ETV Bharat / state

ବେକାରୀ ଯୁବଗୋଷ୍ଠୀଙ୍କ ନିଯୁକ୍ତିରବାଟ କୌଶଳ ମହୋତ୍ସବ - Kaushal mahotsav 2022

ଓଡ଼ିଶାର ଯୁବପୀଢ଼ିଙ୍କୁ ନିଯୁକ୍ତି ସୁଯୋଗ ଦେବା ଲାଗି ଆରମ୍ଭ ହୋଇଛି କୌଶଳ ମହୋତ୍ସବ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏହି କୌଶଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

ବେକାରୀ ଯୁବଗୋଷ୍ଠୀଙ୍କ ନିଯୁକ୍ତିରବାଟ କୌଶଳ ମହୋତ୍ସବ

author img

By

Published : Nov 7, 2022, 9:48 AM IST

ଢେଙ୍କାନାଳ: ଓଡ଼ିଶାର ଯୁବପୀଢ଼ିଙ୍କୁ ନିଯୁକ୍ତି ସୁଯୋଗ ଦେବା ଲାଗି ଆରମ୍ଭ ହୋଇଛି କୌଶଳ ମହୋତ୍ସବ (Skill Ministry schedules Kaushal Mahotsav)। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏହି କୌଶଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରୋଜଗାର ମେଳାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଦକ୍ଷ ଓ ଯୋଗ୍ୟତା ହାସଲ କରିଥିବା ବେକାରୀ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଓ ତାଲିମ ସ୍ୱୀକୃତି ପତ୍ର ପ୍ରଦାନ କରିଛନ୍ତି ।

ଫଳରେ ହଜାର ହଜାର ସଂଖ୍ୟାରେ ବେକାରୀ ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ରୋଜଗାରର ସୁଯୋଗ ସୃଷ୍ଟି କରିଥିବାରୁ ବେଶ ଉତ୍ସାହିତ ହୋଇପଡିଛନ୍ତି । ଯୁବ ଶକ୍ତିକୁ ସଶକ୍ତିକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା ପୂରଣ କରିବା ଦିଗରେ ଆମ ରାଜ୍ୟରେ ଆରମ୍ଭ ହୋଇଛି ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବାକୁ ଯାଇ କୌଶଳ ମହୋତ୍ସବର ପରିକଳ୍ପନା ଏବେ ବାସ୍ତବ ରୂପ ନେଉଛି ।

ଏହି ଅବସରରେ ଆୟୋଜିତ ରୋଜଗାର ମେଳା ମାଧ୍ୟମରେ ଢେଙ୍କାନାଳ ସମେତ ରାଜ୍ୟ ଓ ରାଜ୍ୟ ବାହାରର ଯୁବକ ମାନଙ୍କ ପାଇଁ ହଜାର ହଜାର ନିଯୁକ୍ତିର ସୁଯୋଗ ପ୍ରଦାନ ପ୍ରୟାସ କରାଯାଇଛି। ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ମେଳାରେ ସଫଳ ଯୁବଗୋଷ୍ଠୀଙ୍କୁ ବିଭିନ୍ନ ନାମୀ ଦାମୀ କମ୍ପାନୀର ନିଯୁକ୍ତି ଓ ତାଲିମ ଆଦି ଅଫର ପତ୍ର ପ୍ରଦାନ କରିଛନ୍ତି । ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ତତ୍ୱବାଧାନରେ ଅନୁଷ୍ଠିତ ଏହି ରୋଜଗାର ମେଳାରେ ବିଭିନ୍ନ ଦକ୍ଷତା ତାଲିମ ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ସଶକ୍ତିକରଣ କରିବା ସହ ଆତ୍ମନିର୍ଭରଶୀଳ କରାଇବ ।

ବେକାରୀ ଯୁବଗୋଷ୍ଠୀଙ୍କ ନିଯୁକ୍ତିରବାଟ କୌଶଳ ମହୋତ୍ସବ

ଏହା ରାଜ୍ୟ ବାହାର ତଥା ଆନ୍ତର୍ଜାତିକସ୍ତରରେ ଭାରତର କୁଶଳୀ ଶ୍ରମିକଙ୍କ ଅଭିବୃଦ୍ଧିର ସୁଯୋଗ ମଧ୍ୟ ପ୍ରଦାନ କରିବ । ଏହି ମେଳାର ନିଯୁକ୍ତି କର୍ମଶାଳା ଶିଳ୍ପ ଓ ପ୍ରତିଭା ମଧ୍ୟରେ ଚାହିଦା ତଥା ଯୋଗାଣ ବ୍ୟବଧାନକୁ ହ୍ରାସ କରିବା ସହ କୁଶଳିଯୁବକ ମାନଙ୍କ ପାଇଁ ଅନନ୍ୟ ପ୍ଲାଟଫର୍ମ ପାଇବାର ସୁଯୋଗ ସୃଷ୍ଟି କରିବ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡିୟମ ଠାରେ ଆୟୋଜିତ ଏହି ରୋଜଗାର ମେଳାରେ ଏଫ୍ ଆଣ୍ଡ ବି ଟେକସଟାଇଲ, ସୌନ୍ଦର୍ଯ୍ୟ ଏବଂ ସୁସ୍ଥତା, ସ୍ୱାସ୍ଥ୍ୟସେବା, ଆଇଟି ଭଳି ୨୦ରୁ ଅଧିକ ସେକ୍ଟରର ପ୍ରାୟ ୭୦ରୁ ଊର୍ଦ୍ଧ୍ବ କମ୍ପାନୀ ସାମିଲ ଥିଲେ । ସେମାନଙ୍କ ମଧ୍ୟରେ ଏଲଆଣ୍ଡଟି, ମାରୁତି ସୁଜକି, ଇଣ୍ଡିଆ ଟେକ୍ସ ପ୍ରେନର୍ସ ଫେଡରେସନ, ଅର୍ବାନ ଗ୍ରୁପ ଟେକ୍ନୋଲୋଜି, ହେଲଥ ଭିଷ୍ଟା ଇଣ୍ଡିଆ, ବାର୍ବିକ୍ୟୁ ନେସନ, ଜେବିଏମ ଅଟୋ ଓ ଅକାଲ ଇନଫରମେସନ ସିଷ୍ଟମ ଆଦି ରାଜ୍ୟ ତଥା ରାଜ୍ୟ ବାହାରର ନାମୀ ଦାମୀ କମ୍ପାନୀ ସାମିଲ ଥିବା ଦେଖିବାକୁ ମିଳିଛି ।

ଜାତୀୟ ଦକ୍ଷତା ବିକାଶ ନିଗମ ପକ୍ଷରୁ ଆୟୋଜିତ ଏହି ରୋଜଗାର ମେଳାରେ ୧୦ହଜାରରୁ ବେକାରୀ ଯୁବକ ଓ ଯୁବତୀଙ୍କ ନାମ ପଞ୍ଜିକୃତ ହୋଇଛି । ଦକ୍ଷତା ମୁତାବକ ବିଭିନ୍ନ କମ୍ପାନୀ ପକ୍ଷରୁ ୧୨ଶହ ଜଣଙ୍କୁ ନିଯୁକ୍ତି ପାଇଁ ଅଫର ଓ ୧୫ଶହରୁ ଅଧିକ ବିଭିନ୍ନ କମ୍ପାନୀ ମାଧ୍ୟମରେ ତାଲିମ ଦେବାର ସୁଯୋଗ ସୃଷ୍ଟି ପାଇଁ ସୀକୃତିପତ୍ର ପ୍ରଦାନ କରାଯାଇଥିବା ଜାତୀୟ ଦକ୍ଷତା ବିକାଶ ନିଗମ ପକ୍ଷରୁ କୁହାଯାଇଛି ।

ଏହି କୌଶଳ ମହୋତ୍ସବ ଅବସରରେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ଜାତୀୟ ଦକ୍ଷତା ବିକାଶ ନିଗମର ସିଇଓ ବେଦବାଣୀ ତିୱାରି, କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଡଃ ମନୀଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ଶିକ୍ଷିତ ତଥା ବେକାର ଯୁବଗୋଷ୍ଠୀଙ୍କ ପାଇଁ ଆଗମୀ ଦିନରେ ନୂତନ ଆଶା ସଞ୍ଚାର ।

ତେବେ ଏହି ରୋଜଗାର ମେଳା ବେକାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତ ଓ ଆତ୍ମନିର୍ଭରଶୀଳ କରିବା ସହ ଜୀବନଶୈଳୀର ଆଣିଦେବ ବିରାଟ ପରିବର୍ତ୍ତନ । ଆଉ ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଏହି ଶୁଙ୍ଖଳାଗତ କାର୍ଯ୍ୟକ୍ରମ ରାଜ୍ୟରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଯାହାକି ସ୍ଥାନୀୟ ଯୁବଗୋଷ୍ଠୀ ଓ ରାଜ୍ୟର ବିଭିନ୍ନ ସମ୍ପ୍ରଦାୟ ପାଇଁ ଅନେକ ସୁଯୋଗ ଆଣିଦେବ ଏଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.