ETV Bharat / state

ବୌଦ୍ଧରୁ ଆସିଥିବା ଦନ୍ତାର ମୃତ୍ୟୁକୁ ନେଇ ବଢିଲା ସନ୍ଦେହ - ବୌଦ୍ଧରୁ ଆସିଥିବା ଦନ୍ତା ମୃତ

Elephant Died In Rescue Centre: ବୌଦ୍ଧରୁ ଉଦ୍ଧାର କରାଯାଇଥିବା ଦନ୍ତା ହାତୀର ମୃତ୍ୟୁ । ହାତୀର ଆକସ୍ମିକ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ । ଅଧିକ ପଢନ୍ତୁ

Elephant Died In Rescue Centre
ଦନ୍ତାର ମୃତ୍ୟୁକୁ ନେଇ ସନ୍ଦେହ
author img

By ETV Bharat Odisha Team

Published : Jan 9, 2024, 8:30 AM IST

ଦନ୍ତାର ମୃତ୍ୟୁକୁ ନେଇ ସନ୍ଦେହ

ଢେଙ୍କାନାଳ: ବୌଦ୍ଧରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ କାବୁ କରି ଢେଙ୍କାନାଳର କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର କପିଳାଶରେ ରବିବାର ହାତୀଟିର ମୃତ୍ୟୁ ଘଟିଛି । ତେବେ ଏହି ନରହନ୍ତା ଦନ୍ତାର ଏପରି ଆକସ୍ମିକ ମୃତ୍ୟୁକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ହେବ ଏକ ପୋଷା ଦନ୍ତାହାତୀ ନିଜ ମାଲିକ ତଥା ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ସ୍ଥାନରେ ବୁଲୁଥିଲା । ଜିଲ୍ଲାରେ ଅନେକ ଧନ ଜୀବନ ନଷ୍ଟ କରି ବେଶ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ କାବୁ କରି ବୌଦ୍ଧରୁ କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇଥିଲା । ହେଲେ ହଠାତ୍ ଗତ ରବିବାର ହାତୀର ମୃତ୍ୟୁ ହୋଇଥିଲା । ଏହି ଦନ୍ତା ହାତୀର ବୟସ ୪୦ ବର୍ଷ ।

ଚଳିତ ସପ୍ତାହରେ ଏହି ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜରରେ କାବୁ କରିଥିଲା ବନ ବିଭାଗ । ଆଉ ଟ୍ରାଙ୍କୁଳାଇଜର ଦେଇ ଦନ୍ତା ହାତୀକୁ ଢେଙ୍କାନାଳ କପିଳାଶ ସ୍ଥିତ ଥଇଥାନ କେନ୍ଦ୍ରକୁ ନିଆଯାଇଥିଲା । ଗତ ଶନିବାର କପିଳାଶରେ ହାତୀଟି ପହଞ୍ଚିଲା ପରେ ତା' ପରଦିନ ଅର୍ଥାତ ରବିବାର ଭୋର ସମୟରେ ଆଖି ବୁଜିଥିଲା । ହାତୀ ମୃତ୍ୟୁ ପରେ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ମାଧ୍ୟମରେ ରାଜ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ବୌଦ୍ଧରୁ ଉଦ୍ଧାର, କପିଳାସରେ ମୃତ୍ୟୁ: ଆଉ ଏକ ଦନ୍ତା ହାତୀର ଗଲା ଜୀବନ

ଏହା ମଧ୍ୟ ପଢନ୍ତୁ- ବୌଦ୍ଧରୁ କପିଳାଶକୁ ଗଲା ନରହନ୍ତା ଦନ୍ତା

ତେବେ ମୃତ୍ୟୁର ସଠିକ କାରଣ ଜାଣିବା ପାଇଁ ରକ୍ତ ନମୂନା ଠାରୁ ନେଇ ଫୁସଫୁସ ଆଦିର ନମୁନା ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି । ତେବେ ଫୁସଫୁସ୍ ସଂକ୍ରମଣ ମୃତ୍ୟୁର କାରଣ ହୋଇପାରେ ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର କର କହିଛନ୍ତି । ମାତ୍ର ପ୍ରଶ୍ନ ଉଠୁଛି, ଟ୍ରାଙ୍କୁଲାଇଜ ପରେ ହାତୀଟି ସୁସ୍ଥ ଥିଲା ନା ଅନ୍ତରୀଣ ଅସୁସ୍ଥ ଥିଲା ? ଯଦି ହାତୀଟି ଅସୁସ୍ଥ ଥିଲା ତେବେ ତାକୁ ଟ୍ରାଙ୍କୁଲାଇଜ ପରେ ପରେ ସମ୍ପୂର୍ଣ୍ଣ ସୁସ୍ଥ ଯାଏ ଅପେକ୍ଷା କରାଗଲା ନାହିଁ କାହିଁକି ? ଏପରି ଅନେକ ପ୍ରଶ୍ନକୁ ନେଇ ହାତୀ ପ୍ରେମୀ ଓ ସାଧାରଣ ଲୋକେ ଦ୍ଵନ୍ଦରେ ଅଛନ୍ତି । ତେବେ ମୃତ ହାତୀର ବ୍ୟବଚ୍ଛେଦ ରିପୋର୍ଟ ଓ ପରୀକ୍ଷାଗାରକୁ ଯାଞ୍ଚ ପାଇଁ ଯାଇଥିବା ବିଭିନ୍ନ ନମୂନାର ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.