ETV Bharat / state

ଭୁବନର ପାରମ୍ପରିକ ବଳଦ ଯାତ୍ରା: ମଣିଷ-ପଶୁ ମଧ୍ୟରେ ସମ୍ପର୍କର ସେତୁ - dhenakanal news

ଭୁବନର ପାରମ୍ପରିକ ବଳଦ ଯାତ୍ରା ସବୁଠାରୁ ସ୍ୱତନ୍ତ୍ର । କେବଳ କୃଷି କ୍ଷେତ୍ରର ନୁହେଁ, ବାଣିଜ୍ୟ ପରମ୍ପରାରେ ମଧ୍ୟ ବେଶ ଗୁରୁତ୍ୱ ବହନ କରେ ଏହି ବଳଦ ଯାତ୍ରା । ଅଧିକ ପଢନ୍ତୁ

ଭୁବନର ପାରମ୍ପରିକ ବଳଦ ଯାତ୍ରା; ମଣିଷ ଆଉ ପଶୁ ମଧ୍ୟରେ ସମ୍ପର୍କର ସେତୁ

author img

By ETV Bharat Odisha Team

Published : Oct 26, 2023, 7:41 AM IST

ଭୁବନର ପାରମ୍ପରିକ ବଳଦ ଯାତ୍ରା; ମଣିଷ ଆଉ ପଶୁ ମଧ୍ୟରେ ସମ୍ପର୍କର ସେତୁ

ଢେଙ୍କାନାଳ: ଭୁବନର ପାରମ୍ପରିକ ବଳଦ ଯାତ୍ରା ସବୁଠାରୁ ସ୍ୱତନ୍ତ୍ର । ଏହା ମଣିଷ ଆଉ ପଶୁ ମଧ୍ୟରେ ସମ୍ପର୍କର ଥିବା ନିଆରା ସମ୍ପର୍କକୁ ପ୍ରତିପାଦିତ କରିଥାଏ । ଭାରତୀୟ ସଂସ୍କୃତି ସହିତ ଓତପ୍ରୋତ ଭାବେ ଜଡିତ ଏହି ଭାରବାହୀ ପ୍ରାଣୀ ଗ୍ରାମୀଣ କୃଷି ଅର୍ଥନୀତିର ପ୍ରମୁଖ ଅଙ୍ଗ । କେବଳ କୃଷିକ୍ଷେତ୍ରରେ ନୁହେଁ, ବାଣିଜ୍ୟ ପରମ୍ପରାରେ ମଧ୍ୟ ବେଶ ଗୁରୁତ୍ୱ ବହନ କରେ ବଳଦ । ଏହାକୁ ଉଜ୍ଜୀବିତ ରିଖିବା ପାଇଁ ପ୍ରତି ବର୍ଷ ଭୁବନରେ ଏହି ବଳଦ ଯାତ୍ରା ହୋଇଥାଏ ।

ତେବେ ଏହି ପର୍ବଟି ମୁଖ୍ୟତଃ ଗ୍ରାମଦେବତୀ ତଥା ଥୋରିଆ ସମ୍ପ୍ରଦାୟର ଇଷ୍ଠଦେବୀ ମା' ବଣିଜାରୀଙ୍କ ଉଦ୍ଦେଶ୍ୟରେ ପାଳିତ ହୋଇଥାଏ । ପୂର୍ବ କାଳରେ ଥୋରିଆ ସମ୍ପ୍ରଦାୟର ଲୋକେ ବାଣିଜ୍ୟ କରିବା ପାଇଁ ଦେଶ ବିଦେଶକୁ ଯାତ୍ରା କରୁଥିଲେ । ଫଳରେ ବାଣିଜ୍ୟ କରିବାକୁ ଯିବା ପାଇଁ ଅନୁମତି ଭାବେ ଦଶହରା ଅର୍ଥାତ ବିଜୟା ଦଶମୀରେ ସୁସଜ୍ଜିତ ବଳଦମାନଙ୍କୁ ପାଟ ପଟୁଆର ସହିତ ମା' ବଣିଜାରୀଙ୍କ ପୀଠକୁ ନେଇ ପୂଜାର୍ଚ୍ଚନା କରି ବାଣିଜ୍ୟ ଅନୁକୂଳ ଯାତ୍ରା କରୁଥିଲେ । ତେଣୁ ଆଜି ମଧ୍ୟ ଏହି ପରମ୍ପରାକୁ ବଞ୍ଚାଇବା ପାଇଁ ଏହି ବଳଦ ଯାତ୍ରା କରାଯାଏ ।

ତେବେ ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଏହି ବଳଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶାନ୍ତି କମିଟିର ନିଷ୍ପତ୍ତି ଅନୁଯାଇ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ମାଆଙ୍କ ବିଦାୟ ପର୍ବ । ଚଳିତ ବର୍ଷ ଭସାଣି ଶୋଭାଯାତ୍ରାରେ ୧୩ଟି ପୂଜା ପ୍ରତିଷ୍ଠାନର ମେଢ ଅଂଶଗ୍ରହଣ କରିଥିଲେ । ଏଥିସହ ୩୨ଟି ସୁସଜ୍ଜିତ ବଳଦ ସାମିଲ ହୋଇଥିଲେ । ପାରମ୍ପରିକ ବାଦ୍ୟ, ନୃତ୍ୟ, ଲଉଡିବାଡି ଖେଳ ସହ ବିଭିନ୍ନ ଲୋକନୃତ୍ୟ ଭସାଣିରେ ଶୋଭା ବଢାଇଥିଲେ ।ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ୨୦ ହଜାରରୁ ଉର୍ଦ୍ଦ ଦର୍ଶକଙ୍କ ସମାଗମ ହୋଇଥିଲା । ଏହି ଐତିହାସିକ ବଳଦଯାତ୍ରାରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଯୋଗଦେବା ସହିତ ଶାନ୍ତିଶୃଙ୍ଖଳା ପାଇଁ ୬ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ସୂଚନା ଥାଉକି, ଓଡିଆ ସାଧବ ପୁଅର ବାଣିଜ୍ୟ ବ୍ୟବସାୟର ମୁକସାକ୍ଷୀ ଭୁବନର ଏହି ବଳଦଯାତ୍ରା । ଦୁର୍ଗାପୂଜାର ବିଜୟାଦଶମୀ ଓ ଏକାଦଶୀ ଦିନ ପାଳିତ ହୋଇଥାଏ । ହଜାର ହଜାର ବର୍ଷ ପୂର୍ବେ ଯେତେବେଳେ ଯାନବାହାନ ନଥିଲା ସତେବେଳେ ବାଣିଜ୍ୟ କରିବା ପାଇଁ ଥୋରିଆ ସମ୍ପ୍ରରଦାୟର ଲୋକମାନେ ବଳଦକୁ ବ୍ୟବହାର କରୁଥିଲେ । ବଳଦ ପିଠିରେ ଲାଖ,ଝୁଣା,ତୁଳା,ଶିଙ୍ଗ, ଲୁଣ ଓ ପିତଳ କଂସା ବାସନକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ବ୍ୟବସାୟ କରିବାକୁ ଯାଉଥିଲେ । ତେବେ ବଳଦ ପିଠିରେ ବର୍ଷସାରା ବାଣିିଜ୍ୟ ବ୍ୟବସାୟ କରୁଥିବରୁ ବଳଦକୁ ସମ୍ମାନ ଜଣାଇ ବିଜୟା ଦଶମୀ ଦିନ ପୂଜାର୍ଚ୍ଚନା କରି ଗ୍ରାମ ପରିକ୍ରମା କରବା ସହିତି ବ୍ୟବସାୟର ଶୁଭ ଅନୁକୂଳ କରିଥାନ୍ତି । ଥୋରିଆ ସମ୍ପ୍ରଦାୟ ସହିତ ସାଥି ବ୍ୟବସାୟୀ ବଣିଆ,କାଚରା ଓ ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ବଡ ଧୂମଧାମରେ ଏହି ପର୍ବ ପାଳନ କରିଥାନ୍ତି ।ତେବେ ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ ଏହି ବଳଦ ଯାତ୍ରାକୁ ପ୍ରଶାସନ ତରଫରୁ କୌଣସି ପ୍ରଚାର ପ୍ରସାର କରାଯାଉନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ,ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.