ETV Bharat / state

ବାଣ ଖାଇଦେଲା ହାତୀ ଛୁଆ, ଚିକିତ୍ସା କଲା ବନବିଭାଗ - ଢେଙ୍କାନାଳରେ ଆହତ ହାତୀର ଚିକିତ୍ସା କଲା ବନ ବିଭାଗ

ଆହତ ହାତୀର ଚିକିତ୍ସା କଲା ବନବିଭାଗ । ବାରହା ଶିକାର ପାଇଁ ରଖାଯାଇଥିବା ବାଣଟି ହାତୀ ଖାଇବା ପରେ ଆହତ ହୋଇଥିଲା । ବର୍ତ୍ତମାନ ଆହତ ହାତୀଟିର ଚିକିତ୍ସା କରିଛି ବନ ବିଭାଗ । ଅଧିକ ପଢନ୍ତୁ

treatment of injured elephant by forest department in dhenkanal
ଆହତ ହାତୀର ଚିକିତ୍ସା କଲା ବନ ବିଭାଗ
author img

By

Published : Jan 17, 2022, 8:59 AM IST

ଢେଙ୍କାନାଳ: ଆହତ ହାତୀର ଚିକିତ୍ସା କଲା ବନବିଭାଗ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବୀରରୋଡ ରେଞ୍ଜ ଆମ୍ବପଳାଶ ଜଙ୍ଗଲଠାରେ ବନବିଭାଗର ଏକ ଟିମ ଆହାତ ହାତୀକୁ ଚିକିତ୍ସା କରାଇଛି ।

ଆହତ ହାତୀର ଚିକିତ୍ସା କଲା ବନ ବିଭାଗ

ସୂଚନା ଅନୁସାରେ ହାତୀର ଗୋଡ଼ ଓ ପାଟି କୈାଣସି କାରଣରୁ ଖଣ୍ଡିଆ ହୋଇଯାଇଛି । ବାରହା ଶିକାର ପାଇଁ ରଖାଯାଇଥିବା ବାଣଟିକୁ ହାତୀଟି ଖାଇଦେଇଛି, ଯାହା ଫଳରେ ପାଟିରେ ଗଭୀର ଆଘାତ ହୋଇଥିବା ପ୍ରାଣୀ ଚିକିତ୍ସକ କହିଛନ୍ତି । ହାତୀଟି କୈାଣସି ଆଡେ ଯାଇ ପାରୁନଥିଲା ଏବଂ କିଛି ଖାଦ୍ୟ ମଧ୍ୟ ଖାଇ ପାରୁନଥିଲା । ବନବିଭାଗ ହାତୀଟିକୁ ଟ୍ରାକ କରିବା ସହ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିଛି । ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ କଡ଼ା ନଜର ରଖିବ ବନବିଭାଗ। ହାତୀଟିର ବୟସ ୪ ରୁ ୫ ବର୍ଷ ବୋଲି ଅନୁମାନ କରାଯାଉଛି ।

ହାତୀର ଟ୍ରାଙ୍କୁଲାଇଜ ସମୟରେ ACF, ରେଞ୍ଜର ସମେତ ଓ୍ବାଇଲ୍ଡ ଲାଇଫର ଦୁଇଜଣିଆ ଡାକ୍ତରୀ ଟିମ ମଧ୍ୟ ଉପସ୍ଥିତ ରହି ଚିକିତ୍ସା କରିଥିଲେ। ହାତୀଟି ଗୁରୁତର ଅସୁସ୍ଥ ଅଛି,ତେଣୁ ହାତୀଟିକୁ ରେସ୍କ୍ୟୁ କରି ଅଧିକ ଚିକିତ୍ସା କଲେ ସୁସ୍ଥ ହେଇପାରିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.