ETV Bharat / state

ଟ୍ରକ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ, ରାସ୍ତା ଅବରୋଧ କଲେ ଲୋକେ - ଢେଙ୍କାନାଳରେ ଟ୍ରକ ଧକ୍କାରେ ବାଇକ ଚାଳକର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶଙ୍କରପୁର ଛକ ନିକଟରେ ଟ୍ରକ ଧକ୍କାରେ ଏକ ବାଇକ ଚାଳକର ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ

ଟ୍ରକ ଧକ୍କରେ ବାଇକ ଚାଳକର ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକ

author img

By

Published : Jan 9, 2022, 12:03 PM IST

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ଶଙ୍କରପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ । ଫଳରେ ଘଟଣାରେ ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମୃତକ ହେଲେ ସ୍ଥାନୀୟ ଗୁଡ଼ପଡା ଗ୍ରାମର ଶତ୍ରୁଘ୍ନ ରାଉତ । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ଟ୍ରକକୁ ଜବତ ଦାବିରେ ସ୍ଥାନୀୟ ଲୋକେ କଟକ ସମ୍ବଲପୁର ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲା । ପୋଲିସର ବୁଝାସୁଝା ପରେ ରାସ୍ତା ଅବରୋଧରୁ ହଟିଥିଲେ ସ୍ଥାନୀୟ ଲୋକେ । ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.