ଢେଙ୍କାନାଳ: ନୂଆବର୍ଷର ପ୍ରଥମ ଦିନରେ ଢେଙ୍କାନାଳର ପ୍ରମୁଖ ପର୍ଯ୍ୟଟନ ସ୍ଥାନ ସପ୍ତଶଯ୍ୟାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ପିକନିକ ପାର୍ଟି ମାନଙ୍କ ବଣଭୋଜି ସହିତ ନାଚଗୀତରେ ଅଞ୍ଚଳ ଦୁଲୁକୁଥିବା ଦେଖିବାକୁ ମିଳିଛି ।
ଓଡିଶାର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନେ ସପ୍ତଶଯ୍ୟା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟର କୋଣ ଅନୁକୋଣରୁ କଲେଜ ଛାତ୍ରଛାତ୍ରୀ, ବନ୍ଧୁ ପରିବାର ବର୍ଗଙ୍କ ସହ ଲୋକେ ଭିଡ ଜମାଇଛନ୍ତି । ସେହିପରି ବିଭିନ୍ନ ପିକନିକ ପାର୍ଟି ମାନଙ୍କର ଭୋଜିଭାତ ସହ ନାଚଗୀତ ଦେଖିବାକୁ ମିଳିଛି । ଆଜି ନୂଆବର୍ଷ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ଭିଡ ଅଧିକ ଦେଖାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ