ETV Bharat / state

ବାଇକକୁ ଧକ୍କା ଦେଲା ଟାଟା ଏସି, ବାଇକ ଆରୋହୀ ମୃତ - ବାଇକ ଆରୋହୀ ମୃତ

ଢେଙ୍କାନାଳ କାମାକ୍ଷାନଗର ରାସ୍ତାର ଖଟୁଆହତା ନିକଟରେ ବାଇକକୁ ଧକ୍କା ଦେଲା ଟାଟା ଏସି । ଘଟଣାସ୍ଥଳରେ ବାଇକ ଆରୋହୀ ମୃତ । ଅଧିକ ପଢନ୍ତୁ...

ବାଇକକୁ ଧକ୍କା ଦେଲା ଟାଟା ଏସି, ବାଇକ ଆରୋହୀ ମୃତ

author img

By

Published : Mar 29, 2021, 3:52 PM IST

ଢେଙ୍କାନାଳ: କାମାକ୍ଷାନଗର ରାସ୍ତାର ଖଟୁଆହତା ନିକଟରେ ବାଇକକୁ ଏକ ଟାଟା ଏସି ଧକ୍କା ଦେଇଥିବା ଜଣାପଡିଛି । ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସୁଧାଡିକାଟେଣି ଗ୍ରାମର ସଞ୍ଜୟ ନାୟକ ।

ବାଇକକୁ ଧକ୍କା ଦେଲା ଟାଟା ଏସି, ବାଇକ ଆରୋହୀ ମୃତ

ସୂଚନା ଅନୁସାରେ ସଞ୍ଜୟ ତାଙ୍କ ବାଇକ ଯୋଗେ କମାକ୍ଷାନଗର ଯାଉଥିବାବେଳେ କାମାକ୍ଷାନଗର ଆଡୁ ଢେଙ୍କାନାଳ ଆଡକୁ ଆସୁଥିବା ଏକ ଟାଟା ଏସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀ ଅଚେତ ଅବସ୍ଥାରେ ପଡିରହିଥିଲେ । ପରେ ବାଟରେ ଯାଉଥିବା ଲୋକେ ଗୁରୁତରଙ୍କୁ ଦେଖି ତୁରନ୍ତ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।

ଘଟଣାସ୍ଥଳରେ ସଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଗାଡ଼ି ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ତୁମୁସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟିଥିବା ଟାଟା ଏସିକୁ ଜବତ କରିଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.