ଢେଙ୍କାନାଳ: ଶୁକ୍ରବାର ରାତି ପ୍ରାୟ ସାଢ଼େ ଆଠଟା ସମୟରେ ବଜ୍ରାଘାତରେ ନଡିଆ ଗଛ ଜଳିଯାଇଛି । ଫଳରେ ଦୁଇ ଜଣ ମହିଳା ଗୁରୁତର ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ-୧ରେ । ଏହି ଅଞ୍ଚଳର ଲତାବିଲ ନିଗମାନନ୍ଦ ମଠ ନିକଟ ନଡିଆ ଗଛରେ ବଜ୍ରାଘାତ ଘଟିଥିଲା ।

ନଡିଆ ଗଛଟି ହୁ ହୁ ହୋଇ ଜଳିଯିବା ସହିତ ନିକଟରେ ଥିବା ଦୁଇ ଜଣ ମହିଳା ଗୁରୁତର ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ସହିତ ଦୁଇ ଗୁରୁତର ମହିଳାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଦୁଇ ମହିଳା ହେଲେ ୩୭ ବର୍ଷିୟା ଇତିଲି ମଳିକ ଏବଂ ୨୪ ବର୍ଷିୟା କଣ୍ଢେଇ ମଳିକ । ବଜ୍ରାଘାତ ସମୟରେ ଦୁଇ ଗୁରୁତର ମହିଳା ଘରେ ବସିଥିଲେ । ଦୁଇ ମହିଳା ବାଲିବୋ ପଞ୍ଚାୟତର ଲତାବିଲ ଗ୍ରାମର ବୋଲି ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ