ETV Bharat / state

ଢେଙ୍କାନାଳ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା, ମାନବିକତାର ପରିଚୟ ଦେଲା ହେଲ୍ପିଂ ହ୍ୟାଣ୍ଡ ଗ୍ରୁପ - dhenkanal news

ଢେଙ୍କାନାଳ ଶକ୍ତିସୁଗାର ପାର୍କିଂ ୟାର୍ଡରେ ସନ୍ଦେହଜନକ ଭାବେ ୩ଜଣ ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ ହେଲ୍ପିଂ ହ୍ୟାଣ୍ଡସ ନାମକ ଯୁବଗୋଷ୍ଠୀ ଦେଖାଇଥିବା ନିଜର ମାନବିକ ମହନୀୟତା ଏକ ବଳିଷ୍ଠ ଉଦାହରଣ ପାଲଟିଛି । ଅଧିକ ପଢନ୍ତୁ...

rescue-suspicious-dead-body-by-helping-hands-youth-groups-in-dhenkanal
ଢେଙ୍କାନାଳ ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ ମାନବିକତାର ପରିଚୟ ଦେଲା ହେଲ୍ପିଂ ହ୍ୟାଣ୍ଡ ଗ୍ରୁପ
author img

By

Published : May 10, 2020, 12:35 PM IST

ଢେଙ୍କାନାଳ: ମଣିଷଟିଏ ବେଳେ ବେଳେ ନିଜ ସ୍ବାର୍ଥ ହାସଲ ପାଇଁ ମଣିଷକୁ ସାହାଯ୍ୟର ହାତ ବଢାଇ ଦେଇଥାଏ । ମାତ୍ର ଯେତେବେଳେ କୌଣସି କାରଣରୁ ଅଜଣା ମଣିଷଟିର ଜୀବନ ଚାଲିଯାଏ ଆଉ ମୃତଦେହ ପାଲଟିଯାଏ, ସେତେବେଳେ ସେ ସମସ୍ତଙ୍କ ପାଇଁ ଅଦରକାରୀ ହୋଇପଡେ। ଏପରିସ୍ଥିତିରେ ଏହି ମଣିଷଟିର ମୃତଦେହ ପରିତ୍ୟକ୍ତ ଅବସ୍ଥାରେ ପଡି ରୁହେ। ତେବେ ମୃତଦେହକୁ ସାହାଯ୍ୟ କରିବା ପରି ନିଜ ମାନବିକ ମହନୀୟତାର ପରିଚୟ ଦେଇଛନ୍ତି ଢେଙ୍କାନାଳର ଏପରି କିଛି ସାମାଜିକ ଯୁବଗୋଷ୍ଠୀ।

ଢେଙ୍କାନାଳ ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ ମାନବିକତାର ପରିଚୟ ଦେଲା ହେଲ୍ପିଂ ହ୍ୟାଣ୍ଡ ଗ୍ରୁପ

ଶୁକ୍ରବାର ଢେଙ୍କାନାଳ ଶକ୍ତିସୁଗାର ପାର୍କିଂ ୟାର୍ଡରେ ସନ୍ଦେହଜନକ ଭାବେ ୩ଜଣ ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ ହେଲ୍ପିଂ ହ୍ୟାଣ୍ଡସ ନାମକ ଏହି ଯୁବଗୋଷ୍ଠୀ ଦେଖାଇଥିବା ନିଜର ମାନବିକ ମହନୀୟତା ଏକ ବଳିଷ୍ଠ ଉଦାହରଣ ପାଲଟିଛି। ମୃତ ଡ୍ରାଇଭର ବିହାର ଅଞ୍ଚଳରେ ହୋଇଥିବାବେଳେ ସାଂପ୍ରତିକ ସ୍ଥିତିରେ କୋରୋନା ସଂକ୍ରମଣ ଆଶଙ୍କାରେ ମୃତ ଦେହକୁ କେହି ଉଦ୍ଧାର କରିବା ଦୂରେ ଥାଉ ହାତ ମଧ୍ୟ ମାରିବାକୁ ଭୟ କରିଥିଲେ । ପ୍ରଶାସନ ପକ୍ଷରୁ ପଠାଇଥିବା ଆମ୍ବୁଲାନ୍ସ ଓ ଶବ ବୁହା ଗାଡି ସମସ୍ତେ ଫେରି ଗଲେ । ଫଳରେ ଗୁରୁବାର ରାତି ୧୧ଟାରୁ ଶୁକ୍ରବାର ଅପରାହ୍ନ ୩ଟା ଯାଏ ମୃତ ଡ୍ରାଇଭରଙ୍କ ମୃତଦେହ ପରିତ୍ୟକ୍ତ ଅବସ୍ଥା ପଡିରହିଥିଲା । ଏପରିକି ଢେଙ୍କାନାଳ ଜିଲ୍ଲା ପୋଲିସ ମଧ୍ୟ ଅସମର୍ଥ ହୋଇପଡିଥିଲା ।

ଖବର ପାଇ ଏଠାରେ ପହଁଞ୍ଚିଥିଲେ ହେଲ୍ପିଂ ହ୍ୟାଣ୍ଡସର କିଛି ଯୁବଗୋଷ୍ଠୀ। ଆଉ ଆଣ୍ଟି ଇନ୍ଫେକ୍ସନ ସୁଟ ପିନ୍ଧି ବେଶ ଆଗ୍ରହର ସହ ମୃତଦେହକୁ ଉଦ୍ଧାର କରିଥିଲେ। ଗାଡିରେ ମୃତଦେହକୁ ବ୍ୟବଛେଦ ଗୃହକୁ ନେଇ ପୋଲିସକୁ ସହାୟତା କରିଛନ୍ତି । ହେଲ୍ପିଂ ହ୍ୟାଣ୍ଡସର ସଦସ୍ୟ ସର୍ବେଶ୍ବର ବେହେରା, ସୁବ୍ରତ ରାଉତ, ରାକେଶ ପାତ୍ର ଐଶର୍ଯ୍ୟା ମାନସିଂହ ଓ ଓ କାବେରୀ ପ୍ରୀୟଦର୍ଶନୀ ପ୍ରମୁଖଙ୍କ ଏପରି ମହନୀୟତା କାର୍ଯ୍ୟ ଯୁବ ସମାଜ ପାଇଁ ପାଲଟିଛି ଏକ ଅନନ୍ୟ ଉଦାହରଣ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.