ETV Bharat / state

ଢେଙ୍କାନାଳ ରାଜପ୍ରାସାଦରେ ଭାରତୀୟ ସେନାର ବିଜୟ ମଶାଲ - Dhenkanal Palace

ଭାରତୀୟ ସୈନ୍ୟ ବାହିନୀର ପାକିସ୍ତାନ ସହ ୧୯୭୧ ମସିହା ଯୁଦ୍ଧ ସଫଳତାର ବିଜୟ ଓ ବାଂଲାଦେଶକୁ ସ୍ବାଧୀନତା ଦେଇଥିବାର ୫୦ବର୍ଷ ପୁର୍ତ୍ତି ପାଳନ କରୁଛି ଭାରତ । ଅଧିକ ପଢନ୍ତୁ...

Special winning torch of  Indian Army arrived at Dhenkanal Palace
ଢେଙ୍କାନାଳ ରାଜପ୍ରାସାଦରେ ଭାରତୀୟ ସେନାର ବିଜୟ ମଶାଲ
author img

By

Published : Nov 4, 2021, 6:17 PM IST

ଢେଙ୍କାନାଳ: ଭାରତୀୟ ସୈନ୍ୟ ବାହିନୀର ପାକିସ୍ତାନ ସହ ୧୯୭୧ ମସିହା ଯୁଦ୍ଧ ସଫଳତାର ବିଜୟ ଓ ବାଂଲାଦେଶକୁ ସ୍ବାଧୀନତା ଦେଇଥିବାର ୫୦ବର୍ଷ ପୁର୍ତ୍ତି ପାଳନ କରୁଛି ଭାରତ । ଏହି ଯୁଦ୍ଧରେ ସାମିଲ ହୋଇଥିବା ବୀର ସୈନିକଙ୍କୁ ମନେ ପକାଇ ସ୍ବତନ୍ତ୍ର ବିଜୟ ମଶାଲ ସେମାନଙ୍କ ପାଖରେ ପହଞ୍ଚାଇ ଭାରତର ଏହି ବୀର ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଉଛି । ୧୯୭୧ ମସିହା ଯୁଦ୍ଧରେ ସାମିଲ ହୋଇଥିବା ଭାରତୀୟ ସୈନ୍ୟବାହିନୀର ବ୍ରିଗେଡିୟର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ଓ ତାଙ୍କ ସାନଭାଇ ଉଇଙ୍ଗ କମାଣ୍ଡର ବିରଜା ଶଙ୍କର ସିଂହଦେଓଙ୍କୁ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଢେଙ୍କାନାଳ ରାଜପ୍ରାସାଦରେ ଭାରତୀୟ ସେନାର ବିଜୟ ମଶାଲ

୫୦ବର୍ଷ ପୁର୍ତ୍ତି ଅବସରରେ ମନେ ପଡିଛନ୍ତି ୧୯୭୧ ମସିହା ଯୋଦ୍ଧା । ଢେଙ୍କାନାଳ ରାଜପ୍ରାସାଦରେ ପହଞ୍ଚିଲା ଭାରତୀୟ ସୈନ୍ୟବାହିନୀର ମଶାଲ । ଭାରତୀୟ ସ୍ଥଳସେନାର ପୂର୍ବତନ ବ୍ରିଗେଡିୟର କେପି ସିଂହଦେଓ ଓ ଉଇଙ୍ଗ କମାଣ୍ଡର ବିଏସ ସିଂହଦେଓଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।

ଭାରତୀୟ ସୈନ୍ୟ ବାହିନୀ ପକ୍ଷରୁ ଏକ ସ୍ବତନ୍ତ୍ର ବିଜୟ ମଶାଲ ଆସି ବ୍ରିଗେଡିୟର କେପି ସିଂହଦେଓଙ୍କ ବାସଭବନ ଢେଙ୍କାନାଳ ରାଜପ୍ରାସାଦରେ ପହଞ୍ଚିଥିଲା । 120 ବାଟାଲିୟନର ଷ୍ଟେସନ ହେଡକ୍ବାର୍ଟରର କମାଣ୍ଡାଣ୍ଟ ରିଷି ୟାହିଙ୍କ ନେତୃତ୍ବରେ 120 ବାଟାଲିୟନ, ପଞ୍ଜାବ ରେଜିମେଣ୍ଟ ଓ ବିହାର ରେଜିମେଣ୍ଟର ସାମରିକ ଅଧିକାରୀ ମାନେ ବ୍ରିଜେଡିୟର କେପି ସିଂହଦେଓଙ୍କୁ ଏହି ବିଜୟ ମଶାଲ ପ୍ରଦାନ କରିବା ସହ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇ ସମ୍ବର୍ଦ୍ଧିତ କରିଥିଲେ । ପରେ ପୂର୍ବତନ ଉଇଙ୍ଗ କମାଣ୍ଡର ବିରଜା ଶଙ୍କର ସିଂଦେଓଙ୍କ ବାସଭବନକୁ ଯାଇ ମଶାଲ ପ୍ରଦାନ ଓ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଢେଙ୍କାନାଳ ରାଜପ୍ରାସାଦରେ ରାଜପରିବାରର ସଦସ୍ୟ ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ରହିଥିଲେ । ଭାରତ ସରକାର ପୂର୍ବତନ ସୈନିକଙ୍କୁ ମନେ ପକାଇଥିବାରୁ ବେଶ ଗର୍ବିତ ଅନୁଭବ କରି ଯୁବକଙ୍କୁ ସୈନ୍ୟବାହିନୀରେ ସାମିଲ ହୋଇ ଭାରତ ମାତାର ସୁରକ୍ଷା ଦିଗରେ ଚିନ୍ତା କରିବାକୁ ଆହ୍ବାନ ଦେଇଛନ୍ତି ବ୍ରିଗେଡିୟର କେପି ସିଂହଦେଓ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.