ETV Bharat / state

ପ୍ରଥମାଷ୍ଟମୀରେ ନିଆରା ପରମ୍ପରା, ନୂଆବସ୍ତ୍ର ପିନ୍ଧି ପାହାଡ଼ରୁ ଟେକା ପଥର ଗଡାନ୍ତି ପୋଢୁଆଁ ପୁଅଝିଅ

author img

By

Published : Nov 17, 2022, 11:02 PM IST

ପ୍ରଥମାଷ୍ଟମୀରେ ନିଆରା ପରମ୍ପରା । ଢେଙ୍କାନାଳର ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମ । ଯେଉଁଠି ପ୍ରଥମାଷ୍ଟମୀରେ ନୂଆବସ୍ତ୍ର ପିନ୍ଧି ପାହାଡ଼ାରୁ ଟେକା ପଥର ଗଡାନ୍ତି ପୋଢୁଆଁ ପୁଅଝିଅ । ଜାଣନ୍ତୁ କାହିଁକି

ପ୍ରଥମାଷ୍ଟମୀରେ ନିଆରା ପରମ୍ପରା, ନୂଆବସ୍ତ୍ର ପିନ୍ଧି ପାହାଡ଼ରୁ ଟେକା ପଥର ଗଡାନ୍ତି ପୋଢୁଆଁ ପୁଅଝିଅ
ପ୍ରଥମାଷ୍ଟମୀରେ ନିଆରା ପରମ୍ପରା, ନୂଆବସ୍ତ୍ର ପିନ୍ଧି ପାହାଡ଼ରୁ ଟେକା ପଥର ଗଡାନ୍ତି ପୋଢୁଆଁ ପୁଅଝିଅ

ଢେଙ୍କାନାଳ: ପ୍ରଥମାଷ୍ଟମୀରେ ନିଆରା ପରମ୍ପରା । ପ୍ରଥମାଷ୍ଟମୀ (Prathamashtami)ରେ ଓଡ଼ିଆ ଘରର ବଡ ପୁଅଝିଅମାନେ ନୂଆ ପୋଷାକ ପିନ୍ଧି ପୋଢୁଆଁ ହୋଇଥାନ୍ତି । କିନ୍ତୁ ଢେଙ୍କାନାଳରେ ଏପରି ଏକ ଗାଁ ଅଛି ଯେଉଁଠି ଏହି ପ୍ରଥମାଷ୍ଟମୀରେ ଦେଖିବାକୁ ମିଳେ ଆସ୍ଥା ଓ ବିଶ୍ବାସର ଏକ ନିଆରା ପରମ୍ପରା । ଆଉ ଉକ୍ତ ଏକ ଗାଁରେ ନିଆରେ ଢଙ୍ଗରେ ପ୍ରଥମାଷ୍ଠମୀ ପାଳନ କରାଯାଏ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମରେ ପ୍ରଥମାଷ୍ଟମୀରେ ପୋଢୁଆଁ ପୁଅଝିଅ ସୁନ୍ଦର ବନର ଏକ ଛୋଟ ପାହାଡ଼ରୁ ତଳକୁ ଗଡ଼ାନ୍ତି ପଥର ।

ଗ୍ରାମରେ ୪୦୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରିନ୍ତି । ଗ୍ରାମ ନିକଟରେ ରହିଛି ସୁନ୍ଦର ବନର ଏକ ଛୋଟିଆ ପାହାଡ । ଶହଶହ ବର୍ଷ ହେବ ସେହି ପାହାଡରେ ଜଣେ ଜଟିଆ ବାବା ନାମକ ସନ୍ୟାସୀ ରହୁଥିଲେ । ତେବେ ବର୍ତ୍ତମାନ ଉକ୍ତ ସାଧୁ ଜଟିଆ ବାବା ତ ଆଉ ନାହାନ୍ତି । ମାତ୍ର ସାଧୁଙ୍କର ସ୍ଥାନୀୟ ଲୋକ ମାନଙ୍କୁ ଦେଇଯାଇଥିବା ଦର୍ଶନ ଜ୍ଞାନ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ହୃଦୟରେ ସାଧୁ ଜଟିଆ ବାବା ଜଣେ ଆସ୍ଥା ଓ ବିଶ୍ବାସର ପ୍ରତିକ ହୋଇ ରହିଯାଇଛନ୍ତି । ଫଳରେ ସ୍ବର୍ଗତ ସାଧୁ ଜଟିଆ ବାବା ସେହି କାଳରୁ ଆରମ୍ଭ କରିଥିବା ଏକ ପ୍ରଥାକୁ ଏବେ ମଧ୍ୟ ପାଳନ କରିଆସୁଛନ୍ତି ଗ୍ରାମବାସୀ ।

ଏହା ବି ପଢନ୍ତୁ- ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟ୍‌, ସିସିଟିଭିରେ କଏଦ ହେଲା ଭିଡିଓ

ପ୍ରଥା ମୁତାବକ, ଘରର ବଡ ପୁଅଝିଅମାନେ ନୂଆ ଜାମା ପଟା ପିନ୍ଧି ପୋଢୁଆଁ ହେବା ପରେ ପରେ ଉକ୍ତ ପାହାଡ଼କୁ ଯାଇ ବାବାଙ୍କ ଦର୍ଶନ କରିଥାନ୍ତି । ଦର୍ଶନ ପରେ ପରେ ପାହାଡରୁ ତଳକୁ ଛୋଟ ଛୋଟ ପଥର ଗଡାଇଲେ ହିଁ ନିଜର ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ପ୍ରକାଶ କହିଛନ୍ତି ଗ୍ରାମବାସୀ । ଆଉ ସେ କାଳରୁ ଏହି ପ୍ରଥା ଆଜି ଗ୍ରାମବାସୀଙ୍କ ପାଇଁ ଏକ ପରମ୍ପରାରେ ପରିଣତ ହୋଇସାରିଛି । ସେଥିପାଇଁ ଚଳିତ ବର୍ଷ ମଧ୍ୟ ଏହି ପ୍ରଥମାଷ୍ଟମୀ ଅବସରରେ ସୁନ୍ଦର ବନ ପାହାଡରେ ଖୋଳ କିର୍ତ୍ତନ କରି ବାବାଙ୍କ ଦର୍ଶନ କରନ୍ତି ।

ଏହାସହିତ ହନୁମାନ ଜୀଉଙ୍କ ଦର୍ଶନ କରି ନିଜନିଜର ମନୋସ୍କାମନା ପୁରାଣ ପାଇଁ ଆଶା କରିଛନ୍ତି । ଏଠାକୁ ଯିଏ ଯାଉଛନ୍ତି ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ଗ୍ରାମବାସୀଙ୍କ ଦ୍ବାରା କରାଯାଇଛି । ତେବେ ଶହ ଶହ ବର୍ଷର ପରମ୍ପରାକୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ମାନି ଆସୁଛନ୍ତି । ତେବେ ଘରର ପଢୁଆ ପୁଅଝିଅମାନେ ବାବାଙ୍କ ଦର୍ଶନ ସାରି ପାହାଡରୁ ଟେକା ପଥର ଗଡାଇଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଗ୍ରାମବାସୀଙ୍କ ବିଶ୍ବାସ । ତେବେ ଏହି ପରମ୍ପରା ଗ୍ରାମବାସୀଙ୍କ ଆସ୍ଥା ଓ ବିଶ୍ବାସର ଗାଥା ବହନ କରିଆସୁଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.