ETV Bharat / state

ବାଜି ରାଉତ ଫୁଟବଲ କପ୍‌: ଓଡ଼ିଶାକୁ ୧-୦ ଗୋଲ୍‌ରେ ହରାଇଲା ମୁମ୍ବାଇ କେନକ୍ରେ

author img

By

Published : Nov 3, 2022, 5:09 PM IST

Updated : Nov 4, 2022, 7:27 AM IST

ଢେଙ୍କାନାଳରେ ଚାଲିଥିବା ବାଜି ରାଉତ ଫୁଟବଲ କପ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ୧-୦ ଗୋଲରେ ହରାଇଛି ମୁମ୍ବାଇ କେନକ୍ରେ । ଏହି ମ୍ୟାଚ୍‌ ଅତି ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ମ୍ୟାଚ୍‌ର ଦ୍ବିତୀୟାର୍ଦ୍ଧରେ ମୁମ୍ବାଇ ଗୋଟିଏ ଗୋଲ୍‌ ଦେଇଥିଲା । ଫଳରେ ପ୍ରଥମ ମ୍ୟାଚରେ ଓଡିଶାକୁ ୧-୦ଗୋଲରେ ପରାସ୍ତ କରି ମୁମ୍ବାଇ କେନକ୍ରେ ଫୁଟବଲ କ୍ଲବ ଅଭିଯାନ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

ବାଜି ରାଉତ ଫୁଟବଲ କପ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: ଢେଙ୍କାନାଳରେ ଚାଲିଥିବା ବାଜି ରାଉତ ଫୁଟବଲ କପ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ୧-୦ ଗୋଲରେ ହରାଇ ମୁମ୍ବାଇ କେନକ୍ରେ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚ ଅତି ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ମ୍ୟାଚ୍‌ର ଦ୍ବିତୀୟାର୍ଦ୍ଧରେ ଓଡିଶା ଏକାଦଶକୁ ମୁମ୍ବାଇ ଗୋଟିଏ ଗୋଲ ଦେଇଥିଲା । ଫଳରେ ବାଜି ରାଉତ କପର ପ୍ରଥମ ମ୍ୟାଚ୍‌ରେ ଓଡିଶା ଏକାଦଶକୁ ୧-୦ଗୋଲରେ ପରାସ୍ତ କରି ମୁମ୍ବାଇ ଫୁଟବଲ କ୍ଲବ ବିଜୟୀ ହୋଇଛି ।

ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ଜାତୀୟ ଫୁଟବଲ ଫେଡରେସନ ସହଯୋଗରେ 'ଆମେ ଓଡ଼ିଆ' ଫାଉଣ୍ଡସେନ ପକ୍ଷରୁ ଜାତୀୟ ସ୍ତରୀୟ ବାଜି ରାଉତ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି (Baji rout national football cup tournament) । ଏହି ଅବସରରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବାଜି ରାଉତ ଟ୍ରଫିକୁ ଉନ୍ମୋଚନ କରିଛନ୍ତି । ଏଥିରେ ସର୍ବଭାରତୀୟ ଫୁଟବଲ ଫେଡରେସନର ସଭାପତି କଲ୍ୟାଣ ଚୌବେ, ଢେଙ୍କାନାଳ ସାଂସଦ ମହେଶ ସାହୁ, ଜିଲ୍ଲାପାଳ ସରୋଜ ସେଠୀ, ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା, ଓଡିଶା ଫୁଟବଲ ଆସୋସିଏସନର ସମ୍ପାଦକ ଆର୍ଶିବାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,''ଯୁବକମାନେ ଖେଳ ପଡ଼ିଆକୁ ଆସନ୍ତୁ । ଯୁବତୀମାନେ ଖେଳ ସହ ଯୋଡ଼ି ହୁଅନ୍ତୁ । ଆଜିକା ଦିନରେ ପାଠ ତଥା କାମ ଧନ୍ଦାର ଚାପ ଅଧିକ ରହୁଛି । ଫଳରେ ପିଲାମାନେ ଶାରୀରିକ ଯତ୍ନ ଉପରେ ଧ୍ୟାନ ଦେଉନାହାଁନ୍ତି । ତେଣୁ ଆମର ଦାୟିତ୍ବ ପିଲାମାନେ ଖେଳ ପଡ଼ିଆକୁ ଆସନ୍ତୁ । ସେମାନଙ୍କୁ ଖେଳିବା ଦରକାର । ହାରିବା ଦରକାର । ଆଉ ହାରିଲେ ହିଁ ଆମେ ଜିତିବା ।

ତେଣୁ ଫିଫା, ଏଆଇଏଫଏ ନବୋଦୟ ବିଦ୍ୟାଳୟ ମାଧ୍ୟମରେ ଆଗାମୀ ଦିନରେ ଦେଶରେ ଅଢ଼େଇ କୋଟି ସ୍କୁଲ ପିଲାଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଆଗ୍ରହ ବଢ଼ାଇବାର ମହତକାଂକ୍ଷୀ ଯୋଜନା ହାତକୁ ନେଇଛି । ଏଥିପାଇଁ ଫିଫା ତରଫରୁ ୧୦ ଲକ୍ଷ ଫୁଟବଲ ବିତରଣ କରାଯିବ । ତେବେ ସହିଦ ବାଜି ରାଉତଙ୍କ ସ୍ମୃତିରେ ଆମେ ଓଡିଆ ଫାଉଣ୍ଡେସନ ଟ୍ରଷ୍ଟ ଓ AIFFର ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି । ତେଣୁ ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ।''

ଚଳିତ ବାଜି ରାଉତ ଫୁଟବଲ କପ ଟୁର୍ଣ୍ଣାମେଣ୍ଟରେ ସର୍ବଭାରତୀୟସ୍ତରର ବଛା ବଛା ୮ଟି ଟିମ ରହିଛି । ଏହି ଦଳ ଗୁଡିକ ମଧ୍ୟରେ ଜାତୀୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଟିମ, ମୁମ୍ବାଇର କେନକ୍ରେ ଏଫସି, ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି, କେରଳର ଗୋକୁଲମ କେରଳ ଏଫସି, ମଣିପୁରର ଶ୍ରୀନିଧି ଡେକାନ ଏଫସି, ଦିଲ୍ଲୀର ଏଫସି ଦିଲ୍ଲୀ, ରାଜସ୍ଥାନର ରାଜସ୍ଥାନ ୟୁନାଇଟେଡ୍ ଏଫସି, ପଶ୍ଚିମବଙ୍ଗର ମହମ୍ମଦାନ ଏଫସି ଦଳ ଅଂଶଗ୍ରହଣ କରିବେ ।

ଆସନ୍ତା କାଲି ଅର୍ଥାତ୍ ୪ତାରିଖରୁ ୬ତାରିଖ ଦୁଇଦିନ ଧରି ଅନୁଗୁଳ କଦମ ପଡ଼ିଆରେ ୫ଟି ମ୍ୟାଚ ଅନୁଷ୍ଠିତ ହେବ । ପରେ ଆସନ୍ତା ୭ତାରିଖ ଓ ୮ତାରିଖ ଉଦଯାପନୀ ମ୍ୟାଚ ତାଳଚେର ସାଉଥ ବଲଣ୍ଡା ସ୍ଥିତ ବ୍ଲାକ ଡାଇମଣ୍ଡ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ଅବସରରେ ଆସନ୍ତା ୭ତାରିଖରେ ତାଳଚେର ଷ୍ଟାଡିୟମରେ ଆସାମର ବୋଡୋ ଲାଣ୍ଡ ଦଳ ସହିତ ଏକ ବନ୍ଧୁତ୍ୱପୂର୍ଣ ମ୍ୟାଚ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ଟୁର୍ଣ୍ଣାମେଣ୍ଟର ଆଜିର ପ୍ରଥମ ମ୍ୟାଚରେ ଢେଙ୍କାନାଳ ଷ୍ଟାଡିୟମରେ ଦର୍ଶକଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଛି । ଯାହାକି ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅଭିଭକ୍ତ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଏହି ଜାତୀୟସ୍ତରର ଫୁଟବଲ ଟୁର୍ଣ୍ଣାମେଣ୍ଟ ବାଜି ରାଉତ କପ ଆୟୋଜିତ ଉଭୟ ଜିଲ୍ଲାବାସୀଙ୍କ ବେଶ ଉତ୍ସାହିତ କରୁଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Nov 4, 2022, 7:27 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.