ETV Bharat / state

ରୁଙ୍ଗଟା କାରଖାନା ରାସ୍ତାନିର୍ମାଣ ବିବାଦ ନେଇ ବ୍ୟାପୁଛି ଜନ ଅସନ୍ତୋଷ - ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣ ବିବାଦ

ଢେଙ୍କାନାଳ ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧ ଠାରେ ନିର୍ମାଣଧୀନ ରୁଙ୍ଗଟା କାରଖାନା ପୋଲିସ ଲଗାଇ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଜଣ ଅସନ୍ତୋଷ ତେଜିବାରେ ଲାଗିଛି । ଅଧିକ ପଢନ୍ତୁ...

ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣ ବିବାଦ ନେଇ ବ୍ୟାପୁଛି ଜନ ଅସନ୍ତୋଷ

author img

By

Published : Feb 14, 2021, 7:07 PM IST

ଢେଙ୍କାନାଳ: ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣ ବିବାଦ ନେଇ ବ୍ୟାପୁଛି ଜନ ଅସନ୍ତୋଷ । ଢେଙ୍କାନାଳ ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧ ଠାରେ ନିର୍ମାଣଧୀନ ରୁଙ୍ଗଟା କାରଖାନା ପୋଲିସ ଲଗାଇ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଜଣ ଅସନ୍ତୋଷ ତେଜିବାରେ ଲାଗିଛି ।

ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣ ବିବାଦ ନେଇ ବ୍ୟାପୁଛି ଜନ ଅସନ୍ତୋଷ

ଏହି କାରଖାନା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ତରକାବେଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଦଖଲକୁ ନେଇ ଗତ 2 ଦିନ ଧରି ଲାଗି ରହିଥିବା ଉତ୍ତେଜନା ଥମିଛି । ତେବେ ଜନସାଧାରଣ ରାସ୍ତାକୁ ପୋଲିସ ଲଗାଇ ରୁଙ୍ଗଟା କତ୍ତୃପକ୍ଷ ଦଖଲ କରିବାରେ ସକ୍ଷମ ହୋଇଛନ୍ତି ।

ଏପରିକି ଗତ ଏକ ମାସ ଧରି ରାସ୍ତା ନିର୍ମାଣକୁ ବିରୋଧ କରି ଘଟଣା ସ୍ଥଳରେ ଗଣଧାରଣା ଜାରି ରଖିଥିବା ତରକାବେଡା ଗ୍ରାମର ୮୭ଜଣ ପୁରୁଷ ଓ ମହିଳାଙ୍କୁ ଜବରଦସ୍ତ ପୋଲିସ ଉଠାଇ ନେଇଥିଲା । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରି ପୋଲିସ ସହାୟତାରେ ରୁଙ୍ଗଟା କତ୍ତୃପକ୍ଷ ରାସ୍ତା ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି ।

ପୋଲିସ ଉଠାଇ ନେଇଥିବା ଲୋକମାନଙ୍କୁ ପରେ ଛାଡ଼ିଦେଇଥିବା ଜଣାପଡିଛି । ମାତ୍ର କାରଖାନା କତ୍ତୃପକ୍ଷଙ୍କ ଏପରି ମାନମାନି ଓ ପ୍ରଶାସନର ଏପରି ଏକପାଖିଆ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି ।

ଏପରିକି ରବିବାର ଘଟଣାସ୍ଥଳରେ ପୁଣି ତାରକାବେଡା ଗ୍ରାମବାସୀ ଏକାଠି ହୋଇଛନ୍ତି । କାରଖାନା ଯୋଗୁଁ କ୍ଷତିଗ୍ରସ୍ତ ଅନ୍ୟ ଗ୍ରାମ ଲୋକଙ୍କ ସହାୟତାରେ ଆନ୍ଦୋଳନକୁ ତୀବ୍ର କରିବାକୁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି । ଫଳରେ ଆଗାମୀ ସମୟରେ ପୁଣି ଏହି ରୁଙ୍ଗଟା ଓ ସ୍ଥାନୀୟ ଲୋକଙ୍କ ବିବାଦ ତୀବ୍ର ହେବାର ଯଥେଷ୍ଟ ଆଶଙ୍କା କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.