ଢେଙ୍କାନାଳ: ଢେଙ୍କାନାଳ ପୌରାଞ୍ଚଳର ୧୨ ନମ୍ବର ୱାର୍ଡରେ ଖୋଲିବାକୁ ଥିବା ବିଦେଶୀ ମଦ ଦୋକାନକୁ ତୀବ୍ର ବିରୋଧ ହୋଇଛି । ଏହି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ଦାବି ଜୋର ଧରିଛି । ଏପରିକି ଆଜି(ସୋମବାର) ସ୍ଥାନୀୟ ଜବାହାର ଚୌକ, ମିନାବଜାର ଓ ଗାନ୍ଧିମନ୍ଦିର ରୋଡ଼ ଅଞ୍ଚଳର ବାସିନ୍ଦା ମାନେ ସାମାଜିକ ସଂଗଠନ ‘ସୌନ୍ଦର୍ଯ୍ୟା’ ନାମକ ଏକ ମହିଳା ସଂଗଠନ ନେତୃତ୍ତ୍ବରେ ଜିଲ୍ଲାପାଳଙ୍କ ଅଫିସ ଯାଇ ଚରମବାଣୀ ଶୁଣାଇଛନ୍ତି ।
ଏ ସମ୍ପର୍କରେ ଏକ ଅଭିଯୋଗ ମୁତାବକ ବିଦେଶୀ ମଦ ଦୋକାନ ଖୋଲିବାକୁ ଥିବା ଅଞ୍ଚଳରେ ଜନସାଧରଣଙ୍କ ସ୍ବାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଏଠାରେ ନଖୋଲି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି ଏହି ସାମାଜିକ ସଂଗଠନ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ