ଢେଙ୍କାନାଳ: ଅଷ୍ଟପ୍ରହରୀରେ ଅଘଟଣ । ଜଙ୍ଗଲରୁ ଝାଟି ସଂଗ୍ରହ କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା । ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଟିପିଲେଇ ନିକଟରେ ଘଟିଛି ଏଭଳି ଦୁଃଖଦ ଘଟଣା । ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ହୋଇଥିବା ବ୍ୟକ୍ତ ହେଲେ ସୁରପ୍ରତାପପୁର ଗ୍ରାମର ପ୍ରଫୁଲ୍ଲୁ କୁମାର ସାମଲ ଏବଂ ହରିହର ସାମଲ ।
ମିଳିଥିବା ସୂଚନା ମୁତାବକ, ଅଷ୍ଟପ୍ରହରୀ ନାମ ଯଜ୍ଞ ପାଇଁ ଜଙ୍ଗଲରୁ ଝାଟି ସଂଗ୍ରହ କରି ଫେରୁଥିବା ସମୟରେ ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଟିପିଲେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଟ୍ରକଟି ଓଲଟି ପଡିଥିଲା । ଉପରେ ବସିଥିବା ଏହି ଦୁଇ ନାବାଳକ ସମେତ ୬ଜଣଙ୍କ ଉପରେ ଟ୍ରାକ୍ଟରଟି ମାଡି ବସିଥିଲା । ଫଳରେ ଟ୍ରାକ୍ଟର ଉପରେ ବସିଥିବା ଗ୍ରାମବାସୀଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଚାରି ଜଣ ଗୁରୁତର ହୋଇଛନ୍ତି । ତେବେ ଖବର ପାଇ ଗ୍ରାମିବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ମଠକରୋଗଳା ମେଡିକାଲରେ ଭର୍ତ୍ତି କରାଇଥିବାବେଳେ ଚାରି ଜଣଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ ।
ତେବେ ମଠକରୋଗଳା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୁରପ୍ରତାପ ପୁରର ପ୍ରଫୁଲ୍ଲୁ କୁମାର ସାମଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଭୁବନ ମେଡିକାଲରେ ଭର୍ତ୍ତି ହୋଇଥିବା ହରିହର ସାମଲଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ଦୁଇ ଜଣ ନାବାଳକ ଗୁରୁତର ଥିବା ଜଣାପଡିଛି । ଦୁଇ ନାବାଳକ ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।
ତେବେ ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି । ତେବେ ଗୁରୁତର ମାନଙ୍କ ମଧ୍ୟରେ ସୁରପ୍ରତାପ ପୁର ଗ୍ରାମର ୧୫ବର୍ଷର ନାବାଳକ ସତ୍ୟଜିତ ପୁହାଣ ଓ ୧୪ବର୍ଷୀୟ ଉମାଶଙ୍କର ରାଉଳ ସମେତ ଜଳଧର ସ୍ବାଇଁ ଥିବାବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ । ଖବରପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ସୁରପ୍ରତାପପୁର ଗ୍ରାମରେ ଦୁଃଖର ଲହରୀ ଖେଳିଯାଇଛି ।
ଏହା ମଧ୍ୟ ପଢନ୍ତୁ: ଜ୍ବାଇଁଙ୍କୁ ପିଟିପିଟି ହତ୍ୟା କଲେ ଶ୍ବଶୂର ଘର ଲୋକେ, 5 ଅଟକ
ଇଟିଭି ଭାରତ, ଢେଙ୍କାନାଳ