ETV Bharat / state

ବାରହା ମାଂସ ବିକ୍ରି କରି ୨ ଗିରଫ

ଷଡଙ୍ଗୀ ରେଞ୍ଜର ବନ ବିଭାଗର ଚଢାଉ । ଚଢାଉରେ ବାରହା ମାଂସ ବିକ୍ରି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ବାରହା ମାଂସ ବିକ୍ରି କରି ୨ଗିରଫ
ବାରହା ମାଂସ ବିକ୍ରି କରି ୨ଗିରଫ
author img

By

Published : Jan 1, 2021, 1:21 PM IST

ଢେଙ୍କାନାଳ: ଜିଲ୍ଲା ଷଡଙ୍ଗୀ ରେଞ୍ଜର ବନ ବିଭାଗର ଚଢାଉ । ଚଢାଉରେ 8କେଜି 250ଗ୍ରାମର ବାରହା ମାଂସ ସହ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ ।

ବନ୍ୟଜନ୍ତୁ ଶିକାର କରି ମାଂସ ବିକ୍ରି କରୁଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥାଇଥିଲା ବନ ବିଭାଗ । ଖବର ପାଇ ଜିଲ୍ଲାର ଷଡଙ୍ଗୀ ରେଞ୍ଜରେ ଅଚାନକ ଚଢାଉ କରିଥିଲା । ଗତକାଲି ଦୁଇଜଣ ଦୁର୍ବୃତ୍ତ ବନ୍ୟଜନ୍ତୁ ଶିକାର ମାଂସ ବିକ୍ରି କରୁଥିବା ବେଳେ ବନ ବିଭାଗ ତାଙ୍କୁ କାବୁ କରିଛି ।

ଗିରଫ ଦୁଇଜଣ ହେଲେ ନିହଲପ୍ରସାଦଥାନା ଇଛାପୁରର ନରହରି ପ୍ରଧାନ ଓ ପିଙ୍ଗୁଆ ଗ୍ରାମର ରମେଶ ଚନ୍ଦ୍ର ସାହୁ । ବନ ବିଭାଗ ସେମାନଙ୍କ ପାଖରୁ ସମୁଦାୟ 8କେଜି 250 ଗ୍ରାମ ମାଂସ ଜବତ କରିବା ସହ ଗୋଟିଏ ମୋଫେଡ ଗାଡି ଜବତ କରିଛି ବନ ବିଭାଗ । ସେମାନଙ୍କ ନାଁରେ ବନ୍ୟପ୍ରାଣୀ ଶିକାର ଅପରାଧ ଆଇନ ବଳରେ ମାମଲା ରୁଜ୍ଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.