ETV Bharat / state

ସ୍କୁଲରେ ନାହାଁନ୍ତି ଶିକ୍ଷକ, ଗେଟ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ - ୮ଟି ଶ୍ରେଣୀ ପାଇଁ ଅଛନ୍ତି ମାତ୍ର ୩ଜଣ ଶିକ୍ଷକ

ଶିକ୍ଷକ ଅଭାବରୁ ସାରିଆପଡା ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ସ୍କୁଲରେ ନାହାଁନ୍ତି ଶିକ୍ଷକ, ଗେଟ୍‌ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ

author img

By

Published : Aug 2, 2022, 3:41 PM IST

ଢେଙ୍କାନାଳ: ପାଠ ପଢାଇବାକୁ ସ୍କୁଲରେ ନାହାନ୍ତି ଶିକ୍ଷକ , ବାରମ୍ବାର ଅଭିଯୋଗ ପରେ ବି କେହି କର୍ଣ୍ଣପାତ ନକରିବାରୁ ସ୍କୁଲରେ ତାଲା ପକାଇ ଗଣଧାରଣା ଦେଲେ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ । ଏଭଳି ସ୍ଥିତି ଉପୁଜିଛି ଢେଙ୍କାନାଲ ଜିଲ୍ଲା ଓଦାପଡା ବ୍ଲକ ସାରିଆପଡା ସ୍କୁଲରେ । ଗୋଟିଏ ପଟେ ସରକାର ଶିକ୍ଷାକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଭିଏଁ ବଢନ୍ତୁ ସଭିଏଁ ବଢନ୍ତୁର ନାରା ଦେଉଛନ୍ତି । କିନ୍ତୁ ଅନ୍ୟ ପଟେ ଶିକ୍ଷକ ଅଭାବ ଯୋଗୁଁ ପାଠ ପଢାରୁ ବଞ୍ଚିତ ହୋଇ ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ।

ସ୍କୁଲରେ ନାହାଁନ୍ତି ଶିକ୍ଷକ, ଗେଟ୍‌ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ

''ଆମର ଶିକ୍ଷକ ନାହାନ୍ତି ଆମେ କେମିତି ପଢିବୁ, ଆଉ କେମିତି ବଢିବୁ ବୋଲି ପ୍ରଶ୍ନ ଉଠାଇଛନ୍ତି ଧାରଣାରେ ବସିଥିବା ଛାତ୍ର ଛାତ୍ରୀ । ଏଥି ସହ ସ୍କୁଲକୁ ଶିକ୍ଷକ ନଆସିବା ଯାଏଁ ତାଲା ନ ଖୋଲିବାକୁ କହିଛନ୍ତି ଛାତ୍ରଛାତ୍ରୀ'' । ସ୍କୁଲର ଛାତ୍ରଛାତ୍ରୀଙ୍କ ଠାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଲା ପକାଇ ଆନ୍ଦୋଳକୁ ଓଲ୍ହାଇଥିବାରୁ ସ୍କୁଲରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

୧୯୫୫ମସିହାରୁ ନିର୍ମିତ ଏହି ସର୍ବ ପୁରାତନ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୩ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ମାତ୍ର ଦୀର୍ଘ ବର୍ଷ ଧରି ୮ଟି ଶ୍ରେଣୀ ପାଇଁ ମାତ୍ର ୩ଜଣ ଶିକ୍ଷକ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଡେପୁଟେସନରେ ଯିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲକୁ ଆବଶ୍ୟକ ଶିକ୍ଷ ଶିକ୍ଷୟତ୍ରୀ ଯୋଗାଇ ଦେବାକୁ ବିଇଓ, ଡିଇଓଙ୍କ ଠାରୁ ବିଡ଼ିଓ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଗୁହାରି କରିଥିଲେ ଗ୍ରାମବାସୀ । କିନ୍ତୁ କେହି କର୍ଣ୍ଣପାତ ନକରିବାରୁ ପ୍ରତିବାଦ କରିବାକୁ ଯାଇ ସ୍କୁଲ୍ ରେ ତାଲା ପକାଇ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଆଜି ଶିକ୍ଷକ ମାନେ ଆସିବା ପୂର୍ବରୁ ଗ୍ରାମବାସୀ ଓ ପିଲାମାନେ ସ୍କୁଲରେ ତାଲା ପକାଇ ଦେଇଥିବାରୁ ସ୍କୁଲକୁ ଭିତରକୁ ଯାଇପାରୁନଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.