ETV Bharat / state

କୋରୋନା କାଳରେ ବାହାହେଲେ ବର-ଅଶ୍ୱତ୍ଥ

ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ନିଆରା ବିବାହ । ଦୁଇଟି ବୃକ୍ଷ ମଧ୍ୟରେ ବାହାଘର ସମ୍ପନ୍ନ ହୋଇଛି । ଏଭଳି ଦୁଇଟି ବୃକ୍ଷର ବିବାହ କାର୍ଯ୍ୟ କରାଇ ଦୁଇଟି ପରିବାର ଧନ୍ୟ ମନେ କରୁଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 30, 2020, 8:19 PM IST

ନିଆରା ବିବାହ ,ବୃକ୍ଷ ବାହାଘର
ନିଆରା ବିବାହ ,ବୃକ୍ଷ ବାହାଘର

ଢେଙ୍କାନାଳ: ଜିଲ୍ଲାରେ ନିଆରା ବାହାଘର । ଦୁଇଟି ବୃକ୍ଷ ମଧ୍ୟରେ ବାହାଘର ସମ୍ପନ୍ନ ହୋଇଛି । ଢେଙ୍କାନାଳ ସହରର ଦେଉଳ ସାହିରେ ଥିବା ବର ଓ ଅଶ୍ବତ୍ଥ ଗଛ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ।

ନିଆରା ବିବାହ ,ବୃକ୍ଷ ବାହାଘର

ପୂଜକର ମାଙ୍ଗଳିକ ମନ୍ତ୍ର ଧ୍ବନି । ଆଉ ଏପଟେ ହୁଳହୁଳି ସାଙ୍ଗକୁ ବନ୍ଦାପନାରେ ଉଛୁଳି ଉଠୁଛି ପରିବେଶ । ବର ଓ କନ୍ୟାପିତାଙ୍କ ଭାବର ଚାଲିଛି ଆଦାନ ପ୍ରଦାନ । ସତେ ଯେମିତି ଦୁଇଟି ପରିବାର ମଧ୍ୟରେ ଏହି ବିବାହ ସମ୍ବନ୍ଧ ଯୁଗ ଯୁଗ ପାଇଁ ଯୋଡି ହୋଇ ଯାଉଛି । ଏପରି ଏକ ନିଆରା ବାହାଘର ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ସହରର ଦେଉଳ ସାହିରେ । ଦେଉଳ ସାହିର ଜୟ ଚନ୍ଦ୍ର ମହାପାତ୍ର ବର ପିତା ଓ ମହେଶ୍ବର ସାମଲ କନ୍ୟାପିତା ଭାବେ ଏଠାରେ ଥିବା ଦୁଇଟି ବର ଓ ଅଶ୍ବତତ୍ ଗଛ ମଧ୍ୟରେ ଏହି ବିବାହ କରିଛନ୍ତି । ବିବାହର ପରମ୍ପରା ମୁତାବକ ପୁରୋହିତ ହୋମ ଯଜ୍ଞ କରିଛନ୍ତି । କନ୍ୟାଘର ପକ୍ଷରୁ ବନ୍ଦାପନା ସାଙ୍ଗକୁ ଯୌତୁକ ବାବଦରେ ବରପାଇଁ କଉଡ଼ି ଆଦି ପ୍ରଦାନ କରିଛନ୍ତି କନ୍ୟା ପକ୍ଷ ପରିବାର ।

ସୂଚନାଥାଉକି ବାଟୋଇ ମାନଙ୍କ ପାଇଁ ଗଛର ଶୀତଳ ଛାଇ ପ୍ରଦାନ ଓ ପକ୍ଷୀ ମାନଙ୍କ ପାଇଁ ଥକା ମେଣ୍ଟିବାର ବିକଳ୍ପ ଉଦ୍ଧେଶ୍ୟରେ ପ୍ରାୟ ୩୦ ବର୍ଷ ତଳେ ଲଗାଇଥିଲେ ଏହି ଗଛ । ଆଜି ଉଭୟଙ୍କୁ ବିବାହ କରାଇ ପରମ୍ପରା ପାଳୁଛନ୍ତି ଉଭୟ ପରିବାର ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.