ETV Bharat / state

Trainer Aircraft Crash: ପ୍ରଶିକ୍ଷଣ ବେଳେ ଖସିପଡିଲା ବିମାନ, ପାଇଲଟ୍ ଆହତ - ବିରାଶାଳ ଏୟାରଷ୍ଟ୍ରିପରେ ଦୁର୍ଘଟଣା

ଢେଙ୍କାନାଳ କାମାକ୍ଷାନଗର ବିରାଶାଳ ଏୟାରଷ୍ଟ୍ରିପରେ ପ୍ରଶିକ୍ଷଣ ବେଳେ ଖସି ପଡ଼ିଲା ବିମାନ । ଫଳରେ ଟ୍ରେନି ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

Aircraft Crash: ପ୍ରିଶିକ୍ଷଣ ବେଳେ ଖସି ପଡ଼ିଲା ବିମାନ, ଜଣେ ଆହତ

author img

By

Published : Jun 6, 2022, 5:47 PM IST

Updated : Jun 6, 2022, 7:33 PM IST

ଢେଙ୍କାନାଳ: ବିରାଶାଳ ଏୟାରଷ୍ଟ୍ରିପରେ ପ୍ରଶିକ୍ଷଣ ବେଳେ ଖସି ପଡ଼ିଲା ଟ୍ରେନର ବିମାନ । ଫଳରେ ଟ୍ରେନି ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଟ୍ରେନି ପାଇଲଟ ମହାରାଷ୍ଟ୍ରର କରଣ ମଲ୍ଲିକ ବୋଲି ଜଣାପଡ଼ିଛି ।

ଏହି ବିମାନଟି ଉଡାଣ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଜଣେ ମାତ୍ର ପ୍ରଶିକ୍ଷାର୍ଥୀ ଥିଲେ । ବିମାନଟି ଟେକ୍‌ ଅଫ୍‌ କରିବା ସମୟରେ ଖସି ପଡ଼ି ପାଖରେ ଥିବା ଡ୍ରେନ୍‌ରେ ମାଡ଼ ହୋଇଥିଲା । ଏହି ସମୟରେ ଟ୍ରେନି ପାଇଲଟ ଜଣକ ବିମାନରୁ ଡେଇଁପଡ଼ି ନିଜ ଜୀବନ ରକ୍ଷା କରିଛନ୍ତି ।

Trainer Aircraft Crash: ପ୍ରଶିକ୍ଷଣ ବେଳେ ଖସିପଡିଲା ବିମାନ, ପାଇଲଟ୍ ଆହତ

ଆଜି ଆପରାହ୍ଣ ପ୍ରାୟ ୨.୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି । ଜଣେ ଟ୍ରେନି ପାଇଲଟ ବିମାନ ଉଡାଇବା ବେଳେ ହୋଇଛି ଦୁର୍ଘଟଣା । ଉଡ଼ାନ ଭରି VT-EUW ବିମାନଟି ତଳକୁ ଖସିବା ବେଳେ ପ୍ରାୟ ୧୫ଫୁଟ ଉଚରୁ ଖସି ପଡିଛି । ତେବେ ବିମାନ ଚଳାଉଥିବା ଟ୍ରେନି ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସେ ଏହି ପ୍ରଶିକ୍ଷଣ କେନ୍ଦ୍ରର ପ୍ରଥମ ବର୍ଷର ଛାତ୍ର । ତାଙ୍କ ମୁହଁରେ ଆଘାତ ଲାଗି ନାକରେ ସାମାନ୍ୟ କ୍ଷତ ହୋଇଥିବା ଜଣାପଡିଛି । ସ୍ଥାନୀୟ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କ ଚିକିତ୍ସା କରାଯାଇଛି । ଏହି ବିମାନ ରେ କେବଳ କରଣ ଏକୁଟିଆ ଥିଲେ ।

ଉଡାଣ ଭରି ତଳକୁ ବିମାନ ଖସାଇବାବେଳେ ଭୂଇଁରୁ ପ୍ରାୟ ୧୦ରୁ ୧୫ଫୁଟ ଉଚ୍ଚରୁ ସେ ବିମାନ ଖସି ପଡ଼ିଥିଲା। ଫଳରେ କରଣ ବିମାନରୁ ତଳକୁ ଡେଇଁ ପଡିଥିବା ଜଣାପଡିଛି । ଏହି ବିମାନ ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ରରେ ଗତ ୨୦୨୦ ମସିହା ଜୁନ ୮ତାରିଖରେ ଏକ ପ୍ରଶିକ୍ଷଣ ବିମାନ ଉଡାଣ ବେଳେ ୧୦୦ ଫୁଟ ଉଚ୍ଚରୁ ଖସି ପଡ଼ିଥିଲା । ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା । ସେତେବେଳେ ଏହି ଦୁର୍ଘଟଣାରେ ଅନିଶା ଫାତିମା ନାମକ ଜଣେ ମହିଳା ଟ୍ରେନି ପାଇଲଟ ଓ ସଞ୍ଜୀବ ଝା' ନାମକ ଜଣେ ଟ୍ରେନର ପାଇଲଟଙ୍କର ମୃତ୍ୟୁ ଘଟିଥିଲା । ପରେ ଡିଜିସିଏଙ୍କ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା ।

ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ସାମୟିକ ଭାବେ ବନ୍ଦ କରାଯାଇ ପୁନଃର୍ବାର ଗତ ଏକ ବର୍ଷ ପରେ ବିମାନ ଉଡ଼ାଣ ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା । ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ କଣ ତାହା ଜଣାପଡିନାହିଁ । ପ୍ରଶିକ୍ଷଣ କେନ୍ଦ୍ର ଭିତରକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ାଯାଉନଥିବାରୁ ଅଧିକ କୌଣସି ସୂଚନା ମିଳି ପାରିନାହିଁ ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Jun 6, 2022, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.