ETV Bharat / state

ଢେଙ୍କାନାଳରେ ଜାରି ରହିଛି ସାପ୍ତାହିକ ସଟଡାଉନ

ଜିଲ୍ଲାରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି, ଆସନ୍ତା ଅଗଷ୍ଟ ୩୧ ଯାଏଁ ପ୍ରତ୍ୟେକ ଶନିବାର ଓ ରବିବାରକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି। ଅଧିକ ପଢନ୍ତୁ...

ଢେଙ୍କାନାଳରେ ଜାରି ରହିଛି ଉଇକ ଏଣ୍ଡ ସଟଡାଉନ
ଢେଙ୍କାନାଳରେ ଜାରି ରହିଛି ଉଇକ ଏଣ୍ଡ ସଟଡାଉନ
author img

By

Published : Aug 9, 2020, 7:39 PM IST

ଢେଙ୍କାନାଳ: ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ମାସରେ ଜାରି କରାଯାଇଛି ଉଇକ ଏଣ୍ଡ ସଟଡାଉନ। ଆସନ୍ତା ଅଗଷ୍ଟ ୩୧ ଯାଏଁ ପ୍ରତ୍ୟେକ ଶନିବାର ଓ ରବିବାରକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି।

ଏପରିକି ରାତି ୯ ଟାରୁ ସକାଳ ୫ ଟା ଯାଏଁ କର୍ଫ୍ୟୁ ଜାରି କରାଯାଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରିକୁ ବାଦ ଦେଇ ଅନ୍ୟାନ୍ୟ ସବୁ ବନ୍ଦ ରହିଥିବା ଦେଖାଯାଇଛି। ଜରୁରୀ କାମରେ ଯାଉଥିବା ଗାଡି ଉପରେ କଟକଣା କୋହଳ କରାଯାଇଛି ।

ଢେଙ୍କାନାଳରେ ଜାରି ରହିଛି ଉଇକ ଏଣ୍ଡ ସଟଡାଉନ

ଆଜି ହେଉଛି ଅଗଷ୍ଟ ମାସର ଦ୍ବିତୀୟ ରବିବାର। ଢେଙ୍କାନାଳ ସହରର ବିଭିର୍ଣ୍ଣ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବା ଦେଖାଯାଇଛି । ରାସ୍ତାଘାଟ ଶୂନଶାନ ରହିଛି । ତେବେ କିଛି ଅମାନିଆଙ୍କୁ ବାଦ ଦେଲେ ପ୍ରଶାସନର ଏହି କଟକଣାକୁ ସହରବାସୀ ସ୍ବତଃପ୍ରୋତଃ ଭାବେ ମାନିନେଇଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.