ETV Bharat / state

Sikkim Flood: ନିଖୋଜଙ୍କ ମଧ୍ୟରେ ଢେଙ୍କାନାଳର 3 ଜଣ, ବୁଲିବାକୁ ଯାଇଥିଲେ ଗ୍ୟାଙ୍ଗଟକ୍‌ - ସିକ୍କିମ ବନ୍ୟାରେ ନିଖୋଜ ଢେଙ୍କାନାଳ ଛାତ୍ର

ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜଙ୍କ ମଧ୍ୟରେ ରହିଛନ୍ତି ଢେଙ୍କାନାଳ ସିମିନଈ ପଞ୍ଚାୟତର 3 ଜଣ । ଗ୍ୟାଙ୍ଗଟକ୍‌ ବୁଲିବାକୁ ଯାଇଥିବା ବେଳେ ହୋଇଛନ୍ତି ପ୍ରକୃତି କୋପର ଶିକାର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 7, 2023, 6:19 PM IST

Sikkim Flood

ଢେଙ୍କାନାଳ: ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ଏବେ ସୁଦ୍ଧା 142 ଜଣ ନିଖୋଜ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ସିମିନଈ ପଞ୍ଚାୟତର ତିନି ଜଣ ରହିଥିବା ସୂଚନା ମିଳିଛି । ଚଳିତ ମାସ ପହିଲାରେ 7 ଜଣ ଇଞ୍ଜିନିୟରିଂ ଛାତ୍ରମାନେ ଓଡ଼ିଶାରୁ ଗ୍ୟାଙ୍ଗଟକ୍‌ ବୁଲିବାକୁ ଯାଇଥିଲେ । ଏହାପରେ ସେମାନେ ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ 3 ଜଣ ଛାତ୍ରଙ୍କ ସହିତ ଯୋଗାଯୋଗ ହୋଇପାରୁନଥିବାରୁ ପରିବାର ଚିନ୍ତାରେ ରହିଛନ୍ତି । ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବା ଲାଗି ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରାଯାଇଛି ।

ଏହି ଟିମରୁ 3 ଜଣ ଯୁବକ ଯୁବତୀ ନିଖୋଜ ହୋଇଥିବା ଜଣାପଡ଼ିଛି । ଏମାନେ ସମସ୍ତେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିମିନଈ ପଞ୍ଚାୟତର । ନିଖୋଜଙ୍କ ମଧ୍ୟରେ ସିମିନଈ ଗ୍ରାମର ଚନ୍ଦ୍ରଶେଖର ସିଂ, ଅଙ୍କରାନ୍ତି ପୁର ନୂଆଗାଁ ସାହିର ନିର୍ମଳ ନାଥ ଓ ଅଙ୍କରାନ୍ତି ପୁରର ପ୍ରମୋଦିନୀ ଜେନା ନାମକ ଜଣେ ଯୁବତୀ ସାମିଲ । ନିଖୋଜମାନଙ୍କ ବୟସ ୨୪ରୁ ୨୫ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ- ସିକ୍କିମରେ ପ୍ରକୃତିର କୋପ; ବନ୍ୟାରେ ଗଲାଣି ୧୪ ଜୀବନ, ଏବେ ବି ୧୦୨ ନିଖୋଜ

ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରୁ ଏକ ୭ଜଣିଆ ପର୍ଯ୍ୟଟକ ଗ୍ୟାଙ୍ଗଟକ୍‌ ବୁଲିବାକୁ ଯାଇଥିଲେ । ଏମାନେ ସମସ୍ତେ ଇଞ୍ଜିନିୟରିଂ ଛାତ୍ର ଥିବା ସୂଚନା । ନିଖୋଜ ଚନ୍ଦ୍ରଶେଖରଙ୍କ ପରିବାରର କହିବା ଅନୁସାରେ ସିକ୍କିମରେ ପହଞ୍ଚିବା ପରେ ଗତ ମଙ୍ଗଳବାର ଅପରାହ୍ନରେ ଶେଷ ଥର ପାଇଁ ପୁଅ ସହିତ ଫୋନ ଯୋଗେ ଯୋଗାଯୋଗ ହୋଇଥିଲା । ମାତ୍ର ତା' ପରଠାରୁ ମୋବାଇଲ ସୁଇଚ ଅଫ୍‌ ଥିବା ବେଳେ ଆଉ ଯୋଗାଯୋଗ ହୋଇପାରୁଥିବା ନିଖୋଜ ଚନ୍ଦ୍ରଶେଖରଙ୍କ ମାଆ କହିଛନ୍ତି ।

ଏହାପରେ ପିଲାଙ୍କ ଫେରିବା ବାଟକୁ ଚାହିଁ ଚାହିଁ କାନ୍ଦବୋବାଳିରେ ଘର ଫାଟି ପଡୁଛି । ଘରେ ଚୁଲି ଜଳୁନାହିଁ । ଆଉ ପରିବାର ବନ୍ଧୁ ବର୍ଗ ଓ ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆଶା ଆଶଙ୍କାରେ ରହିଛନ୍ତି । ଏପରି ସ୍ଥିତିରେ ନିଖୋଜ ଚନ୍ଦ୍ରଶେଖରଙ୍କ ପରିବାର ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ଅନ୍ୟପଟେ ଚୌଦ୍ଵାରରୁ ସିକ୍କିମ ଯାଇଥିବା ଦମ୍ପତିଙ୍କ ସମେତ ସମସ୍ତ ନିଖୋଜ ଛାତ୍ରଛାତ୍ରୀ ଏମଜି ରୋଡର ଏକ ଉଦ୍ଧାରକାରୀ ସେନା ଶିବିରରେ ରହିଥିବା ଦମ୍ପତିଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ- Sikkim Flash Flood: ଏୟାରପୋର୍ଟରେ ଶହୀଦ ଓଡ଼ିଆ ଯବାନଙ୍କୁ ଗାର୍ଡ ଅଫ ଅନର୍‌, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଏହାପରେ ନିଖୋଜ ପରିବାରକୁ ଟିକିଏ ଆଶ୍ବସ୍ତି ମିଳିଥିଲେ ସୁଦ୍ଧା ପିଲାମାନଙ୍କ ସହିତ ସିଧାସଳଖ ଯୋଗାଯୋଗ ହୋଇପାରି ନଥିବା ଯୋଗୁଁ ଏବେ ବି ପରିବାର ଚିନ୍ତାରେ ରହିଛନ୍ତି । ଏପରିକି ଭଲରେ ଭଲରେ ପିଲାମାନଙ୍କର ଫେରିବା ବାଟକୁ ଚାହିଁ ରହିଥିବା କହିଛନ୍ତି ପରିବାର ଓ ଗ୍ରାମବାସୀ । ସେପଟେ ନିଖୋଜଙ୍କୁ କିପରି ଉଦ୍ଧାର କରାଯିବ ସେ ସମ୍ପର୍କରେ ଉଦ୍ୟମ ଜାରି ରହିଥିବା ଢେଙ୍କାନାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.