ETV Bharat / state

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

author img

By

Published : Dec 22, 2019, 5:32 AM IST

ଶିକ୍ଷକ ନିଯୁକ୍ତି ଦାବିରେ ଭୁବନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ତାଲା ପକାଇଛନ୍ତି । ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପିଲାମାନେ ଧାରଣାରୁ ହଟିଛନ୍ତି ।

dhenkanal
ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ଶିକ୍ଷକ ନିଯୁକ୍ତି ଦାବିରେ ଭୁବନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ତାଲା ପକାଇଛନ୍ତି । ଏହା ସହ ପାଞ୍ଚ ଶହରୁ ଅଧିକ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ବିଦ୍ୟାଳୟ କମିଟି ସଭାପତିଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପ୍ରତିଶ୍ରୁତି ପାଇଲା ପରେ ପିଲାମାନେ ଧାରଣାରୁ ହଟିଛନ୍ତି । ଯଦି ଏକ ସପ୍ତାହ ମଧ୍ୟରେ ବିଦ୍ୟାଳୟର ଶିକ୍ଷକଙ୍କ ପଦବୀ ପୂରଣ ନ ହୁଏ ତେବେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବିଦ୍ୟାଳୟରେ ତାଲା ପଡିବ ବୋଲି କହିଛନ୍ତି ବିଦ୍ୟାଳୟର କମିଟି ସଭାପତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଭୁବନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବାରୁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଛାତ୍ର ଅଧ୍ୟୟନ କରନ୍ତି । ଏହି ବିଦ୍ୟାଳୟରେ 15 ଜଣ ଶିକ୍ଷକଙ୍କ ପଦବୀ ଥିବାବେଳେ ଏବେ ଅଛନ୍ତି 6 ଜଣ ଶିକ୍ଷକ । ଯାହାଫଳରେ କି ପିଲାମାନଙ୍କ ପାଠ ପଢାରେ ଅସୁବିଧା ହେଉଛି । ଏ ସଂପର୍କରେ ଅଭିଭାବକମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ବି ଫଳ ଶୂନ । ଫଳରେ ଆଜି ଛାତ୍ରମାନେ ଫାଟକରେ ତାଲା ପକାଇ ବିକ୍ଷୋଭ କରୁଥିଲେ । ସେହି ସମୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଭୁବନ ବ୍ଲକ କାର୍ଯ୍ୟାଳୟରୁ ସେହି ବାଟ ଦେଇ ଫେରୁଥିବା ବେଳେ ତାଙ୍କୁ ଘେରିଯାଇଥିଲେ ସମସ୍ତ ଛାତ୍ର । ପରେ ବିଦ୍ୟାଳୟର କମିଟି ସଭାପତି ଘଟଣାସ୍ଥଳରେ ପହଞ୍ଚି ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନରୁ ଓହରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ/ ଢେଙ୍କାନାଳ ଭୁବନରେ ଉପ ଜିଲ୍ଲାପାଳଙ୍କୁ ଘେରିଲେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଛାତ୍ର
ଆଙ୍କର- ସରକାର ଛାତ୍ରଛାତ୍ରୀମାନଙ୍କ ପାଠ ପଢା ନିମନ୍ତେ ବିଭିର୍ଣ୍ଣ ଯୋଜନା ପ୍ରଣୟନ କରୁଥିବା ସ୍ଥଳେ କେତେକ ବିଦ୍ୟାଳୟରେ ଶିକ୍ଷକମାନଙ୍କ ଅଭାବ ଯୋଗୁଁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଢେଙ୍କାନାଳ ଜିଲ୍ଲା ଭୁବନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଏପରି ସମସ୍ୟା ଦେଖାଦେଇଛି । Body:ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବାରୁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଛାତ୍ର ଅଧ୍ୟୟନ କରନ୍ତି । ଏହି ବିଦ୍ୟାଳୟରେ ପନ୍ଦର ଜଣ ଶିକ୍ଷକଙ୍କ ପଦବୀ ଥିବାବେଳେ ଏବେ ଅଛନ୍ତି ଛଅ ଜଣ ଶିକ୍ଷକ । ଯାହାଫଳରେ କି ପିଲାମାନଙ୍କ ପାଠ ପଢାରେ ଅସୁବିଧା ହେଉଛି । ଏ ସଂପର୍କରେ ଅଭିଭାବକ ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ବି ଫଳ ଶୂନ । ଫଳରେ ଆଜି ଛାତ୍ରମାନେ ଫାଟକରେ ତାଲା ପକାଇ ବିକ୍ଷୋଭ କରୁଥିଲଲେ। ସେହି ସମୟରେ କାମାକ୍ଷାନଗର ଉପ ଜିଲ୍ଲାପାଳ ଭୁବନ ବ୍ଲକ କାର୍ଯ୍ୟାଳୟରୁ ସେହି ବାଟ ଦେଇ ଫେରୁଥିବା ବେଳେ ତାଙ୍କୁ ଘେରିଯାଇଥିଲେ ସମସ୍ତ ଛାତ୍ର । ପରେ ବିଦ୍ୟାଳୟର କମିଟି ସଭାପତି ଘଟଣାସ୍ଥଳରେ ପହଞ୍ଚି ଉପ ଜିଲ୍ଲାପାଳ ବିଷ୍ଣୁପ୍ରଶାଦ ଆଚାର୍ଯ୍ୟଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳକରୁ ଓହରିଥିଲେ।Conclusion:ବିଦ୍ୟାଳୟର ଯଦି ଏକ ସପ୍ତାହ ମଧ୍ୟରେ ଶିକ୍ଷକଙ୍କ ପଦବୀ ପୁରଣ ନହୁଏ ତେବେ ଅନର୍ଦ୍ଧିଷ୍ଟ ସମୟ ପାଇଁ ବିଦ୍ୟାଳୟରେ ତାଲା ପଡିବ ବୋଲି କହିଛନ୍ତି ବିଦ୍ୟାଳୟର କମିଟି ସଭାପତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.