ETV Bharat / state

ବାଇଶିଙ୍ଗା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସଂସ୍କୃତି ନିର୍ଦ୍ଦେଶକ - Director of Language, Literature and Culture

ନିଜ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କଲେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ନିର୍ଦେଶକ ରଞ୍ଜନ କୁମାର ଦାସ । ଅଧିକ ପଢନ୍ତୁ...

ବାଇଶିଙ୍ଗା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସଂସ୍କୃତି ନିର୍ଦ୍ଦେଶକ

author img

By

Published : Jan 29, 2021, 7:35 AM IST

ଢେଙ୍କାନାଳ: ମୁଖ୍ୟମନ୍ତ୍ରୀଙ୍କ 5T ଜରିଆରେ ପୋଷ୍ୟ ସ୍କୁଲ ଗ୍ରହଣ ଆହ୍ବାନ କ୍ରମେ ନିଜ ଗ୍ରାମ ବାଇଶିଙ୍ଗା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ରଞ୍ଜନ କୁମାର ଦାସ l ସେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଇଶିଙ୍ଗା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ।

ବାଇଶିଙ୍ଗା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସଂସ୍କୃତି ନିର୍ଦ୍ଦେଶକ
ବାଇଶିଙ୍ଗା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସଂସ୍କୃତି ନିର୍ଦ୍ଦେଶକ

ଏହାସହ କର୍ମ ଭୂମି ଯାଜପୁର ଜିଲ୍ଲାର ହରିସାମନ୍ତ ଉଚ୍ଚବିଦ୍ୟାଳୟ ଏହି ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ଏହି ଅବସରରେ ଆଜି ସେ ନିଜ ଜନ୍ମଭୂମି ବାଇଶିଙ୍ଗା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ । ତେବେ ବିଦ୍ୟାଳୟର ଶ୍ରେଣୀଗୃହ ପରିଦର୍ଶନ କରିବା ସହ ଅଭାବ ଅସୁବିଧା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ l

ଆଗାମୀ ଦିନରେ ସ୍କୁଲର ଆନୁସଙ୍ଗିକ ଉନ୍ନତି ସହ ଅନ୍ୟାନ୍ୟ ଭିତ୍ତିଭୂମିକୁ ସଜାଡି ଏହି ବିଦ୍ୟାଳୟ କିଭଳି ରାଜ୍ୟର ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଭାବେ ସୁନାମ ଅର୍ଜନ କରିବ ସେଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛନ୍ତି l ଏହି ଅବସରରେ ଗ୍ରାମର ବୁଦ୍ଧିଜୀବୀ , ପୂର୍ବତନ ଛାତ୍ର ଏବଂ କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀ ଉପସ୍ଥିତ ଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.