ETV Bharat / state

ଗଜଲକ୍ଷ୍ମୀ ଭସାଣିକୁ ନେଇ 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ

author img

By

Published : Oct 20, 2022, 1:33 PM IST

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ମିଳିତ ଭସାଣି ଶୋଭଯାତ୍ରା ଚାଲିଥିବା ବେଳେ ତୁମୁଳକାଣ୍ଡ । କଣ୍ଟାନାଳୀ ବଜାର ଓ ବନମାଳୀ ପ୍ରସାଦ ଲୋକଙ୍କ ମଧ୍ୟରେ ମେଢ଼ ଅତିକ୍ରମକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ଗୋଷ୍ଠୀ । ଅଧିକ ପଢ଼ନ୍ତୁ

ଲଷ୍ମୀପୂଜା ଭସାଣି ଉତ୍ସବରେ ତୁମୁଳକାଣ୍ଡ: ମେଢ଼ ବାଜା ଭଙ୍ଗାରୁଜା ସହ 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଢେଙ୍କାନାଳ: ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ମିଳିତ ଭସାଣି ଶୋଭଯାତ୍ରା ଚାଲିଥିବା ବେଳେ ତୁମୁଳକାଣ୍ଡ । ଭସାଣି ଶୋଭା ଯାତ୍ରାରେ କଣ୍ଟାନାଳୀ ବଜାର ଓ ବନମାଳୀ ପ୍ରସାଦ ଲୋକଙ୍କ ମଧ୍ୟରେ ମେଢ଼ ଅତିକ୍ରମକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ଗୋଷ୍ଠୀ । ଏପରିକି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ପିଟ ହୋଇଥିବା ଜଣାପଡିଛି । ଫଳରେ କଣ୍ଟା ନାଳୀ ବଜାର ମେଢ଼ ଓ ଭସାଣି ଶୋଭାଯାତ୍ରାରେ ସାମିଲ ଥିବା ବାଜା ଓ ସାଉଣ୍ଡ ବାକ୍ସ ଆଦି ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଯୁବକ ।

ଏପରିକି ଠେଙ୍ଗା ଓ ଲୁହା ରଡ଼ରେ ଆକ୍ରମଣ ଯୋଗୁଁ ଭସାଣି ଶୋଭାଯାତ୍ରରେ ଥିବା ବ୍ୟାଣ୍ଡ ପାର୍ଟିର ଜଣେ ମହିଳାଙ୍କ ସମେତ କଣ୍ଟାନାଳୀର ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ମଧ୍ୟ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକା ପଞ୍ଝା ଲାଗିରହିଥିବାରୁ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି ।

ପୋଲିସ ପହଞ୍ଚି ଲାଠି ଚାଳନା କରିଛି । ଏହି ଘଟଣାରେ ଡିଜେ ବକ୍ସ ଏବଂ ଡିଜେ ଗାଡ଼ି ଭାଙ୍ଗି ଚୁରମାର କରିଦେଇଛନ୍ତି ଉତ୍ୟକ୍ତ ଲୋକେ। ପାଖାପାଖି 25 ଲକ୍ଷ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି । ମେସିନ 4-5ଟା ଭାଙ୍ଗିବା ସହ ଗାଡ଼ି ଗୁଡ଼ିକ ମଧ୍ୟ ଭାଙ୍ଗି ଦେଇଛନ୍ତି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ବେଶ କିଛି ସମୟ ପାଇଁ ପରିବେଶ ଅଶାନ୍ତ ରହିଥିଲା ।

ଇଟିଭି ଭାରତ, ଢ଼େଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.