ଢେଙ୍କାନାଳ: ସପିଂମଲ ସିଲ୍ । କୋଭିଡ19 ଗାଇଡଲାଇନ ନିୟମକୁ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ସପିଂମଲକୁ ସିଲ କରି ଦିଆଯାଇଛି । ଢେଙ୍କାନାଳ ସହରର ଦକ୍ଷିଣକାଳୀ ଠାରେ ନୂତନ ଭାବେ ସ୍ମାଟ ସୁପରଷ୍ଟୋର ଉଦଘାଟନ ହୋଇଥିଲା । ଏହି ଉଦଘାଟନ ପରେ ଉକ୍ତ ଷ୍ଟୋର ଭିତରେ ନାହିଁନଥିବା ଗହଳି ଲାଗି ରହିଥିବା ବେଳେ ଲୋକମାନେ ବିନା ମାସ୍କରେ ବୁଲୁଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନ ସମୟରେ କୋରୋନା ସଂକ୍ରମଣ ଦ୍ରୁତଗତିରେ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଖବର ପାଇ ଏହି ସପିଂମଲକୁ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ