ETV Bharat / state

ମଦ ଦୋକାନକୁ ବିରୋଧ, ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଜିରାଳ ଗ୍ରାମରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରି ଜିରାଳ ଗ୍ରାମବାସୀଙ୍କ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଘେରାଉ । ଅଧିକ ପଢନ୍ତୁ...

author img

By

Published : Apr 29, 2021, 10:37 PM IST

ମଦ ଦୋକାନକୁ ବିରୋଧ କରି ଗ୍ରାମବାସୀଙ୍କ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ : ପ୍ରସ୍ତାବିତ ମଦ ଦୋକାନ ପ୍ରତିଷ୍ଠାକୁ ବିରୋଧ କରିଛନ୍ତି ଢେଙ୍କାନାଳ ଜିଲ୍ଲା ଜିରାଳ ଗ୍ରାମବାସୀ । ଏହାର ପ୍ରତିବାଦରେ ଗୁରୁବାର ଜିରାଳ ଗ୍ରାମବାସୀ ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଏ ସମ୍ପର୍କରେ ଏକ ପ୍ରତିବାଦ ଓ ଦାବିପତ୍ର ଅଧିକ୍ଷକଙ୍କୁ ପ୍ରଦାନ କରି ପ୍ରସ୍ତାବିତ ମଦ ଦୋକାନକୁ ନକରିବା ପାଇଁ ଚେତାବନୀ ଦେଇଛନ୍ତି ।

ନଚେତ ଆଗାମୀ ସମୟରେ ସମସ୍ତ ଗ୍ରାମବାସୀ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବେ ବୋଲି ଲିଖିତ ଭାବେ ଚେତାବନୀ ଦେଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗ୍ରାମର ପାଲା ମଣ୍ଡପ ପାଖରେ ଏକ ବିଦେଶୀ ମଦ ଦୋକାନ ଖୋଲାଯିବା ପାଇଁ ମସୁଧା ଚାଲିଛି । ଏହି ପ୍ରସ୍ତାବିତ ମଦ ଦୋକାନ ପାଖରେ ସ୍କୁଲ, ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର, ଗ୍ରାମର ସଭାଗୃହ ପ୍ରାଣୀ ଚିକତ୍ସାଳୟ ଓ ଗ୍ରାମ୍ୟ ବ୍ୟାଙ୍କ ପରି ଅନୁଷ୍ଠାନ ରହିଛି । ଫଳରେ ମଦ ଦୋକାନ ହେଲେ ମଦ୍ୟପଙ୍କ ଉପଦ୍ରବରେ ସମସ୍ତେ ଅସୁରକ୍ଷିତ ହୋଇପଡିବେ । ସୁତରାଂ ପ୍ରସ୍ତାବିତ ଜାଗାରେ ମଦ ଦୋକାନକୁ ବାତିଲ କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.