ETV Bharat / state

ପ୍ରସିଦ୍ଧ କପିଳାସ ପୀଠରେ ସମୂହ ଦର୍ଶନ କଟକଣା, କେବଳ ଜିଲ୍ଲାବାସୀ କରୁଛନ୍ତି ଦର୍ଶନ

author img

By

Published : Mar 11, 2021, 6:30 PM IST

ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସ ପୀଠରେ କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରୀ ଉତ୍ସବ ଜାରି ରହିଛି । ଅଧିକ ପଢନ୍ତୁ...

ପ୍ରସିଦ୍ଧ କପିଳାସ ପୀଠରେ ସମୂହ ଦର୍ଶନ କଟକଣା, କେବଳ ଜିଲ୍ଲାବାସୀ କରୁଛନ୍ତି ଦର୍ଶନ
ପ୍ରସିଦ୍ଧ କପିଳାସ ପୀଠରେ ସମୂହ ଦର୍ଶନ କଟକଣା, କେବଳ ଜିଲ୍ଲାବାସୀ କରୁଛନ୍ତି ଦର୍ଶନ

ଢେଙ୍କାନାଳ : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସ ପୀଠରେ କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରୀ ଉତ୍ସବ ଜାରି ରହିଛି । ଆଜି ଭୋର ସମୟରୁ ପରମ୍ପରା ମୁତାବକ ବାବାଙ୍କର ନୀତିକାନ୍ତି ଆରମ୍ଭ ହୋଇଯାଇଛି । ଚାରି ପ୍ରହର ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏଥିପାଇଁ ପୂର୍ବରୁ ସେବାୟତମାନଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯାଇଛି ।

ତେବେ ଭୋର ୪ ଟା ୨୦ ମିନିଟରେ ମହାଦୀପ ମନ୍ଦିର ଚୁଡାକୁ ଉଠିବ ବୋଲି ସମୟ ନିର୍ଘଣ୍ଟ କରାଯାଇଥିବା ମୁଖ୍ୟ ସେବାୟତ କହିଛନ୍ତି । ତେବେ କପିଳାସ ପୀଠର ସୌନ୍ଦର୍ଯ୍ୟ ତଥା ଚନ୍ଦ୍ରଶେଖରଙ୍କ ମହିମା ପ୍ରତି ପ୍ରଗାଢ ବିଶ୍ବାସରେ ପ୍ରତ୍ୟେକ ବର୍ଷ ଏହି ଜାଗର ଅବସରରେ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ । ଚଳିତବର୍ଷ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ସେହିପରି ମନ୍ଦିର ପରିସରକୁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ପରେ କପିଳାସ ପରିସରରେ ଶ୍ରଦ୍ଧାଳୁ ରହିପାରିବେନି ବୋଲି ଦେବୋତ୍ତର ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି । ଫଳରେ କପିଳାସ ପାଦଦେଶ ଠାରୁ ଆରମ୍ଭ କରି ଉଭୟ ବାରବାଙ୍କ ଓ ପାହାଚ ରାସ୍ତାରେ କାଁ ଭାଁ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଛି । ତଥାପି ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ବଡ଼ଦାଣ୍ଡରେ ବାରିକେଡ ବ୍ୟବସ୍ଥା ସାଙ୍ଗକୁ ପୁଲିସ ପ୍ରଶାସନ ପକ୍ଷରୁ ୧୩ ପ୍ଲାଟୁନ ପୁଲିସ ଫୋର୍ସ ସହ ନିଜେ ଢେଙ୍କାନାଳ ଏସପି ପୀଠରେ ତଦାରଖ କରୁଛନ୍ତି ।

ଏପରିସ୍ଥଳେ କପିଳାସ ପୀଠକୁ କେବଳ ଢେଙ୍କାନାଳ ଜିଲ୍ଲାର ଶ୍ରଦ୍ଧାଳୁମାନେ ଆସି ମନଭରି ପ୍ରଭୁଙ୍କୁ ଦର୍ଶନ କରୁଥିଲେ ମଧ୍ୟ ଦୀପ ଜାଳି ପୀଠରେ ରହିବ ଉପରେ କଟକଣା ଯୋଗୁଁ ମନରେ ଅଵଶୋଷ ରହୁଥିବା ପ୍ରକାଶ କରିଛନ୍ତି । ସେପଟେ ଜିଲ୍ଲା ବାହାରର ଲୋକଙ୍କ ପାଇଁ କଟକଣା ରହିଥିବାରୁ ଚଳିତ ବର୍ଷ କପିଳାସ ଜାଗର ମାହୋଲକୁ ଫିକା କରିଦେଇଛି ।

ଢେଙ୍କାନାଳ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.