ଢ଼େଙ୍କାନାଳ: ନିର୍ବାଚନ ପରେ ଭୁବନ ପୌରପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନରେ ବୁଧବାର ନିର୍ବାଚିତ ଜନପ୍ରତିନିଧିମାନେ ଆନୁଷ୍ଠାନିକ ଭାବେ ଆସନରେ ବସିଛନ୍ତି । ଭୁବନ ଏନଏସି ଅଧ୍ୟକ୍ଷ ଆସନରେ ଶୁଭେନ୍ଦୁ କୁମାର ସାହୁ, କାଉନସିଲର ଓ ସମର୍ଥକ ମାନଙ୍କ ସହ ଏନଏସି କାର୍ଯ୍ୟାଳୟରେ ପହଞ୍ଚି ନିଜର ଦାୟିତ୍ବ ନେଇଥିଲେ ।
ସେହିପରି ଭୁବନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସିପ୍ରା ବରାଳ ସମିତିସଭ୍ୟ ଓ ସମର୍ଥକ ମାନଙ୍କ ସହ ପୂଜାର୍ଚ୍ଚନା ପରେ ନିଜର ଆସନରେ ଆନୁଷ୍ଠାନିକ ଭାବେ ବସିଥିଲେ । ଏହି ଅବସରରେ ଉଭୟ କାର୍ଯ୍ୟାଳୟରେ ଶୁଭେଚ୍ଛୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
ଢ଼େଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ