ETV Bharat / state

ପୂଣ୍ୟତିଥିରେ ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କୁ ମନେ ପକାଇଲା ଜନ୍ମମାଟି - ଢେଙ୍କାନାଳରେ ବାଜି ରାଉତଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

ଜନ୍ମମାଟି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନିଳକଣ୍ଠପୁର ଗାଁରେ ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ଶ୍ରାଦ୍ଧ ବାର୍ଷିକ ଅବସରରେ ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Oct 12, 2022, 9:17 AM IST

ଢେଙ୍କାନାଳ: 1938 ମସିହା ଅକ୍ଟୋବର ୧୧ତାରିଖ । ଏହି ଦିନରେ ଗୋରା ସାହେବଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଦେଶର ସର୍ବ କନିଷ୍ଠ ସ୍ବାଧିନତା ସଂଗ୍ରାମୀ ବାଜି ରାଉତ । ମାତ୍ର ୧୨ ବର୍ଷ ବୟସରେ ସେ ନିଜର ବିରତ୍ବର ପରିଚୟ ଦେଇ ଓଡିଶା ମାଟି ମାଆର ସୁରକ୍ଷା ପାଇଁ ସେ ପ୍ରାଣବଳୀ ଦେଇଥିଲେ । ଏନେଇ ସେହି ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଜନ୍ମମାଟି ଢେଙ୍କାନାଳ ନିଳକଣ୍ଠପୁର ରେ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି ।

ଶ୍ରାଦ୍ଧ ବାର୍ଷିକ ଅବସରରେ ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି

ସେହି ବାଜିରାଉତ ୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ଢେଙ୍କାନାଳ ନୀଳକଣ୍ଠପୁର ଗାଁର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ବେଳୁ ବାପାଙ୍କୁ ହରାଇ ମାଙ୍କ ଦ୍ବାରା ପ୍ରତିପାଳିତ ହେଉଥିଲେ ସେ । ଅତି କମ ବୟସରେ ଢେଙ୍କାନାଳ ରାଜାଙ୍କ ଅତ୍ୟାଚାରକୁ ଅନୁଭବ କରିଥିଲେ ବାଜି ରାଉତ ।

ସେହି ସମୟରେ ଢେଙ୍କାନାଳରେ ଥିଲା ଗଡଜାତ ଶାସନ ବ୍ୟବସ୍ଥା । ଉଭୟ ଇଂରେଜ ସରକାର ଓ ଗଡଜାତ ସରକାରଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇପଡିଥିଲେ ଜିଲ୍ଲାବାସୀ । ପରିଶେଷରେ ବ୍ରିଟିଶ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଲା । ଜିଲ୍ଲାର ଭୁବନ, ପରଜଙ୍ଗ ଓ ହିନ୍ଦୋଳ ଆଦି ଅଞ୍ଚଳରେ ପ୍ରଜାମଣ୍ଡଳ ଆନ୍ଦୋଳନ ଅଧିକ ସକ୍ରିୟ ଥିଲା । ଏହି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଗୋରା ଫଉଜ ନଦୀ ପାର ହେବାକୁ ପହଞ୍ଚିଲେ ବ୍ରାହ୍ମଣୀ ଘାଟରେ ପହଞ୍ଚି ନଦୀ ପାର କରିବାକୁ ଆଦେଶ ଦେଇଥିଲେ । କିନ୍ତୁ ସେମାନଙ୍କୁ ପ୍ରତିରୋଧ କରିଥିଲେ ସ୍ବାଧୀନତା ସଂଗ୍ରାମୀ ହେଲେ ଏହି ସଂଘର୍ଷରେ ପ୍ରାଣ ହରାଇଥିଲେ ୬ଜଣ ସଂଗ୍ରାମୀ । କିନ୍ତୁ ସେତେବେଳେ ପ୍ରଜାମଣ୍ଡଳୀ ବାନର ସେନାର ସକ୍ରିୟ ସଦସ୍ୟ ଭାବେ ଘାଟରେ ପହରା ଦେଉଥିବା ବେଳେ ମାତ୍ର ୧୨ ବର୍ଷର ବାଜିରାଉତ ମଧ୍ୟ ଇଂରାଜୀକୁ ଅଟକାଇବାକୁ ପଛାଇ ନଥିଲେ । ନଈ ପାର କରାଇଦେବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ ବାଜି ରାଉତ । ନିଷ୍ଠୁର ଇଂରେଜ ମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଟଳିପଡିଲେ ବାଜିଆ ଓ ତାଙ୍କର ୫ଜଣ ସାଥୀ । ତେବେ ଗୁଳିରେ ସିନା ଜୀବନ ଦେଇଦେଲେ ହେଲେ ନଦୀ ପାର କରାଇ ନ ଥିଲେ ବାଜିଆ ।

ତେବେ ସେହି ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ତାଙ୍କ ଜନ୍ମମାଟି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନିଳକଣ୍ଠପୁର ଗାଁରେ ଅନୁଷ୍ଠିତ ହୋଇଛି ଏହି ଶ୍ରାଦ୍ଧ ବାର୍ଷିକ । ପ୍ରଥମେ ତାଙ୍କ ସାନ ପୁତୁରା କୁଳମଣି ରାଉତ ,ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସହ, ପ୍ରଶାସନ ଅଧିକାରୀ ପରିବାର ବର୍ଗ ଓ ଗ୍ରାମବାସୀ ସହିଦ ସ୍ତମ୍ବରେ ଓ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବ୍ରାହ୍ମଣୀ ନଦୀକୂଳରେ ତିଳ ତର୍ପଣ ଦେଇଥିଲେ । ପରେ ପ୍ରଶାସନ ତରଫରୁ ଗାର୍ଡ ଅଫ୍ ଅର୍ନର ଦିଆଯିବା ପରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ ,ଭୁବନ ବ୍ଲକ ଅଧ୍ୟକ୍ଷା,ଭୁବନ ତହସିଲଦାର ,ଭୁବନ ବିଡିଓ ପ୍ରମୁଖ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ଶହୀଦଙ୍କ ବଂଶଧରମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନେକ ବୁଦ୍ଧିଜୀବୀଙ୍କ ସହ ସ୍ଥାନୀୟବାସୀ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.