ETV Bharat / state

ସମ୍ପତି ବିବାଦରୁ ହତ୍ୟାକାଣ୍ଡ, ଶ୍ବଶୁରକୁ ପିଟିପିଟି ହତ୍ୟା କଲା ଜ୍ବାଇଁ - ଶ୍ବଶୁରକୁ ପିଟିପିଟି ହତ୍ୟା

ଶଶୂର ଘର ସମ୍ପତି ବିବାଦରୁ ହତ୍ୟାକାଣ୍ଡ । ଶୋଇଥିବାବେଳେ ଶ୍ବଶୂରକୁ ପିଟିପିଟି ହତ୍ୟା କଲା ଜ୍ବାଇଁ । ଅଧିକ ପଢନ୍ତୁ...

ସମ୍ପତି ବିବାଦରୁ ହତ୍ୟାକାଣ୍ଡ, ଶ୍ବଶୁରକୁ ପିଟିପିଟି ହତ୍ୟା କଲା ଜ୍ବାଇଁ

author img

By

Published : Jun 20, 2021, 3:22 PM IST

ଢେଙ୍କାନାଳ: ଶଶୂର ଘର ସମ୍ପତି ବିବାଦରୁ ହତ୍ୟାକାଣ୍ଡ । ଶୋଇଥିବାବେଳେ ଶ୍ବଶୂରକୁ ପିଟିପିଟି ହତ୍ୟା କଲା ଜ୍ବାଇଁ । ଢେଙ୍କାନାଳ ସଦର ଥାନା ପାତ୍ରଭାଗ ଗ୍ରାମ ବିଲିସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଏନେଇ ଜ୍ବାଇଁକୁ ଗିରଫ କଲା ପୋଲିସ । ମୃତ ବୃଦ୍ଧ ଜଣଙ୍କ ପାତ୍ରଭାଗ ବିଲିସାହିର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି ।

ସମ୍ପତି ବିବାଦରୁ ହତ୍ୟାକାଣ୍ଡ, ଶ୍ବଶୁରକୁ ପିଟିପିଟି ହତ୍ୟା କଲା ଜ୍ବାଇଁ

ସୂଚନା ମୁତାବକ, ସମ୍ପତିକୁ ନେଇ ପୂର୍ଣ୍ଣଚନ୍ଦ୍ରଙ୍କ ସହ ତାଙ୍କ ଝିଅ ଜ୍ବାଇଁଙ୍କ ବିବାଦ ଲାଗି ରହିଥିଲା । ତେବେ ତାଙ୍କ ଝିଅ ଜ୍ବାଇଁ ଆସି ଘରେ ରହିଥିବାବେଳେ ଗତ ରାତିରେ(ଶନିବାର) ସମସ୍ତେ ଶୋଇଥିଲେ । ମାତ୍ର ଆଜି ଭୋର ସମୟରେ ପୂର୍ଣ୍ଣଚନ୍ଦ୍ର ଶୋଇଥିବା ଘରୁ ପାଟିତୁଣ୍ଡ ଶୁଭିଥିଲା । ଏପରିକି ତାଙ୍କୁ ମାଡ଼ପିଟ ହେଉଥିବା ଶବ୍ଦ ଶୁଣି ପୁଅ ପରେଶ ଉଠିବା ବେଳକୁ ତାଙ୍କୁ ବହାରପଟୁ କିଏ କବାଟ ଦେଇ ଦେଇଥିଲେ। ପରେ କୌଣସିମତେ ଖୋଲି ବାହାରିବା ପରେ ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ମୁର୍ମୁଶୁ ଆବସ୍ଥାରେ ପଡିଥିବା ଦେଖି ପୁଅ ଆମ୍ବୁଲାନ୍ସ ଡକାଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ମୃତ ପୂର୍ଣଚନ୍ଦ୍ରଙ୍କ ପୁଅ ପ୍ରକାଶ କରିଛନ୍ତି ।

ଏହି ଘଟଣାରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପରିକି ଏହି ହତ୍ୟାକାଣ୍ଡରେ ପୂର୍ଣ୍ଣ ଚନ୍ଦ୍ରଙ୍କ ଜ୍ବାଇଁ ଗିରିଷ ଦେହୁରୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.