ETV Bharat / state

Meri Maati Mera Desh: ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିପ୍ଲବୀ ସାରଙ୍ଗ ଧର ଦାସଙ୍କ ଗାଁରୁ ନିଆଗଲା ମାଟି

author img

By ETV Bharat Odisha Team

Published : Aug 27, 2023, 3:35 PM IST

Updated : Aug 27, 2023, 6:50 PM IST

ଢେଙ୍କାନାଳରେ ଆୟୋଜିତ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଡ଼ଜାତ ଗାନ୍ଧୀ ବିପ୍ଲବୀ ସାରଙ୍ଗ ଧର ଦାସଙ୍କ ଜନ୍ମମାଟି ଢେଙ୍କାନାଳ ହରେକୃଷ୍ଣପୁରରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ। ଅଧିକ ପଢନ୍ତୁ

Meri maati mera desh programme
ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । 'ମୋ ମାଟି ମୋ ଦେଶ' ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ ଆସି ବିପ୍ଲବୀ ସାରଙ୍ଗ ଧର ଦାସଙ୍କ ଗାଁରୁ ମାଟି ନେଇଛନ୍ତି । ଦେଶ ସ୍ବାଧୀନତା ପାଇଁ ଯେଉଁ ବୀର ପୁରୁଷମାନେ ନିଜର ଜୀବନକୁ ବାଜି ଲଗାଇଥିଲେ ସେମାନଙ୍କୁ ମନେ ପକାଇ ଆରମ୍ଭ ହୋଇଛି 'ମୋ ମାଟି ମୋ ଦେଶ' ଅଭିଯାନ । ସ୍ୱାଧୀନତା ସଂଗ୍ରାମୀ ତଥା ଗଡ଼ଜାତ ଆନ୍ଦୋଳନର ନାୟକ ଗଡ଼ଜାତ ଗାନ୍ଧୀ ବିପ୍ଲବୀ ସାରଙ୍ଗ ଧର ଦାସଙ୍କ ଜନ୍ମମାଟି ଢେଙ୍କାନାଳ ହରେକୃଷ୍ଣପୁରରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ ।

ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ସେହି ସ୍ୱାଧୀନତା ସଂଗ୍ରାମୀଙ୍କ ପବିତ୍ର ଜନ୍ମମାଟିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଉପଲକ୍ଷେ ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗଡ଼ଜାତ ଆନ୍ଦୋଳନର ନାୟକ ଗଡ଼ଜାତ ଗାନ୍ଧୀ ବିପ୍ଲବୀ ସାରଙ୍ଗ ଧର ଦାସଙ୍କ ଜନ୍ମମାଟି ଢେଙ୍କାନାଳ ହରେକୃଷ୍ଣପୁରରୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀକୁ ମାଟି ନିଆଯାଇଛି । ଆଜି ସକାଳ ସାଢ଼େ ୧୦ଟା ସମୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହା ବି ପଢନ୍ତୁ...MeriMaatiMeraDesh: ପୁରୀରେ 'ମୋ ମାଟି ମୋ ଦେଶ' ଅଭିଯାନ, ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନରୁ ଦିଲ୍ଲୀ ଗଲା ମାଟି

ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଦେଶ ପାଇଁ ଆତ୍ମବଳୀ ଓ ସଂଗ୍ରାମ ବିଷୟରେ ଜନ ସଧାରଣଙ୍କୁ ଅବଗତ କରାଇ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମମାଟିରେ ସ୍ବର୍ଗତ ସାରଙ୍ଗ ଧର ଦାସଙ୍କୁ ମନେପକାଇ ତାଙ୍କର ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପ୍ଲବୀ ସାରଙ୍ଗ ଧର ଦାସଙ୍କ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ପରେ ସାରଙ୍ଗ ଧର ଦାସଙ୍କ ଘରଠାରୁ ପୂଜାର୍ଚ୍ଚନା କରି ଶୁଭ କଳସରେ ମାଟି ସଂଗ୍ରହ କରିଛନ୍ତି । ପରେ ପରେ ହରେକୃଷ୍ଣପୁର କୋଠ ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଛି ।

ଏହା ପରେ ଏକ ବିଶାଳ ପଦଯାତ୍ରାରେ ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗ ଧର ଦାସଙ୍କ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଅବସରରେ ହରେକୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶହୀଦମାନଙ୍କର ଏକ ସ୍ମୃତି ଫଳକକୁ ଉନ୍ମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସ୍କୁଲ ପରିସରରେ ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ବୃକ୍ଷରୋପଣ କରିଥିଲେ । ପରେ ପରେ ଆୟୋଜିତ ସାଧରଣ ସଭାରେ ଉଦବୋଧନ ଦେଇ ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ମୃତି ଚାରଣ କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Aug 27, 2023, 6:50 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.