ETV Bharat / state

ଢେଙ୍କାନାଳରେ ଆରମ୍ଭ ହେଲା ରାହାଗିରି ଉତ୍ସବ - ଜମୁଛି ରାହାଗିରି ଉତ୍ସବ

ଢେଙ୍କାନାଳରେ ଜମୁଛି ରାହାଗିରି ଉତ୍ସବ (Rahagiri day) । ନାନା ପ୍ରକାରର କଳା ସଂସ୍କୃତି ସହ ଅଭିନବ ପ୍ରୟାସ। ଜୀବନଜଞ୍ଜାଳରୁ କିଛି ମୁହୂର୍ତ୍ତ ନିଜକୁ ମୁକ୍ତି କରି ସମସ୍ତଙ୍କ ସାଥିରେ ମଜା ମସ୍ତିରେ ସମୟ ବିତାଇବାର ମାଧ୍ୟମ ପାଲଟିଛି ରାହାଗିରି । ଅଧିକ ପଢ଼ନ୍ତୁ

Rahagiri held in Dhenkanal
ଢେଙ୍କାନାଳରେ ଚାଲିଛି ପଥୋତ୍ସବ
author img

By

Published : Jan 8, 2023, 10:20 PM IST

ଢେଙ୍କାନାଳରେ ଚାଲିଛି ପଥୋତ୍ସବ

ଢେଙ୍କାନାଳ : ଢେଙ୍କାନାଳରେ ଆରମ୍ଭ ହେଲା ରାହାଗିରି ଉତ୍ସବ (Rahagiri day celebrated in Dhenkanal)। ରାଜରାସ୍ତା ପାଲଟିଲା ଖେଳପଡ଼ିଆ । ବିଭିନ୍ନ ପ୍ରକାରର ନାଚ, ଗୀତରେ ଜମୁଛି ଏହି ପଥୋତ୍ସବ । ଓଡ଼ିଶାରେ ହକି ବିଶ୍ୱକପ ପ୍ରଚାରପ୍ରସାର ପାଇଁ ମଧ୍ୟ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ରାହାଗିରି ମାଧ୍ୟମରେ କରାଯାଇଛି ଏକ ଅଭିନବ ପ୍ରୟାସ । ଏନେଇ ଢେଙ୍କାନାଳ ଟ୍ରାଫିକ ଛକରୁ ଗଣେଶ ବଜାର ଛକ ପର୍ଯ୍ୟନ୍ତ ସହର ମୁଖ୍ୟ ରାସ୍ତା ପାଲଟି ଯାଇଥିଲା ମନୋରଞ୍ଜନର ମାଧ୍ୟମ ।

ଢେଙ୍କାନାଳର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାର ଉଭୟ ମହିଳା, ପୁରୁଷ, ପ୍ରଶାସନିକ ଅଧିକାରୀ, ଖେଳାଳି ଓ ସାଂସ୍କୃତିକ ଅନୁଷ୍ଠାନ ଏହି ରାହାଗିରିର ସାମିଲ ହୋଇଥିଲେ । ଏହି ଅବସରରେ ମହିଳାମାନଙ୍କ ପକ୍ଷରୁ ଆକର୍ଷଣୀୟ ଝୋଟି, ସାମରିକ କଳା ପ୍ରତିଷ୍ଠାନ ପକ୍ଷରୁ ସାମରିକ କଳା, ଟାଏକୋଣ୍ଡ, କୁସ୍ତି କରାଟେ ସହ ବ୍ୟାଡମିଟନ ଓ କ୍ରିକେଟ ଆଦି ଖେଳ ହୋଇଥିଲା ।

ସେହିପରି ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କୁନିକୁନି କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥିମଧ୍ୟରୁ ଓଡ଼ିଶୀ ନାଚ ଓ ଆଦିବାସୀ ନୃତ୍ୟ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା । ସେହିପରି କାମାକ୍ଷାନଗର ସହରରେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାହାଗିରି ବା ପଥୋତ୍ସବ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଉତ୍ସବ କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ଓ NACର ମିଳିତ ସହଯୋଗରେ ହୋଇଛି । ଉତ୍ସବରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ ।

ଏହାମଧ୍ୟ ପଢ଼ନ୍ତୁ. 30 ବର୍ଷରେ ଅନୁଗୋଳ, ଆୟୋଜିତ ହେଲା ରାହାଗିରି

ସକାଳ ୭ଟାରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା । ଦୀର୍ଘ 3 ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଉତ୍ସବରେ ଗୀତ, ନାଚ, କ୍ରୀଡ଼ା ସହ ବିଭିନ୍ନ କଳା ସଂସ୍କୃତିର ପ୍ରଦର୍ଶନ ଦେଖିବା ପାଇଁ ନାହିଁନଥିବା ଲୋକଙ୍କ ଭିଡ଼ ଜମିଥିଲା । ହନୁମାନ ବଜାରଠାରୁ ଜଗନ୍ନାଥ ବଜାର ପର୍ଯ୍ୟନ୍ତ ସହରବାସୀଙ୍କ ମଧ୍ୟରେ ବେଶ୍ ଭିଡ ଦେଖିବାକୁ ମିଳିଥିଲା ।

ଉତ୍ସବରେ ମୁଖ୍ୟଅତିଥି ଭାବେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପଳ ଜ୍ୟୋତି ଶଙ୍କର ସାହୁଙ୍କ ସମେତ ସ୍ଥାନୀୟ ବିଡିଓ, ତହସିଲଦାର, ଏନଏସି ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷଙ୍କ ସହ ହାସ୍ୟ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ରହି ଦର୍ଶକଙ୍କୁ ଉତ୍ସାହିତ କରିଥିଲେ ।

ଏହାମଧ୍ୟ ପଢ଼ନ୍ତୁ. ମଉଳିଲା ମାଗଣା ଟିକା ଆଶା, ଆବଶ୍ୟକ ଅନୁଯାୟୀ ଟିକା କିଣିବାକୁ କହିଲେ କେନ୍ଦ୍ରମନ୍ତ୍ରୀ

ତେବେ କାମାକ୍ଷାନଗରରେ ପ୍ରଥମଥର ଏହି ଉତ୍ସବ ହୋଇଥିବାରୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ପଥୋତ୍ସବ ନୂଆନୂଆ ପ୍ରତିଭାକୁ ସାମ୍ନାକୁ ଆଣିବ ବୋଲି ବୁଦ୍ଧିଜବୀମାନେ ଆଶା ରଖିଛନ୍ତି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.