଦରେ ବଢୁଛି ଏଲପିଜି ସିଲିଣ୍ଡର ମୂଲ୍ୟ, ଚିନ୍ତାରେ ମଧ୍ୟବିତ୍ତ ପରିବାର
author img

By

Published : Jun 2, 2020, 9:29 PM IST

ଢେଙ୍କାନାଳ: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପରେ ଏଲପିଜି ବା ରୋଷେଇ ଗ୍ୟାସର ଦର ହ୍ରାସକୁ ନେଇ ଆଶା ବାନ୍ଧିଥିଲେ ଗୃହିଣୀ । ମାତ୍ର ଗୃହିଣୀମାନଙ୍କୁ ହତାଶ କରିଛନ୍ତି କେନ୍ଦ୍ର ସରକାର । ଏଲପିଜି ଦର ହ୍ରାସ ବଦଳରେ ଅପେକ୍ଷାକୃତ ବୃଦ୍ଧି ଘଟିବା ସିଧାସଳଖ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି କହିଲେ ଭୁଲ ହେବ ନାହିଁ । କୋରୋନାକୁ ନେଇ ଦୀର୍ଘ ଦୁଇ ମାସ ହେଲା ଜାରି ରହିଥିବା ଲକଡାଉନରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ।

ତାଲାବନ୍ଦରେ ବଢୁଛି ଏଲପିଜି ସିଲିଣ୍ଡର ମୂଲ୍ୟ, ଚିନ୍ତାରେ ମଧ୍ୟବିତ୍ତ ପରିବାର

ଏପରିସ୍ଥଳେ କେନ୍ଦ୍ର ସରକାର ବିଭିନ୍ନ ସ୍ତରରେ ଆର୍ଥିକ ସଂକଟରୁ ମୁକ୍ତି ପାଇଁ ସହାୟତା ଓ ରିହାତି ଆଦି ଘୋଷଣା କରିଛନ୍ତି । କିନ୍ତୁ ଗୃହିଣୀମାନଙ୍କ କଥା ଭୁଲି ଯାଇଛନ୍ତି କେନ୍ଦ୍ର ସରକାର । ଏପରିକି ଅତ୍ୟାବଶ୍ୟକ ରୋଷେଇ ଗ୍ୟାସ ବା ଏଲପିଜି କ୍ଷେତ୍ରରେ ଦର କମାଇବା ବଦଳରେ ପାଲଟା ଇତି ମଧ୍ୟରେ 80 ଟଙ୍କା ବଢାଇ ଦେଇଥିବା ମଧ୍ୟବିତ୍ତ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଏଲପିଜି ବିତରକମାନଙ୍କ କହିବା କଥା ଗତ ଫେବୃଆରୀ ମାସରେ ସିଲିଣ୍ଡର ପିଛା 912ଟଙ୍କା 50ପଇସାରୁ ଏବେ ତାହା କମି କମି 603ଟଙ୍କାରେ ପହଞ୍ଚିଛି । ହେଲେ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ସେ ସମୟରେ ଆସୁଥିବା 322 ଟଙ୍କାର ସବସିଡି ଏବେ ବନ୍ଦ ହୋଇଯାଇଥିବା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

ଏପରିକି ପ୍ରତି ମାସରେ ସିଲିଣ୍ଡର ପିଛା ଅତି ଚତୁରତାର ସହ 4 ଟଙ୍କା ବଢ଼ାଇ ଚାଲିଛନ୍ତି ସରକାର । ସୂଚନା ମୁତାବକ ଜିଲ୍ଲାରେ ଇଣ୍ଡିଆନ ଅଏଲର 2, ଭାରତ ପେଟ୍ରୋଲିୟମର ଜଣେ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମର 2ଜଣଙ୍କ ସମେତ 5ଜଣ ନିୟମିତ ଏଲପିଜି ବିତରକ ରହିଛନ୍ତି । ସେହିପରି ଗ୍ରାମାଞ୍ଚଳରେ ଏହି 3ଟି କମ୍ପାନୀର 27 ଜଣ ଗ୍ରାମୀଣ ବିତରକ ରହିଛନ୍ତି । ଜିଲ୍ଲାରେ ମୋଟ 3ଲକ୍ଷ 28ହଜାର 249ଜଣ ଏଲପିଜି ଉପଭୋକ୍ତା ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ 1ଲକ୍ଷ 88ହଜାର 517ଜଣ ଉଜ୍ବଳା ଉପଭୋକ୍ତାଙ୍କୁ ମାସିକ ଗୋଟିଏ ଏଲପିଜି ସିଲିଣ୍ଡର ମାଗଣା ଦେଉଛନ୍ତି ସରକାର । ମାତ୍ର ଅବଶିଷ୍ଟ ସାଧାରଣ ଉପଭୋକ୍ତାଙ୍କ ପାଇଁ କେନ୍ଦ୍ର ସରକାର ବେଡି ଉପରେ କୋରଡା ଲଦି ଦେଇଛନ୍ତି ।

ବଢୁଥିବା ଦର ଦାମକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅନ୍ୟପଟେ ଏହା ସରକାରଙ୍କ ପଲିସି କହି କଥାକୁ ଏଡାଇ ଦେଇଛନ୍ତି ବିଭାଗୀୟ ତଥା ଜିଲ୍ଲା ଯୋଗାଣ ଅଧିକାରୀ । କହିବାକୁ ଗଲେ ଲକଡାଉନରେ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ କଥା ବୁଝିଥିବା ବେଳେ ଅତ୍ୟାବଶ୍ୟକ ରୋଷେଇ ଗ୍ୟାସ କ୍ଷେତ୍ରରେ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । ମୂଲ୍ୟ ହ୍ରାସ ବଦଳରେ ଏଲପିଜି ଦର ବୃଦ୍ଧି ସୃଷ୍ଟି କରିଛି ବେଶ ଆଲୋଡନ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.