ETV Bharat / state

ରୋଗଶଯ୍ୟାରେ ଭେଣ୍ଡିଆ ପୁଅ, ଚିକିତ୍ସା ପାଇଁ ବୃଦ୍ଧ ବାପାଙ୍କ ଆକୁଳ ନିବେଦନ - ବୃଦ୍ଧ ବାପାଙ୍କ ଆକୁଳ ନିବେଦନ

ବୋଝ ଉପରେ ନଳିତା ବିଡା ପରି ରୋଗଶଯ୍ୟାରେ ପଡିଛି ଭେଣ୍ଡିଆ ପୁଅ । ସେପଟେ ନିଜେ ଅସୁସ୍ଥ ହୋଇ ମଧ୍ୟ ପୁଅର ଚିକିତ୍ସା କରୁଛନ୍ତି ବାପା । ଏଭଳି ଘଟଣା ଢେଙ୍କାନାଳ ଭୁବନ ବ୍ଲକରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ରୋଗଶଯ୍ୟାରେ ଭେଣ୍ଡିଆ ପୁଅ, ଚିକିତ୍ସା ପାଇଁ ବୃଦ୍ଧ ବାପାଙ୍କ ଆକୁଳ ନିବେଦନ

author img

By

Published : Jul 1, 2021, 3:31 PM IST

ଢେଙ୍କାନାଳ: ଦୁଃଖ ଯେତେବେଳେ ଆସେ ସାଙ୍ଗସାଥୀ ନେଇ ଆସେ । କିଏ ଜାଣିଥିଲା ଦିନେ ହସଖୁସିର ପରିବାରରେ କଳା ବାଦଲ ଘୋଟି ଆସିବ । ପ୍ରଥମେ ମାଆଙ୍କର ଏକ ଅଜଣା ରୋଗରେ ମୃତ୍ୟୁ । ପରେ ବାପାଙ୍କ ପିଠିରେ ଆବୁ ବାହାରି ଅଣ୍ଟା ବଙ୍କା ହୋଇଗଲା । ଠିକ ସମୟରେ ଭେଣ୍ଡିଆ ପୁଅ ରୋଜଗାର କରି ଆସୁଥିବାବେଳେ ଭଗାରୀ ସାଜିଲା ବଇରୀ । ଛଅ ମାସ ହେବ ରୋଜଗାରିଆ ଭେଣ୍ଡିଆ ପୁଅ ଏବେ ଶଯ୍ୟାଶାୟୀ । ନିଜେ ରୋଗିଣା ହୋଇ ମଧ୍ୟ ପୁଅର ସେବା କରୁଛନ୍ତି ବୃଦ୍ଧ ବାପା । ଏପରି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମ ହରିଜନ ସାହିରେ ।

ରୋଗଶଯ୍ୟାରେ ଭେଣ୍ଡିଆ ପୁଅ, ଚିକିତ୍ସା ପାଇଁ ବୃଦ୍ଧ ବାପାଙ୍କ ଆକୁଳ ନିବେଦନ

ମହୁଲପାଳ ଗ୍ରାମ ହରିଜନ ସାହିର ସୁଦର୍ଶନ ପାତ୍ର(୬୫)। ଅଣ୍ଟା ନଇଁ ଗଲାଣି, ସରକାରୀ ସାହାଯ୍ୟ କହିଲେ ବାପପୁଅଙ୍କର ମାସକୁ ଦଶ କିଲୋ ଚାଉଳ ଏବଂ ସୁଦର୍ଶନଙ୍କର ୫ ଶହ ଭତ୍ତା । ସେତିକିରେ ନିଅଣ୍ଟ ହେଲେ ସାହି ପଡିଶାରୁ ମାଗି ମାସେ ପର୍ଯ୍ୟନ୍ତ ଚଳିଯା'ନ୍ତି । ଦିନ ଥିଲା ସ୍ତ୍ରୀ ଓ ଏକମାତ୍ର ପୁଅକୁ ହସଖୁସିରେ ସୁଦର୍ଶନଙ୍କ ସଂସାର ଚାଲିଥିଲା । ପର ଘରେ ମୁଲ ଲାଗିବା ଓ ଭାଗ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି ସୁଦର୍ଶନ । ପୁଅ ମାନସକୁ ହୋଇଥାଏ ୧୩ ବର୍ଷ । ହଠାତ ଏକ ଅଜଣା ରୋଗର ଶିକାର ହୋଇ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ସ୍ତ୍ରୀ । ଏକ ମାତ୍ର ପୁଅର ମୁହଁକୁ ଚାହିଁ ମୁଣ୍ଡଝାଳ ତୁଣ୍ଡରେ ମାରି ପୁଅକୁ ମଣିଷ କରିବାକୁ ସ୍ବପ୍ନ ଦେଖିଥିଲେ ସୁଦର୍ଶନ । କିନ୍ତୁ ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା ।

ଏକମାତ୍ର ପୁଅ ମାନସର ମାଆ ବାପା, ସୁଖଦୁଃଖ ସବୁକିଛି ଥିଲେ ସୁଦର୍ଶନ । ହଠାତ ସୁଦର୍ଶନଙ୍କ ପିଠିରେ ବାହାରିଲା ଆବୁ । ଧୀରେ ଧୀରେ ଆବୁ ବଡ ହୋଇ ଅଣ୍ଟା ବଙ୍କା କରିଦେଲା । କାମଧନ୍ଦା କରିବାକୁ ଆଉ ଅଣ୍ଟା ସଳଖିଲା ନାହିଁ । ଘରେ ବସି ରହିଲେ ସୁଦର୍ଶନ । ଠିକ ସେହି ସମୟରେ ରୋଜଗାର କରି ଅଣ୍ଟା ସଳଖିବାକୁ ଚେଷ୍ଟା କଲା ଭେଣ୍ଡିଆ ପୁଅ ମାନସ । କ୍ଷେତରେ ଧାନ ଅମଳ କରି ଧାନ ବସ୍ତା ମୁଣ୍ଡରେ ବୋହିବା ସମୟରେ ମାନସଙ୍କ ଗୋଡ ଖସିଗଲା । ଧାନ ବସ୍ତା ମାନସ ଉପରେ ପଡିଗଲା । ହାତଗୋଡ କାମ କଲାନାହିଁ । ସେଠାରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ମାନସଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଇଥିଲେ ବାପା ସୁଦର୍ଶନ । ଘରେ ଯାହା ଥିଲା ତାକୁ ବିକି ଭାଙ୍ଗି ପୁଅର ଚିକିତ୍ସା କରିଥିଲେ । ଏବେ ଆଉ ସମ୍ବଳ ନାହିଁ । ଡାକ୍ତର କହିଛନ୍ତି ଆହୁରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେ ପୁଅ ଭଲ ହୋଇପାରିବ । କିନ୍ତୁ ଏତେ ଗୁଡିଏ ଟଙ୍କା କେଉଁଠୁ ଆଣିବେ ବୃଦ୍ଧ ବାପା । ଅର୍ଥ ଅଭାବରୁ ପୁଅ ଏବେ ଶଯ୍ୟାଶାୟୀ । ଉପରିସ୍ଥ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରି ମାନସକୁ କିପରି ଚିକିତ୍ସା କରାଯିବ ସେ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ମମତା ସାହୁ । ତେବେ ପ୍ରଶାସନ ଏହି ଅସହାୟ ବାପପୁଅଙ୍କୁ କିପରି ସହଯୋଗର ହାତ ବଢାଉଛି ତାହା ଦେଖିବାକୁ ବାକି ରହିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.